ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କାହା ସ୍ବାର୍ଥରେ ଉଦ୍ଯାନ ବିଭାଗ ? କାର୍ଯ୍ଯାଳୟ କୋଠାକୁ କାର୍ଯ୍ଯ କ୍ଷମ କରିବାରେ ଅବହେଳା !!

ଥୁଆମୂଳ ରାମପୁର: ୨୬/୧୨ – (ମ.ନି.ସ) :- କଳାହାଣ୍ଡି ଜିଲ୍ଲା ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ଥୁଆମୂଳ ରାମପୁର ବ୍ଳକରେ ଅନେକ ବିଭାଗ ମଧ୍ୟରୁ ଉଦ୍ଯାନ ବିଭାଗ ଓ ମତ୍ସ୍ୟ ବିଭାଗ ଅନ୍ୟତମ ଏହି ବିଭାଗର କାର୍ଯ୍ୟାଳୟ ଆଗରୁ ନଥିଲା, ତେଣୁ ଗତ ୩ବର୍ଷ ତଳେ ୨୦ ଲକ୍ଷ ଟଙ୍କା ବ୍ଯୟ ବରାଦରେ ଗୋଟିଏ ଚକ ଚକିଆ କୋଠା ନିର୍ମାଣ ଶେଷ ହୋଇଯାଇଛି। କିନ୍ତୁ ଆଜକୁ ଦୀର୍ଘ ବର୍ଷ ଅତିକ୍ରମ କରିଥିଲେ ହେଁ କାର୍ଯ୍ଯକ୍ଷମ କରାଯାଇ ପାରିଲା ନାହିଁ। ତେବେ ନବନିର୍ମିତ ଏହି କୋଠା ବର୍ତ୍ତମାନ ଲତାବୁଦାର ଆବଦ୍ଧ ଘେରରେ ରହିବା ସହିତ ଏକ ପ୍ରକାର ମଦ୍ଯପ ମାନଙ୍କର ଆଡ୍ଡା ସ୍ଥଳୀ ପାଲଟିଛି। ଧୀରେଧୀରେ କୋଠାଟି ପରିତ୍ୟକ୍ତ ଅବସ୍ଥାରେ ପହଞ୍ଚିବା ସମୟ ହେଲାଣି। ଏକଦା ଥୁଆମୂଳ ରାମପୁର ରାଜା ରାଜୁଡ଼ାରୁ ଶହ ଶହ ଆମ୍ବ ଗଛ, କମଳା ସପୁରୀ ପଣସ, କାଜୁ ଗଛ, ଲିଚୁ ଫଳ, ପିଜୁଳି ପଣସ ରେ ଭରପୁର ରହିଥିବାବେଳେ ଏବେ ଆଉ ସେ ସମୟ ନାହିଁ। ଏହି ଅଞ୍ଚଳ ର ମାଟି ବେଶ ଉର୍ବର ହେତୁ ଫଳ ଚାଷ ପାଇଁ ପ୍ରଯୁଜ୍ୟ ହୋଇ ଥାଏ, ସେହିପରି ଏହି ବ୍ଲକ ରେ ପେରମଞ୍ଜିରେ ଆମ୍ବ ,ପଣସ ,ସପୁରୀ ଫାର୍ମ, ଅମଠଗୁଡା ରେ ଆମ୍ବ ପିଜୁଳି ସପୁରୀ, ଲିଚୁଫାର୍ମ ଅଛି, ସେମେଲ ପଦର ରେ ଏହି ପ୍ରଭୃତିର ଫଳ ଗଛ ଅଛି ଏବଂ ଏହା ସରକାର ଙ୍କ ଅଧୀନ ରହି ଅଛି, କିନ୍ତୁ ଉପଯୁକ୍ତ ରକ୍ଷଣା ବେକ୍ଷଣା ଅଭାବ ହେତୁ ବର୍ତ୍ତମାନ ଖରାପ ଅବସ୍ଥାରେ ରହିଛି। ସରକାରଙ୍କ ପକ୍ଷରୁ ଯେତେ ଗୁରୁତ୍ୱ ଦେଉଛନ୍ତି ସେହି ଅନୁସାରେ ବିଭାଗୀୟ କର୍ମଚାରୀଙ୍କ ଦେଖାଦର୍ଶନ ମିଳୁନ ଥିବାବେଳେ ଅଞ୍ଚଳ ର କିଛି ଦଲାଲ ହେକ୍ଟୋର ହେକ୍ଟୋର ଜମିରେ ଆମ୍ବ ଲିଚୁ କାଜୁ ଚାଷ ପାଇଁ ଗଛ ଯୋଗାଇ ବାଢ ପାଚେରୀ ନିର୍ମାଣ ଓ ଗଛରେ ସାର ଦେବା ଦର୍ଶାଇ ଲକ୍ଷ ଲକ୍ଷ ଟଙ୍କା ଲୁଟି ଚାଲୁ ଥିବା ଅଭିଯୋଗ ହେଉଛି। ଏମିତି କୌଣସି ଗୋଟିଏ ଫଳ ଚାଷୀ ନାହାନ୍ତି କି ଅନୁଦାନ ପ୍ରାପ୍ତ ଗଛ ମୋଟେ ଦେଖିବାକୁ ମିଳେନାହିଁ। ବିଭାଗୀୟ ଅଧିକାରୀ କି କର୍ମଚାରୀ କେଉଁଠି ଅଛନ୍ତି ଆଉ କିଏ ତାହା ଅଞ୍ଚଳ ବାସୀ ଜାଣିନାହାନ୍ତି। କୋଠା ନିର୍ମାଣ କରାଯାଇଛି ଏହା ତିନି ବର୍ଷ ବିତିଯାଇଥିଲେ ସୁଦ୍ଧା ଏପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ନ କରିବା କାରଣ କଣ ଅଞ୍ଚଳ ବାସୀଙ୍କ ପକ୍ଷରେ ଜାଣିବା କାଠିକର ପାଠ ହୋଇପଡିଛି।

ସେହିପରି ମତ୍ସ୍ୟ ବିଭାଗ କାର୍ଯ୍ଯାଳୟ କେଉଁଠି ଅଛି ମତ୍ସ୍ୟ ଅଧିକାରୀ କିଏ ସେ ବିଷୟରେ ଥୁଆମୂଳ ରାମପୁର ବ୍ଳକର ଲୋକଙ୍କ ସହିତ ଜନ ପ୍ରତିନିଧି ମଧ୍ୟ ଜାଣି ନ ଥିବା ଗଣ ମାଧ୍ୟମ କୁ ପ୍ରକାଶ କରିଛନ୍ତି। ସରକାର ଦ୍ୱାରା ମତ୍ସ୍ୟ ଚାଷୀଙ୍କ ପାଇଁ ମୋ ପୋଖରୀ ଯୋଜନା ରେ ମାଛ ଯାଆଁଳା ଦେବା ସହ ପୋଖରୀ ନିର୍ମାଣ କରିବା ପାଇଁ ସବ୍ସିଡି ଦେଇ ପ୍ରୋତ୍ସାହିତ କରାଯାଏ। ସେହିପରି ଇନ୍ଦ୍ରାବତୀ ଡ୍ୟାମରେ ହଜାର ହଜାର ହେକ୍ଟୋର ରେ ଜଳପୂର୍ଣ୍ଣ ରୁହେ ସେଠାରେ ମାଛ ଚାଷୀଙ୍କୁ ମାଛ ମରା ଦଙ୍ଗା ଓ ମାଛ ଯାଆଁଳା, ଜାଲ ଦିଆଯାଏ କିନ୍ତୁ ବିଭାଗୀୟ ଅଧିକାରୀଙ୍କ ଦେଖା ନ ଥିବା ଚାଷୀ ଙ୍କୁ ହତୋତ୍ସାୟୀତ କରୁଛି।ସରକାରଙ୍କ ଯୋଜନା ଚାଷୀଙ୍କୁ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ସ୍ୱାବଲମ୍ବୀ କରିବା ବଦଳରେ ଦଲାଲର କବ୍ଜାରେ ଏହି ଦୁଇ ବିଭାଗ । ଏହି ବିଭାଗରେ ହେଉ ଥିବା ସମସ୍ତ କାମକୁ ଉଚ୍ଚ ପଦାଧିକାରୀଙ୍କ ଦ୍ୱାର ତଦନ୍ତ କରାଗଲେ ହିଁ ଅସଳ ସତ୍ୟତା ଓ ଗୁମର ଫିଟିବ ବୋଲି ଅଞ୍ଚଳର ବୁଦ୍ଧିଜିବି, ଚାଷୀ, ସମେତ ଜନପ୍ରତିନିଧିଙ୍କ ମନରେ ତିବ୍ର ପ୍ରତିକ୍ରିୟା ସୃଷ୍ଟି ହେଉଥିବା ଜଣାପଡିଛି।

ଥୁଆମୂଳ ରାମପୁର ବ୍ଳକରୁ ବଳଭଦ୍ର ବାଗଙ୍କ ରିପୋର୍ଟ

Related posts

ଧରାକୋଟ ରେ ବ୍ଲକ ସ୍ତରୀୟ ନିପୁଣ ମେଳା

masiha

ଅବସର ନେଲେ ପ୍ରାଧ୍ୟାପକ ଡ଼ଃ ଅରବିନ୍ଦ ବାରିକ

masiha

ଅବସର ଭବନରେ ବିଶ୍ଵ ବୟୋଜ୍ୟେଷ୍ଠ ଦିବସ ପାଳନ 

Sunil Chandra Nayak

Leave a Comment

error: Content is protected !!