ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଇଘର ବ୍ଲକରେ ସ୍ବତନ୍ତ୍ର ପଞ୍ଚାୟତ ସମିତି ବୈଠକ , ଲୋକ ଯୋଜନା ଅଭିଯାନ ସଂପର୍କରେ ଆଲୋଚନା 

୯ ଗୋଟି ବିଷୟ ଉପରେ ସ୍ବତନ୍ତ୍ର ଆଲୋଚନା 

ରାଇଘର ୨୭:୧୨:୨୨- ନବରଙ୍ଗପୁର ଜିଲ୍ଲା ରାଇଘର ପଞ୍ଚାୟତ ସମିତି ସଭା ଗୃହରେ ମଙ୍ଗଳବାର ଦିନ ସ୍ବତନ୍ତ୍ର ସମିତି ବୈଠକ ବ୍ଲକ୍ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଦେବାଶିସ କରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇ ଯାଇଛି l ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ସଭ୍ୟ ନାନାରା ଖରା,ଖଗେସ୍ବର ହରିଜନ, ତହସିଲଦାର ମାନସ ରଞ୍ଜନ ଘୋଡାଇ,ଜିପିଓ ଅଜିତ ନନ୍ଦ,ଏବିଡିଓ ବିଜୟ କୁମାର ସେଠୀ,ଅତିରିକ୍ତ ତହସିଲଦାର ଜଗୁ ପୁଜାରୀ ପ୍ରମୁଖ ଉପସ୍ଥିତ ଥିଲେ l 

ଏହି କାର୍ଯ୍ୟକ୍ରମରେ ସ୍ବତନ୍ତ୍ର ସମିତି ବୈଠକ ଜରିଆରେ ପ୍ରଥମ ଗ୍ରାମ ସଭା ଅନୁଷ୍ଠିତ ହୋଇଥିଲା l ଲୋକ ଯୋଜନା ଅଭିଯାନ (ପିପିସି )ମାଧ୍ୟମରେ ମୋଟ ୯ ଗୋଟି ବିଷୟ ଉପରେ ସ୍ବତନ୍ତ୍ର ଆଲୋଚନା ହୋଇଥିଲା l ପ୍ରଥମେ ଦାରିଦ୍ର ମୁକ୍ତ ଏବଂ ଉନ୍ନତ ଜୀବିକା ଗ୍ରାମ ଗଠନ ଉପରେ ଆଲୋଚନା ହୋଇଥିଲା l ଶତପ୍ରତିଶତ ଯୋଗ୍ୟ ହିତାଧିକାରୀ ବାର୍ଦ୍ଧ୍ୟକ,ବିଧବା,ଏବଂ ଅକ୍ଷମତା ଭତ୍ତା ଅଧିନରେ ଅନ୍ତର୍ଭୁକ୍ତ କରିବା,ଆୟୁଷ୍ମାନ୍ ଭାରତ ଯୋଜନା ଅଧିନରେ ଶତ ପ୍ରତିଶତ ସୁବିଧା ଯୋଗାଇବା,ୱେବସାଇଡ୍ ରେ କୃଷକଙ୍କ ଶତ ପ୍ରତିଶତ ପଂଜୀକରଣ କରିବା, ସ୍ୱଂୟ ସହାୟକ ଗୋଷ୍ଠୀ ଏବଂ କୃଷକ ଗୋଷ୍ଠୀ ଉଦ୍ୟୋଗ ଯୋଜନା ସହିତ ସଂପୃକ୍ତ,ସର୍ବ ସାଧାରଣ ବଣ୍ଟନ ବ୍ୟବସ୍ଥା ଅଧିନରେ ପଂଜୀକରଣ,ସମସ୍ତ ଆବେଦନ କାରୀଙ୍କୁ ଜବ କାର୍ଡ ବଣ୍ଟନ,ମନରେଗା ଯୋଜନାରେ ଚାହିଦା ଅନୁଯାୟୀ ସମସ୍ତ ସକ୍ରିୟ ଜବ୍ କାର୍ଡ ଧାରୀଙ୍କୁ ନିରନ୍ତର ନିୟୋଜନ କରିବା ଉପରେ ଆଲୋଚନା ହୋଇଥିଲା l ଏହା ପରେ ସୁସ୍ଥ ପଞ୍ଚାୟତ ଗଠନ କରି ସମସ୍ତଙ୍କ ନିମନ୍ତେ ସୁସ୍ଥ ଓ ନିରାମୟ ଜୀବନ ସୁନିଶ୍ଚିତ କରିବା ଉପରେ କିଭଳି ପଦକ୍ଷେପ ଗ୍ରହଣ କରିବା ଆଲୋଚନା ହୋଇଥିଲା l ପ୍ରଥମ ତ୍ରୋମାସିକ ରେ ଗର୍ଭବତୀ ମା ମାନଙ୍କର ପଂଜିକରଣ କରିବା,ଆନୁଷ୍ଠାନିକ ପ୍ରସବ,୫ ବର୍ଷରୁ କମ ପିଲା ମାନଙ୍କ ନିମନ୍ତେ ଅଭିବୃଦ୍ଧି ତଦାରଖ,ଗର୍ଭବତୀ ମହିଳାଙ୍କ ଓଜନ ବ୍ରୁଦ୍ଧି ଗୁରୁତ୍ବ ଦେବା,ଗର୍ଭବତୀ ମହିଳାଙ୍କ ଚାରି ଗୋଟି ପ୍ରସ୍ତୁତି ପୁର୍ବ ପରୀକ୍ଷଣ କରିବା,ଶିଶୁ ମାନଙ୍କର ଟିକା କରଣ ଉପରେ ସ୍ବତନ୍ତ୍ର ଆଲୋଚନା ହୋଇଥିଲା l ଏହା ପରେ ଶିଶୁ ପ୍ରିୟ ଗ୍ରାମ ପଂଚାୟତ ଯଥା ଜନ୍ମ ପଂଜିକରଣ,ଜନ୍ମ ପ୍ରମାଣ ପତ୍ର,ଟିକା କରଣ,ପ୍ରାଥମିକ ବିଦ୍ୟାଳୟ ଠାରେ ନାମ ଲେଖା,ଆଧାର ନାମ ଲେଖା,ଅଙ୍ଗନବାଡ଼ି କେନ୍ଦ୍ର ଠାରେ ନାମ ଲେଖା,ଗ୍ରାମ୍ୟ ସ୍ୱାସ୍ଥ୍ୟ,ପରିମଳ ଓ ପୁଷ୍ଟି ଦିବସ ଆୟୋଜନ ଉପରେ ବିଡିଓ ବୁଝାଇ ଥିଲେ l ଏହା ପରେ ଚତୁର୍ଥ ବିଷୟ ପର୍ଯ୍ୟାପ୍ତ ଜଳ ଥିବା ଗ୍ରାମ ଉପରେ ଆଲୋଚନା ହୋଇଥିଲା l ସମସ୍ତ ପରିବାରରେ ପାଇପ ଜଳ ଯୋଗାଣ ସଂଯୁକ୍ତ କରିବା ଉପରେ ଗୁରୁତ୍ବ ଦେଇଥିଲେ l ଏହା ପରେ ସ୍ୱଚ୍ଛ ଓ ସବୁଜ ଗ୍ରାମ ବିଷୟ ଉପରେ ଆଲୋଚନା ହୋଇଥିଲା l ପାଇଖାନା ବ୍ୟବହାର,ସମସ୍ତ ଘରେ ପରିଷ୍କାର ରନ୍ଧନ ଇନ୍ଧନ ବ୍ୟବହାର, ପ୍ଲାସ୍ଟିକ ଉପରେ ପ୍ରତିବନ୍ଧକ,ସର୍ବ ସାଧାରଣରେ ଶୌଚାଳୟ ନିର୍ମାଣ କରିବା,ବୃକ୍ଷ ରୋପଣ ସହ ରକ୍ଷଣାବେକ୍ଷଣ କରିବା ଉପରେ ଆଲୋଚନା ହୋଇଥିଲା l ଏହା ପରେ ଆତ୍ମ ନିର୍ଭରଶୀଳ ଭିତ୍ତିଭୂମି ଥିବା ଗ୍ରାମ ଗଠନ ଉପରେ ଆଲୋଚନା ହୋଇଥିଲା l ସମସ୍ତ ପଡା ଗ୍ରାମ ବା ସାହିକୁ ମାଟି ବା କଂକ୍ରୀଟ ରାସ୍ତା,ସମସ୍ତ ପରିବାରକୁ ପାଇପ ଜଳ ଯୋଗାଣ, ସମସ୍ତ ସ୍ଥାନରେ ସଠିକ୍ ଡ୍ରେନେଜ ବ୍ୟବସ୍ଥା ନିର୍ମାଣ କଲେ ଆତ୍ମ ନିର୍ଭରଶୀଳ ଭିତ୍ତିଭୂମି ଥିବା ଗ୍ରାମ ଗଠନ କରି ହେବ ବୋଲି ମତ ପ୍ରକାଶ ପାଇଥିଲା l ପ୍ରଶାସନ ମଧ୍ୟ ଏହା ଉପରେ ସ୍ବତନ୍ତ୍ର ଫୋକସ୍ ଦେଇଥିଲା l

ସାମାଜିକ ସ୍ତରରେ ସୁରକ୍ଷିତ ଗାଁ ପ୍ରତିଷ୍ଠା କରିବାକୁ ହେଲେ ଯୋଗ୍ୟ ପିଲା ମାନେ ଅଙ୍ଗନବାଡ଼ି କେନ୍ଦ୍ର ଠାରେ ନାମ ଲେଖାଇବା,ସମସ୍ତ ବାସ ସ୍ଥାନରେ ସୁରକ୍ଷିତ ପାନୀୟ ଜଳ ଓ ପରିମଳର ସୁବିଧା ଉପଲବ୍ଧ କରିବା,ଯୋଗ୍ୟ ବ୍ୟକ୍ତି ମାନଙ୍କର ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ କାର୍ଡ ରହିବା ସହ ନାନା ସୁବିଧା ସୁଯୋଗ ଉପରେ ଆଲୋଚନା ହୋଇଥିଲା l ସେହି ଭଳି ସୁଶାସନ ଯୁକ୍ତ ଗ୍ରାମ କରିବାକୁ ହେଲେ ପଂଚାୟତ କାର୍ଯ୍ୟଳୟ ଠାରେ ମାସିକ ବୈଠକ କରିବା,ପଂଚାୟତ ସ୍ତରୀୟ ମାସିକ ବୈଠକ ଅନୁଷ୍ଠିତ କରିବା,ସମସ୍ତ ଜମି ଜମା ରେକର୍ଡ୍ ଗୁଡିକର ଡିଜିଟାଲ୍ ଅପଡେଟ କରିବା ସହ ଗ୍ରାମ ସଭାର ନିୟମିତ ବୈଠକ ମହିଳା ଓ ଶିଶୁ ମାନଙ୍କର ବିକାଶ ଓ ସୁଯୋଗ ସହ ଜଡିତ ପ୍ରସଙ୍ଗରେ ଆଲୋଚନା କରିବା ଦ୍ୱାରା ସୁଶାସନ ଯୁକ୍ତ ଗ୍ରାମ ଗଠନ ହୋଇ ପାରିବ ଓ ଶେଷରେ ମହିଳା ଅନୁକୁଳ ଗ୍ରାମ ପଂଚାୟତ ଉପରେ ଆଲୋଚନା ହୋଇଥିଲା l କନ୍ୟା ସନ୍ତାନଙ୍କର ଶତପ୍ରତିଶତ ଜନ୍ମ ପଂଜିକରଣ,ବିବାହ ପଂଜିକରଣ,ମହିଳା କୃଷକଙ୍କ କୃଷି ପୋର୍ଟାଲ୍ ରେ ରେଜିଷ୍ଟର କରିବା,କୃଷି ନିର୍ମାଣ ଓ ସେବା କ୍ଷେତ୍ର ରେ ମହିଳା ମାନଙ୍କୁ ସମାନ କାମ କୁ ସମାନ ବେତନ ବ୍ୟବସ୍ଥା,ମହିଳା ଜବ୍ କାର୍ଡ ଧାରୀଙ୍କୁ କାମ ଯୋଗାଇବା ଉପରେ ମୋଟ ୯ ଗୋଟି ବିଷୟ ଉପରେ ସ୍ବତନ୍ତ୍ର ଆଲୋଚନା ହୋଇଥିଲା l

ରାଇଘର ରୁ କିରଣ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ଖଡିଆଳ ରେ ରାଷ୍ଟ୍ରୀୟ ଲୋକଅଦାଳତ

Sunil Chandra Nayak

ଡାବୁଗାଁ ଭୈରବ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଶିକ୍ଷକ ଓ ଅଭିଭାବକ ସମ୍ମିଳନୀ

Sunil Chandra Nayak

ଜିଲ୍ଲା ପାଳଙ୍କ ଜନଶୁଣାଣି ଶିବିର

Sunil Chandra Nayak

Leave a Comment

error: Content is protected !!