ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ସାହିତ୍ୟ ଅଗଣା

ହୃଷିକେଶ ଜାଲି ଙ୍କ କବିତା    l l ମୋ ଘର l l

   l l ମୋ ଘର l l

     

                       //ହୃଷିକେଶ ଜାଲି //

ଉଧେଈ ପାରୁନି
ଶିକ୍ଷା, ଦୀକ୍ଷା, ଜ୍ଞାନ ।
ପରର ଆପଣର ହୋଇ ବି ପାରୁନି
କେଜାଣି କାହିଁକି ଏମିତି
ସମୟ ସହ ତାଳ ଦେଇ
ଚାଲିବି ପାରୁନି,
କିଏ ଯେମିତି ଜାବୋଡି ଧରିଛି
ଆକଣ୍ଠ , ଖସି ପାରୁନି ଚାହିଁଲେ ବି
ସମୟରୁ,ରଦ୍ଦି କାଗଜ ପରି
ଅଦରକାରୀ ହୋଇ ଯାଉଛି ।
କେଉଁ ଗ୍ରହର ବଳୟରେ
ବନ୍ଧା ମୋ ଋତୁଚକ୍ର,
ନା ଶନିର ପ୍ରଭାବ ?
ଉଧେଈ ପାରୁନି ମୋ
ପରିସୀମା ଜ୍ଞାନ,
ମୋ ଘର ଭିତରକୁ
ପସି ଆସିଥିବା କେଉଁ ଏକ
ଅନାମଧ୍ୟେୟ ମଣିଷର
ଅଶୁଭ ସକୁନ।
ସେତେବେଳୁ ଆଜିଯାଏଁ
ତିଆରି ହୋଇପାରିନି
ଇଟା ମାଟି କାନ୍ଥର ଚୌହଦିଟିଏ।
ମୋ ପାରିବାପଣିଆ
ବିଶ୍ୱାସର ଘନ କୁହୁଡ଼ି ଭିତରେ
ଆବଦ୍ଧ , କଅଁଳ କଅଁଳ ଶବ୍ଦ
କହୁଥିବା ସରଳତାର ପେଟ ଭିତରେ
କେତେ କେତେ ଅଳିଆ ଆବର୍ଜନା କଥା ବିଶ୍ୱାସର,
ପାରିଲିନି ଜାଣି ,
ଛନ୍ଦ ଓ କୁଟିଳ ପ୍ରବୃତ୍ତି ।
ନିଶା ମୋର ଭାଙ୍ଗିଗଲା
ତୁଟିଗଲ, ଘର କରି ରହିବାର ସ୍ୱପ୍ନ ।

        ଅଧ୍ୟକ୍ଷ

ମୁନିଗୁଡ଼ା ସ୍ନାତକ ମହାବିଦ୍ୟାଳୟ
ମୁନିଗୁଡ଼ା, ରାୟଗଡ଼ା, ଓଡ଼ିଶା

Related posts

ମମତା ସାହୁ ଙ୍କ କବିତା // ଶୀତକାଳୀନ ପ୍ରଭାତ

Sunil Chandra Nayak

ଚିତ୍ରା ରାଣୀ ପାତ୍ର ଙ୍କ କବିତା = ଗାନ୍ଧିଜୀଙ୍କ ଇପସିତ ଭାରତ

Sunil Chandra Nayak

ଜାନକୀ ମହାନ୍ତ ଙ୍କ କବିତା// ଇଂରାଜୀ ନବ ବରଷ-୨୦୨୩

Sunil Chandra Nayak

Leave a Comment

error: Content is protected !!