ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ସାହିତ୍ୟ ଅଗଣା

କୁନା ସେଠୀ ଙ୍କ କବିତା l l ଅଧେ ଛାଇ ଅଧେ ଖରା

ଅଧେ ଛାଇ ଅଧେ ଖରା

କୁନା ସେଠୀ

ମଣିଷ ଗଛର କି କଥା କହିବି
ଅଧେ ଛାଇ ଅଧେ ଖରା
ଛାଇ ଆଲୁଅର ଖେଳ ର ଭିତରେ
ଥରି ଉଠୁଅଛି ଧରା 
ପାହାଚ ପାହାଚ ପରା
ସବୁ ପାହାଚ ଯେ ଉଠି ହୁଏ ନାହିଁ
ରହିଅଛି କଣ୍ଟା ଭରା । 
ସପନ ରହିଛି ବଣିକ ସାଜିକି
ପୂରଣ ଆଶାକୁ ବହି
କହିପାରେ ନାହିଁ ମଣିଷ ଏଇଠି
କାନ୍ଦୁଅଛି ରହି ରହି
ଲେଖିଛି ଏ କଥା ବିହି
ବିହିରେ କଥାରେ ମଣିଷ ଜୀବନେ
ଚାଲେ ନିତି ଖରା ଛାଇ ।
ହୀନ କପାଳିଆ ଶଢ଼ି ହେଉଥାଏ
ଭାଗ୍ୟ କୁ ତା ଦୋଷ ଦେଇ
ଆଲୁଅ ତାହାର ଅନ୍ଧାର ଘରରେ
ଲୁଚି ଯାଇଥାଏ ଭାଇ
ହାତ ଯୋଡି ଦେଇ ସେହି
ଭିକ୍ଷା ମାଗିବୁଲେ ଦୁଆରେ ଦୁଆରେ
ଦୁଃଖ କୁ ନିଜର କହି ।
ସୁଖ ବୋଲି ଯେଉଁ ଦୁଇଟି ଅକ୍ଷର
ମଣିଷ ପାଇଁ ଯେ ଛାର
ନଈ ପରି କେବେ ବହି ଯାଏ ସେତ
ପବନ ପରି ବି ଖର ।
ଦୁଃଖର ସାଥିରେ ଘର
ମଣିଷ ଗଛ ରେ ଫଳ ଫଳେ ଖାଲି
ପାପ ପୂଣ୍ୟ ଲଭି ଘୋର ।
ବୟସ ଶେଷରେ ମଣିଷ ମରୁଛି
ଅମର ହୋଇନି କେହି
ପାଳି ଆସିବ ଯେ ମନେ ରଖି ଥିବ
ସମୟ ସୁବିଧା ନେଇ
ଆଗ ପଛ ଭାବ ନାହିଁ
ସବୁ ଚାଲୁଥିବା ପଛକୁ ପଛ ଯେ
ମନେ ରଖିଥିବ ଭାଇ ।

ଭୁତସରସିଙ୍ଗି, ପୁରୁଷୋତ୍ତମପୁର, ଗଞ୍ଜାମ

Related posts

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା = ଜଣାଣ

Sunil Chandra Nayak

ଚିତ୍ରା ରାଣୀ ପାତ୍ର ଙ୍କ କବିତା = ପ୍ରିୟା =

Sunil Chandra Nayak

ଉପେନ୍ଦ୍ର କୁମାର ବସ୍ତିଆ ଙ୍କ କବିତା // ତୁମେ କହିଥିଲ ଆସିବ

Sunil Chandra Nayak

Leave a Comment

error: Content is protected !!