ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ସାହିତ୍ୟ ଅଗଣା

ବିଜୟ କୁମାର ଜେନା ଙ୍କ କବିତା l l କଳା ମାଣିକ l l

l l କଳା ମାଣିକ l l

 ବିଜୟ କୁମାର ଜେନା

ସଜାଇ ଦିଅନ୍ତି ମୟୂର ଚନ୍ଦ୍ରିକା
           ବାନ୍ଧି ଦିଅନ୍ତି ଯେ କେଶ
ଲଗାଇ ଚନ୍ଦନ ଗୋ ରଚନା ଟୀକା
            ଅପୂର୍ବ କରନ୍ତି ବେଶ।
ଯେମିତିକାମାତା ଯଶୋଦା ରାଣୀ ତ 
            ସଜାଇ ଥିଲେ ଗୋପରେ
ଝୁମୁରୁ ଝୁମୂରୁ ତୋ ଚାଲିରେ ମୋର
              ନୟନ ଥିବ ଲୟରେ।
ତୁମେ କୃଷ୍ଣ ପରା ଦ୍ଵାପର ଯୁଗରେ
               ଶ୍ରୀ ରାମ ତ ତ୍ରେତୟାରେ
କଳିଯୁଗେ ଏବେ ଶ୍ରୀକ୍ଷେତ୍ର ଧାମରେ
               ଦୃଷ୍ଟି ଚକାଡୋଳା ପରେ।
ତୁମ ଚକା ଆଖି ଚାହିଁ ରହି ଥାନ୍ତି
                ଅପଲକ ନୟନରେ
ଭାବେ ହୋଇ ଭୋଳା ବୋହି ଲୁହ ଧାର
                ପଡୁଥାନ୍ତା ଚରଣରେ।
ଆପଣାର ବୋଲି ଜୀବନେ ମଣଇ
               ରଖିଛି ଅତୁଟ ଆଶ୍ରା
ତୁମ ନାମ ଧରି ସଂସାର ବାରିଧି
               ପାରି ହେବାକୁ ଭରସା।

  ଅବସର ପ୍ରାପ୍ତ ପ୍ରାଧ୍ୟାପକ

ଶାମୁକା ସାହି ରଣପୁର ନୟାଗଡ଼

Related posts

ପ୍ରତିମା ଶତପଥି ଙ୍କ କବିତା = ପ୍ରବାଦ ପୁରୁଷ ବିଜୁପଟ୍ଟନାୟକ ଙ୍କ ଜୟନ୍ତୀ ଉପଲକ୍ଷେ

Sunil Chandra Nayak

ଲକ୍ଷ୍ମୀ ବଗର୍ତ୍ତୀ ଙ୍କ କବିତା // କଅଁଳ ଖରା

Sunil Chandra Nayak

ଶ୍ରୀ ଭ୍ରମର ବାଗ ଙ୍କ କବିତା = ଶ୍ରୀରାମ ନବମୀ

Sunil Chandra Nayak

Leave a Comment

error: Content is protected !!