ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଗଛ ମୂଳରୁ ଝରୁଛି ଜଳ 

 କାମାକ୍ଷାନଗର (ମ ସୀ ହା)୨୭/୧୨// ଭଗବାନଙ୍କ ମହିମା କିଏ ବା ବୁଝିବ ?? ସୃଷ୍ଟିରେ ଏମିତି କିଛି ଦୃଶ୍ୟ ଦେଖିବାକୁ ମିଳେ ଯାହା ଅତି ଆଶ୍ଚର୍ଯ୍ୟଜନକ ଓ ଅବିଶ୍ୱସନୀୟ ହୋଇଥାଏ I ଏହିପରି ଏକ ଅଲୌକିକ ଘଟଣା ଆମେ ଆପଣଙ୍କୁ ଦେଖେଇବୁ I ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ ଅନ୍ତର୍ଗତ କାଦୁଆ ପଞ୍ଚାୟତର ସମାଟାଙ୍ଗି ଗ୍ରାମର ତେଣ୍ଡା ଖୁଲ ମଠ I ଏହା ଏକ ଘଞ୍ଚ ଜଙ୍ଗଲ ପରିପୂର୍ଣ ସୌନ୍ଦର୍ଯ୍ୟ ଭରା ସୁନ୍ଦର ପରିବେଶ I ଏଠାରେ ମା ଟେଣ୍ଡେଇସୁଣୀ ଠାକୁରାଣୀ ଅବସ୍ଥାନ କରିଛନ୍ତି I ଯିଏ ଯାହା ମାନସିକ କରନ୍ତି ତାହା ପାଇଛନ୍ତି I ଏଠାରେ ଶିବରାତ୍ରି, ମକର ଯାତ୍ରା ଆଦି ଯାତ୍ରା ହୁଏ ଏବଂ ହଜାର ହଜାର ଲୋକ ସମାଗମ ହୁଏ I ଏଠି ଏକ ଅଲୌକିକ ଘଟଣା ଘଟୁଛି ଯାହାକି ଦେଖି ଲୋକ ଆଶ୍ଚର୍ଯ୍ୟ ଚକିତ ହୁଅନ୍ତି I ଏହି ପର୍ବତରେ ଥିବା ଏକ ବୃକ୍ଷ ମୂଳରୁ ଜଳର ଝର ବାହାରୁଛି l ଆଖ ପାଖରେ କୌଣସି ଝରଣା ଦେଖିବାକୁ ମିଳେନାହିଁ ମାତ୍ର ସେହି ଗଛ ମୂଳରୁ ଅନବରତ ଜଳ ସ୍ରୋତ ବାହାରିଚାଲୁଛି ଏବଂ ପରୀକ୍ଷାରୁ ଜଣାଯାଇଛି ଯେ ଏହା ପିଇବା ପାଇଁ ଉପଯୁକ୍ତ I କୌଣସି ପର୍ବ ପର୍ବାଣିରେ ଏହି ଜଳ ହିଁ ସମସ୍ତଙ୍କର ତୃଷ୍ନା ମେଣ୍ଟାଈ ଥାଏ I ବାବା ବିଜୟ ଦାସ ଙ୍କ କହିବା କଥା ଏ ହେଉଛି ପ୍ରକୃତି ଓ ମା ଟେଣ୍ଡେଇଶୁଣି ଙ୍କ ମହିମା l ସବୁଠାରୁ ବଡ଼ ଆଶ୍ଚର୍ଯ୍ୟ କଥା ହେଲା କୌଣସି ପର୍ବ ପର୍ବାଣିରେ ଯେତେ ଅଧିକ ଲୋକ ହେବେ ଗଛ ମୂଳରୁ ସେତେ ଅଧିକ ଜୋରରେ ଜଳ ସ୍ରୋତ ବାହାରେ ଏବଂ ଯେଉଁ ଦିନ କମ ଲୋକ ହୁଅନ୍ତି ସେଦିନ କମ ଜଳ ସ୍ରୋତ ବାହାରେ I ଯେତେ ଖରା ହେଲେ ମଧ୍ୟ ଜଳ ଧାର ଶୁଖେନାହିଁ I ଏବଂ ବିଶ୍ୱାସ ଅଛି ଯେ ଏହି ଜଳ କୁ ନେଇ ସ୍ନାନ କଲେ ଦେହରୁ ଚର୍ମ ରୋଗ ଭଲ ହୋଇଯାଏ I କିନ୍ତୁ ଯଦି କୋୖଣସି କାରଣରୁ ଜଳ ଧାର ଅସୁଧି ହୋଇଯାଏ ତେବେ ଗଛ ମୂଳରୁ ବାହାରୁଥିବା ଜଳର ଧାର କମିଯିବ ଏବଂ ଜଳ ବନ୍ଦ ହୋଇଯାଏ, ତେବେ ଗଙ୍ଗା ଜଳ ଛିଞ୍ଚି, ହରିବୋଲ ଦେଇ ଦୀପ ଜାଳି ନାମ କୀର୍ତନ କରି ପୂଜାଚର୍ଣ୍ଣ କଲେ ଯଥା ପୂର୍ବକ ଜଳର ଧାର ବାହାରିଥିବା କଥା ଗ୍ରାମବାସୀ କୁହନ୍ତି I

କାମାକ୍ଷାନଗର ରୁ ପ୍ରହ୍ଲାଦ ମୁଦୁଲି ଙ୍କ ରିପୋର୍ଟ

Related posts

ତଣ୍ଡାଗୁଡାରେ ସଡ଼କ ଦୁର୍ଘଟଣାରେ ମୃତ ଦାମ୍ପତିଙ୍କ ପରିବାରକୁ ଆର୍ଥିକ ସହାୟତା

ଭୂତକୋଠି ପାଲଟିଛି ପ୍ରାଣୀ ଚିକିତ୍ସାଳୟ

Sunil Chandra Nayak

ନିଜ ସୁରକ୍ଷା ପାଇଁ କବିରାଜମାନେ ସାଜିଛନ୍ତି ନକଳି ସାମ୍ବାଦିକ ୨ୟ ଭାଗ

masiha

Leave a Comment

error: Content is protected !!