ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
କ୍ରୀଡ଼ା

ଭବାନୀପାଟଣା ଠାରେ ଦ୍ଵିତୀୟ ପ୍ରଶାସନିକ କପ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟ ମହା ସମାରୋହ ରେ ଉଦଯାପିତ 

ଫାଇନାଲରେ ଏସ୍ ପି ଏକାଦଶ ବିଜୟୀ 

ଭବାନୀପାଟଣା ତା ୨୬.୧୨.୨୦୨୨:ଆଜି ସ୍ଥାନୀୟ କଳାହାଣ୍ଡି ବିଶ୍ଵ ବିଦ୍ୟାଳୟ କ୍ରୀଡା ପଡ଼ିଆରେ ଦ୍ଵିତୀୟ ପ୍ରଶାସନିକ କପ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଉଦଯାପିତ ହୋଇଯାଇଛି। ବେଦାନ୍ତ ଲିମିଟେଡ, ଲାଞ୍ଜିଗଡ ତଥା ଉତ୍କଳ ଆଲୁମିନା ଟିକିରି ର ପ୍ରଯୋଜନା ତଥା ଜିଲ୍ଲା ପ୍ରଶାସନ ଦ୍ଵାରା ଆୟୋଜିତ ଏହି ଟୁର୍ଣ୍ଣାମେଣ୍ଟର ଉଦଯାପନ ଉତ୍ସବ ରେ ଜିଲ୍ଲାପାଳ ପି ଅନ୍ୱେଷା ରେଡ୍ଡୀ ମୁଖ୍ୟଅତିଥି ତଥା ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସୁଶାନ୍ତ କୁମାର ପଟେଲ ସମ୍ମାନିତ ଅତିଥି ରୂପେ ଯୋଗ ଦେଇଥିଲେ। ଜିଲ୍ଲାପାଳ ନିଜ ବକ୍ତବ୍ୟ ରେ ସରକାରୀ କର୍ମଚାରୀମାନଙ୍କୁ ଖେଳରେ ଯୋଗଦାନକୁ ପ୍ରଶଂସା କରି ନିଜର ସ୍ବାସ୍ଥ୍ୟ କୁ ଠିକ୍ ରଖିବା ଓ ଟିମ୍ ମାନସିକତା ନେଇ କାର୍ଯ୍ୟ କରିବାକୁ ଆହ୍ବାନ କରିଥିଲେ। ଏହି ଫାଇନାଲ ଟୁର୍ଣ୍ଣାମେଣ୍ଟରେ ଏସ୍ ପି ଏକାଦଶ ବିଜୟୀ ଏବଂ ଏମ ରାମପୁର ବ୍ଲକ ରନର୍ସ ଅଫ ହୋଇଥିଲା ଏବଂ ଦୁଇଟି ଦଳ ମୁଖ୍ୟ ଅତିଥିଙ୍କ ଠାରୁ ଟ୍ରଫି ଗ୍ରହଣ କରିଥିଲେ।ଦେନିଶ ବିଶିଁ ମେନ୍ ଅଫ ଦି ମ୍ୟାଚ୍, ବେଷ୍ଟ ବେଟସ୍ ମେନ୍ ଲଳିତ ମାଝୀ , ମେନ୍ ଅଫ ଦି ସିରିଜ ମୃତଞ୍ଜୟ ପଟେଲ ରୂପେ ଟ୍ରଫି ମୁଖ୍ୟ ଅତିଥିଙ୍କ ଠାରୁ ଗ୍ରହଣ କରିଥିଲେ। ଟୁର୍ଣ୍ଣାମେଣ୍ଟରେ ଡି ଏସ ଓ ମହେଶ ପାଢ଼ୀ,ଶିଶୁ ସୁରକ୍ଷା ବିଭାଗ କର୍ମଚାରୀ ଅଂଶୁମାନ ବାବୁ, ନେହେରୁ ଯୁବ କେନ୍ଦ୍ର ଅଧିକାରୀ ପ୍ରସନ୍ନ ମେହେର, ଡି ଆଇ ପି ଆର୍ ଓ ମନୋଜ ବେହେରା,ନେହେରୁ ଯୁବ କେନ୍ଦ୍ର ସ୍ବେଛାସେବୀ, ଆମ୍ପାର ବିପ୍ଳବ ସିଂଓ ତେଜେଶ୍ୱର୍ ଆଚରି ସହଯୋଗ କରିଥିଲେ।ଧାରା ବିବରଣୀ ପ୍ରଚାର କରିଥିଲେ ଘୋଷକ ଶୁଭେନ୍ଦୁ ବିଶି।

ମସିହା ନିଉଜ ସର୍ଭିସ୍ 

Related posts

ମା ଠାକୁରାଣୀ  କ୍ରିକେଟ ଟୁର୍ନାମେଣ୍ଟ, ଡେଙ୍ଗପଦର ର ସେମିଫାଇନାଲ

Sunil Chandra Nayak

ବଡ଼ବାଙ୍କି ପଞ୍ଚାୟତ ଲିଗ୍ (BPL) କ୍ରିକେଟ୍ ମ୍ୟାଚରେ ଯତୀନ ୱରିଅର୍ସ ଫାଇନାଲକୁ ପ୍ରବେଶ

2022 LPL ର ଉଦଯାପନୀ ଦିବସ 

Sunil Chandra Nayak

Leave a Comment

error: Content is protected !!