ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ସ୍ବାମୀ ଓ ଦିତୀୟ ପତ୍ନୀ ମିଶି ପ୍ରଥମ ପତ୍ନୀଙ୍କୁ ପୋଡ଼ି ମାରିବାକୁ ଉଦ୍ୟମ 

ମୟୂରଭଞ୍ଜ ୨୭/୧୨/୨୨ (ମସିହା) ଦିନକୁ ଦିନ ନାରୀ ନିର୍ଯାତନା ଓ ପାରିବାରିକ ହିଂସା ବଢ଼ି ଚାଲିଛି ।ଆଇନ କଠୋର ହେଲେ ମଧ୍ୟ ଅସାମାଜିକଙ୍କ ଭ୍ରୂକ୍ଷେପ ନାହିଁ । ସୂଚନାଯୋଗ୍ୟ ମୟୂରଭଞ୍ଜ ଜିଲ୍ଲାର ତିରିଂ ଥାନା ଅନ୍ତର୍ଗତ ଵହଳଦା ବ୍ଳକର କାଙ୍କି ପଞ୍ଚାୟତର ଗାଇଚାଣ୍ଡି ଗ୍ରାମର ରଘୁନାଥ ବିନ୍ଧାଣି ଏବଂ ତାଙ୍କର ଦିତୀୟ ପତ୍ନୀ ସହିତ ମିଶି ପ୍ରଥମ ପତ୍ନୀଙ୍କୁ କିରୋସିନି ଢାଳି ପୋଡ଼ି ମାରିଦେବାକୁ ଉଦ୍ୟମ କରିଥିବା ଅଭିଯୋଗ ହୋଇଛି ।ଆଜି ରଘୁନାଥ ବିନ୍ଧାଣି , ତାଙ୍କର ଦିତୀୟ ପତ୍ନୀ ଏବଂ ତାଙ୍କର ପରିବାର ଲୋକେ ମିଶି ପ୍ରଥମ ପତ୍ନୀ ସାରଥୀ ବିନ୍ଧାଣି(୨୨)ଙ୍କୁ ୫୦  ହଜାର ଟଙ୍କା ବାପ ଘର ରୁ ଆଣିବାକୁ ନିର୍ଯାତନା ଦେଉଥିଲେ ।ସେ କହୁଥିଲେ ଆମ ପରିବାର ଲୋକେ ଗରୀବ ଲୋକ । ସେମାନେ କେଉଁଠୁ ଟଙ୍କା ପାଇବେ ଦେବେ ? ଏଥିରେ ଉତ୍ୟକ୍ତ ହୋଇ ରଘୁ ପରିବାରର ସମସ୍ତେ କିରୋସିନି ଢାଳି ପୋଡ଼ି ମାରିବାକୁ ଉଦ୍ୟମ କରିଥିଲେ ।ହେମନ୍ତ ନିଆଁରେ ଶରୀରର ଜଙ୍ଘ ଗୋଡ଼ ପୋଡ଼ି ଯାଇଥିବା ବେଳେ ମୁଣ୍ଡରେ ପଥର ଛେଚି ମାରିବାକୁ ଉଦ୍ୟମ କରିଥିଲେ । ସାରଥି ର ଭଉଣୀ ତାଙ୍କୁ ରକ୍ଷା କରିଥିଲେ । ଖବର ପାଇ ସାରଥିର ଭାଇ ସାରଥିଙ୍କୁ ରକ୍ଷା କରିବାକୁ ଯାଇଥିବାବେଳେ ତାଙ୍କୁ ମଧ୍ଯ ଆକ୍ରମଣ କରିଥିଲେ । ସାରଥି ରାଇରଙ୍ଗପୁର ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ଘଟଣାକୁ ନେଇ ପରିବାର ଲୋକେ ତିରିଂ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ପୋଲିସ ତଦନ୍ତ କରୁଛି ।

 ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ 

Related posts

ପମ୍ପ ହାଉସରୁ ବାରମ୍ବାର ହେଉଛି ତମ୍ବା କେବୁଲ ତାର ଚୋରି, ପୁଲିସର ହାତ ଖାଲି ,  ପାନୀୟ ଜଳ ଯୋଗାଣ ପ୍ରଭାବିତ 

ବାଇକ ସହ ଗଞ୍ଜେଇ ଜବତ ; ଦୁଇ ଗିରଫ 

ରସୋଳ ପୋଲିସର ବଡ଼ସଫଳତା ଜବତ କଲେ ବିପୁଳପରିମାଣର ବିଦେଶୀ ମଦ 

masiha

Leave a Comment

error: Content is protected !!