ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଦିବ୍ୟାଙ୍ଗ ସୁନା ଧର ଭତ୍ତାରୁ ବଞ୍ଚିତ: ଭୀମ ଭୋଇ ଭିନ୍ନକ୍ଷମ ଶିବିର କାହା ସ୍ୱାର୍ଥରେ

ତେନ୍ତୁଳିଖୁଣ୍ଟି ୨୭/୧୨/୨୨ – ତେନ୍ତୁଳିଖୁଣ୍ଟି ବ୍ଲକ ଦିଗି ଗ୍ରାମ ପଞ୍ଚାୟତ ଦିଗି ଗ୍ରାମ ର ସୁନାଧର ପାଇକ ଙ୍କ ହାତ କାଟି ଚାରି ବର୍ଷ ହେଲାଣି ତଥାପି ତାଙ୍କୁ ଦିବ୍ୟ|ଙ୍ଗ ଭତ୍ତା ଆଜିଯାଏଁ ମିଳି ପାରିନି। ଚାରି ବର୍ଷ ତଳେ ଧାନ ମିଲ ରେ ତାଙ୍କ ହାତ କଟି ଥିଲା। ସୁନାଧର ଦମ୍ପତ୍ତିଙ୍କ କୌଣସି ସନ୍ତାନ ସନ୍ତତି ନ ଥିବା ବେଳେ କୁଲି କରି ଉଭୟ ଜୀବିକା ମେଣ୍ଟାଉଥିଲେ କିନ୍ତୁ ହାତ କଟିବା ପରଠାରୁ କେବଳ ପତ୍ନୀ କୁଲି କାମ କରି ଆଣିଲେ ଦୁଇ ପ୍ରାଣୀ କୁଟୁମ୍ବ ମୁଖରେ ଆହାର ମିଳୁଛି। ସୁନାଧର ଭୂମିହୀନ। ଦିବ୍ୟାଙ୍ଗ ହେବା ଠାରୁ ବହୁବାର ବ୍ଲକ ପ୍ରଶାସନ ର ଦୃଷ୍ଟି ଆକର୍ଷଣ କରି ମଧ୍ୟ ଭତ୍ତା ରୁ ବଞ୍ଚିତ। ଭୀମଭୋଇ ଭିନ୍ନକ୍ଷମ ଶିବିର ପ୍ରତିବର୍ଷ ହେଉଥିବା ବେଳେ ସୁନା ଧର ଭଳି ଦିବ୍ୟାଙ୍ଗ ଙ୍କୁ କିଛି ସୁବିଧା ନ ମିଳିବା ଶିବିର କାହା ସ୍ୱାର୍ଥରେ ବୋଲି ପ୍ରଶ୍ନ ଉଠୁଛି। ଏଣୁ ସୁନା ଧର କୁ ଦିବ୍ୟାଙ୍ଗ ପେନସନ ତୁରନ୍ତ ପ୍ରଦାନ କରିବାକୁ ଓ ଘର ଯୋଗେଇ ଦେବାକୁ ବିଜେପି ଜିଲ୍ଲା କାର୍ଯକାରିଣୀ ସଦସ୍ୟ ସନ୍ତୋଷ ପାତ୍ର ଦାବି କରିଛନ୍ତି ।

ଗୋବର୍ଦ୍ଧନ ସାହୁ ,ତେନ୍ତୁଳିଖୁଣ୍ଟି

Related posts

ଚାଟିଗୁଡା ଗ୍ରାମରେ ବର୍ଷା ପାଇଁ ଚାଲିଛି, ବେଙ୍ଗ ବେଙ୍ଗୁଲି ବାହାଘର

Sunil Chandra Nayak

ମାରଓ୍ବାଡି ଯୁବା ମଞ୍ଚର ନୂତନ କର୍ମକର୍ତ୍ତା ଚୟନ  ସଭାପତି: ଶ୍ରୀ ଶୈଳେଶ କୁମାର ଓ ସମ୍ପାଦକ: ମୁକେଶ କୁମାର ଅଗ୍ରୱାଲ

masiha

ଓରାଘାଟ ଆଇରନ ଖଣି ରେ ଆନ୍ତର୍ଜାତିକ ଯୋଗ ଦିବସ ମହା ଆଡ଼ମ୍ବର ରେ ପାଳନ 

masiha

Leave a Comment

error: Content is protected !!