ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ସାହିତ୍ୟ ଅଗଣା

ସତ୍ୟରଞ୍ଜନ ସ୍ୱାଇଁ ଙ୍କ କବିତା  l l l ଦଉଡ଼ି l l l

 l l l ଦଉଡ଼ି l l l

ଦଇବ ଦଉଡ଼ି ଅଛି  
             ତୁମରି ହାତରେ
ଦିନୁ ଦିନୁ କଳୁଷିତ
            କିଏ ଏଠି କରେ
କିଏ ଏଠି ବଡ଼ପରା 
             ତୁମରି ଉପରେ 
ଦଇବ ଦଉଡ଼ି ଅଛି……………..୧ 
ସବୁ ଦେଖି ତୁମେ ପ୍ରଭୁ 
               ସହିତ ଯାଉଛ
ମିଛ ମାୟା ସଂସାରଟା 
               କାହିଁକି ରଚିଛ
ଶାନ୍ତି ଟିକେ ମିଳେନାହିଁ 
             ଜୀବନ ଭିତରେ
ଦଇବ ଦଉଡ଼ି ଅଛି……………..୨ 
ଭୟ ବୋଲି କିଛି ନାହିଁ 
                କାହାରି ମନରେ
ସବୁ ଏଠି କିଣା ବିକା
                ଟଙ୍କାର ମୂଲରେ
ଦେଖୁ ଥାଅ ତୁମେ ପ୍ରଭୁ 
             ବସି ନିରବରେ        
ଦଇବ ଦଉଡ଼ି ଅଛି……………..୩ 
ଅନ୍ୟାୟ ଦେଖିକି କାହିଁ 
                  ସହିତ ଯାଉଛ
ଗରିବ ଆଖିରେ କେତେ 
                    ଲୁହକୁ ଦେଉଛ
କାନ୍ଦି କାନ୍ଦି ଦିନ ସରେ 
                   ତୁମରି ପାଖରେ
ଦଇବ ଦଉଡ଼ି ଅଛି  
             ତୁମରି ହାତରେ………….୪

ସତ୍ୟରଞ୍ଜନ ସ୍ୱାଇଁ

ଅବଦଲପୁର, ଯାଜପୁର

Related posts

ଜୟ କୁମାର ମିଶ୍ର ଙ୍କ କବିତା “ଗାଆଁ ଦୁହିତା, ଉଦାରି ସୀତା”

Sunil Chandra Nayak

ଚନ୍ଦ୍ରକଳା ଦେବୀ ଙ୍କ କବିତା// ସୁସ୍ୱାଗତମ ନବ ବରଷ

Sunil Chandra Nayak

ସୁରେଶ କୁମାର ପରିଡ଼ା ଙ୍କ କବିତା _ _ ବ୍ୟଥା _ _

Sunil Chandra Nayak

Leave a Comment

error: Content is protected !!