ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଦୁଇଦିନିଆ ମାଗଣା ଚେସ ତାଲିମ ଉଦଘାଟିତ 

ଫୁଲବାଣୀ  / କନ୍ଧମାଳ ଜିଲ୍ଲାରେ  ଚେସ ଖେଳକୁ ପ୍ରତ୍ସାହନ ଦେବା ପାଇଁ କନ୍ଧମାଳ ଜିଲ୍ଲା ଚେସ ଏସୋସିଏସନ ପକ୍ଷରୁ ସ୍ଥାନୀୟ ଏ ଜେ ଓ ହାଇସ୍କୁଲ ପରିସରରେ ଦୁଇଦିନିଆ ଜିଲ୍ଲା ସ୍ତରୀୟ ତାଲିମ କାର୍ଯ୍ୟକ୍ରମ  ମଙ୍ଗଳବାର ଉଦଘାଟିତ ହୋଇଛି l ରାଜ୍ୟ ର ଜଣାଶୁଣା ଅଭିଜ୍ଞ କୋଚ ତାଲିମଦାତା ରାଜେନ୍ଦ୍ର କୁମାର ସାହୁ ତାଲିମ ପ୍ରଦାନ କରୁଛନ୍ତି l ବିଶେଷ କରି ହାଇସ୍କୁଲ ଶିକ୍ଷକ ଶିକ୍ଷୟତ୍ରୀ, ପିଇ ଟି ମାନଂକୁ ତାଲିମ ପ୍ରଦାନ କରାଯାଉଛି l ଫଳରେ ସେମାନେ ହାଇସ୍କୁଲ ପିଲାମାନଙ୍କୁ ତାଲିମ ଦେବେ ଓ ଚେସ ପ୍ରତି ଆଗ୍ରହ ସୃଷ୍ଟି କରିବେ l ପରେ ଚେସ ଏସୋସିଏସନ ପକ୍ଷରୁ ହାଇସ୍କୁଲ ସ୍ତରୀୟ ଚେସ ପତିଯୋଗିତା ଅନୁଷ୍ଠିତ ହେବ  lମୁଖ୍ୟମନ୍ତ୍ରୀ ମଧ୍ୟ ସ୍କୁଲରେ ଚେସ ଖେଳ କୁ ପ୍ରାଧାନ୍ୟ ଦେଇ ଚେସ ଇନ ସ୍କୁଲ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି lଏହି ଅବସରରେ ଆୟୋଜିତ ଉଦଘାଟନୀ ଉତ୍ସବ ରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ମଙ୍ଗଳ ଅଧିକାରୀ ସିମାଞ୍ଚଳ ବେହେରା, ଜିଲ୍ଲା ଚେସ ଏସୋସିଏସନ ସଭାପତି କେ. ଜ୍ଞାନରଞ୍ଜନ ଦୋରା, ପରାମର୍ଶ ଦାତା ବରିଷ୍ଠ ସାମ୍ବାଦିକ ଡ଼ଃ ଅରୂପ ଜେନା, ଜ଼ିଲ୍ଲା ପ୍ରେସ କ୍ଲବ ସଭାପତି ତଥା ଚେସ ଏସୋସିଏସନ ସଂଗଠନ ସମ୍ପାଦକ ସୁନୀଲ ପଟନାୟକ, ଫିଜିକାଲ ଟ୍ରେନିଂ ଇନଷ୍ଟ୍ରକ୍ଟର ରଙ୍କନିଧି ବେହେରା, ସଦସ୍ୟ ତଥା ଜିଲ୍ଲା ସାମ୍ବାଦିକ ସଙ୍ଘ ସମ୍ପାଦକ ଅଶୋକ ପରିଡା ପ୍ରମୁଖ ଯୋଗ ଦେଇ ଚେସ ଖେଳିବା ଦ୍ୱାରା ଖେଳାଳି ମାନଙ୍କ ମାନସିକ ଓ ବୌଦ୍ଧିକ ବିକାଶରେ ସହାୟତା କରିଥାଏ ବୋଲି କହିଥିଲେ l କନ୍ଧମାଳ ଜିଲ୍ଲାରେ ଚେସ ଖେଳର ପ୍ରଚାର ପ୍ରସାର ଦିଗରେ ଜିଲ୍ଲା ଚେସ ଏସୋସିଏସନର ଭୂମିକା ଗୁରୁତ୍ୱ ପୁର୍ଣ ବୋଲି ମୁଖ୍ୟ ଅତିଥି ଶ୍ରୀ ବେହେରା କହିଥିଲେ l

କନ୍ଧମାଳ ରୁ ଜୟ ସେନ ପରିଡା ଙ୍କ ରିପୋର୍ଟ 

Related posts

ରାଇଘରଠାରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଧ୍ୟକ୍ଷତାରେ ଏକ ଜନଶୁଣାଣି ଶିବିର ଅନୁଷ୍ଠିତ

masiha

ସାବିତ୍ରୀ ପାଇଁ ଫଳ ବଜାରରେ ନିଆଁ

ଜହ୍ନ ରାଇଜରେ ସାଙ୍ଗ କୁ ଖଣ୍ଡେ ଜାଗା ଦେଲେ ସମାଜସେବୀ ସୌମ୍ୟା 

Sunil Chandra Nayak

Leave a Comment

error: Content is protected !!