ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଡିଜିଟାଲ ଯୁଗର ଗାନ୍ଧୀ ଉଦ୍ୟାନ ଆସନ୍ତୁ ବୁଲିଯିବା..

ଦର୍ଶକବନ୍ଧୁ ଥରେ ମାତ୍ର ବୁଲି ଆସନ୍ତୁ ଏରସମା ବ୍ଲକ ଅଞ୍ଚଳକୁ ! ଜଗତସିଂହପୁର ଜିଲ୍ଲାର ଏରସମା ବ୍ଲକ ତଥା ତହସିଲ ଅଫିସ ସାମ୍ନାରେ ଅବସ୍ଥିତ ଏକ ଉଦ୍ୟାନ ! ଯାହାର ନାମକରଣ ଜାତିର ପିତା ମହାତ୍ମାଗାନ୍ଧୀ ଙ୍କ ନାମରେ ନାମିତ ” ଗାନ୍ଧୀ ଉଦ୍ୟାନ “! ଆପଣ ମାନେ ନଦେଖିଲେ ବିଶ୍ୱାସ କରିପାରିବେନି ଏହି ଉଦ୍ୟାନକୁ, କେତେ ସୁନ୍ଦର ପରିବେଶରେ ଥିଲେ ବି ସୌନ୍ଦର୍ଯ୍ୟ ବିହୀନ ହୋଇ ଅବହେଳିତ ଭାବେ ରହିଛି ! ଏହି ଉଦ୍ୟାନକୁ ଲାଗି ଯାତ୍ରୀ ବିଶ୍ରାମଗାର ଓ ପ୍ରବାଦପୁରୁଷ ବିଜୁ ପଟ୍ଟନାୟକ ଙ୍କ ଷ୍ଟାଚୁ ରହିଛି ! ଆଜିର ଦିନରେ 5T ସେବା ଯୋଗାଇ ଦିଆଯାଉଥିବା ବେଳେ, ତହସିଲ ସାମ୍ନା ବଜାର ଉପକଣ୍ଠରେ ଏହି ଉଦ୍ୟାନଟି ଏତେ ଅବହେଳିତ କାହିଁକି ? ସତରେ କଣ ଏରସମା ତହସିଲଦାରଙ୍କ ନଜର ଆଢୁଆଳରେ ରହିଯାଇଛି ଏହି ଉଦ୍ୟାନ ନା ଜାଣିଶୁଣି ତହସିଲଦାର ମହୋଦୟ ଗାନ୍ଧୀ ନାମକୁ ପସନ୍ଦ କରୁ ନଥିବାରୁ ଉଦ୍ୟାନର ନକ୍ସା କୁ କଦର୍ଥ କରିବାବୁ ଛାଡିଦେଇଛନ୍ତି ? ପ୍ରଶାସନର ଆଖି ସାମ୍ନାର ଅସଜଡ଼ା ବିଷୟ ଯେବେ ସଜାଡି ହେଉନି, ବ୍ଲକର ଅସଜଡ଼ା କାମ ସଜାଡି ହେଉଥିବ କିପରି ଏଇଥିରୁ ବାରି ହେଇପଡୁଛି ! ସରକାରୀ ସହାୟତା କଟିଯିବା ଭୟରେ ସାଧାରଣ ଲୋକଟିଏ ସବୁଦେଖି ନିରବ ! ପ୍ରତିବାଦ କରିବ କିଏ ? ମାନ୍ୟବର ଉଚ୍ଚାଧିକାରୀ ଟିକେ ଦୃଷ୍ଟି ଦେବାକୁ ସାଧାରଣରେ ଚର୍ଚ୍ଚା ହେଉଥିବା ଦେଖିବାକୁ ମିଳିଛି ! ଆମ ପ୍ରତିନିଧିଙ୍କୁ ନିବେଦନ କରି ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ବୁଦ୍ଧିଜୀବୀ ମାନେ ଦାବୀ କରିଛନ୍ତି ! ଦେଖିବାକୁ ରହିଲା ଖବର ପ୍ରସାରଣ ପରେ ପ୍ରଶାସନ ଜାଗ୍ରତ ହେଉଛି ନା କୁମ୍ଭକର୍ଣ୍ଣ ନିଦ୍ରାରେ ସୋଇ ଯାଉଛି !

ଏରସମା, ଜଗତସିଂହପୁର ରୁ ଭାଗବତ ପ୍ରସାଦଙ୍କ ରିପୋର୍ଟ ମସୀହା news Odisha.

Related posts

ପରଲୋକଗତ ଶିକ୍ଷକଙ୍କ ପରିବାରକୁ ଭେଟି ସାନ୍ତ୍ୱନା ଦେଲା ସିନାପାଲି ଶିକ୍ଷକ ସଂଘ

ହେମଗିର ବ୍ଲକ ପରିସରରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ

Sunil Chandra Nayak

ଭୂତନାଥ ସାହିତ୍ୟ ଓ ସାଂସ୍କୃତିକ ସଂସଦ ର ୫ମ ସ୍ଵନକ୍ଷତ୍ର ଉତ୍ସବ ପାଳିତ 

Sunil Chandra Nayak

Leave a Comment

error: Content is protected !!