ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ସ୍ଵାସ୍ଥ୍ୟ

ଭାରତ ବାୟୋଟିକର ନାଜାଲ ଭ୍ୟାକ୍ସିନର ଦାମ୍ ଘୋଷଣା , ବୁଷ୍ଟର ଡୋଜ୍ ପାଇଁ ମଞ୍ଜୁରୀ ଦେଇଛନ୍ତି ସରକାର

ନିକଟରେ ଭାରତ ବାୟୋଟିକ୍ ଦ୍ୱାରା ପ୍ରସ୍ତୁତ ନାଜାଲ ଭ୍ୟାକ୍ସିନ ‘INCOVACC’ କୁ ଦେଶରେ ବୁଷ୍ଟର ଡୋଜ୍ ପାଇଁ ମଞ୍ଜୁରୀ ଦେଇଛନ୍ତି ସରକାର । ବୁଷ୍ଟର ଡୋଜ୍ ପାଇଁ ଏହାର ମାତ୍ର ୨ ବୁନ୍ଦା ନାକରେ ପକାଯିବ । ଆଇଏମଏ ସେକ୍ରେଟାରୀ ଅନିଲ ଗୋୟଲଙ୍କ କହିବା ମୁତାବକ, ଏହି ନାଜାଲ ଭ୍ୟାକ୍ସିନ୍ ଅନ୍ୟ ଭ୍ୟାକ୍ସିନ ଭଳି ପ୍ରଭାବୀ । ଏହାକୁ କୌଣସି କଷ୍ଟରେ ଲୋକେ ଗ୍ରହଣ କରିପାରିବେ । ଏବେ ଏହାର ମାର୍କେଟ ଦର ଘୋଷଣା କରାଯାଇଛି ।

ସୂଚନା ମୁତାବକ, ଇନକୋଭାକ୍ ନାଜାଲ ଭ୍ୟାକ୍ସିନର ମୂଲ୍ୟ ୮୦୦ । ଏହା ଉପରେ ୫ ପ୍ରତିଶତ ଜିଏସଟି ଲାଗୁ ହେବ । ଏହି ମୂଲ୍ୟ ସରକାରଙ୍କ ଦ୍ୱାରା ଧାର୍ଯ୍ୟ କରାଯାଇଥିବାବେଳେ ଏହାକୁ ୧୦୦୦ଟଙ୍କାକୁ ବଢାଇବାକୁ କମ୍ପାନୀ ଚାହୁଁଥିବା ଜଣାପଡିଛି । କୋବିନ୍ ପ୍ଲାଟଫର୍ମରେ ମଧ୍ୟ ଏହି ନାଜାଲ ଭ୍ୟାକ୍ସିନ୍ ଉପଲବ୍ଧ ହେବ । ଏହାକୁ ୧୮ ବର୍ଷରୁ ଉର୍ଦ୍ଧ୍ୱ ବୟସ୍କ ଲୋକଙ୍କୁ ଦିଆଯାଇପାରିବ ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ…..

Related posts

ସମାଜସେବା ରେ ସାମାଜିକ ସଂଗଠନ “ସମାଜ ପାଇଁ ସମର୍ପିତ” 

Sunil Chandra Nayak

ତୁଳସୀପଦର ଝାଡ଼ାବାନ୍ତି ବ୍ୟାପିବା ଘଟଣା , ନବରଙ୍ଗପୁର ମେଡିକାଲ ଟିମ ପହଂଚି ଅନୁଧ୍ୟାନ

Sunil Chandra Nayak

ତେନ୍ତୁଳିଖୁଣ୍ଟି ବ୍ଲକ ସ୍ୱାସ୍ଥ୍ୟ ବିଭାଗ ର ଦମନ କାର୍ଯ୍ୟକ୍ରମ

Sunil Chandra Nayak

Leave a Comment

error: Content is protected !!