ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଜଧାନୀରେ ଆନ୍ଦୋଳନରେ ଯୋଗଦେଲେ ଏକ୍ସ କେଡର ଶିକ୍ଷକ

କୋକସରା,୨୮/୧୨ ଭୁବନେଶ୍ୱରରେ ୨୭ ତାରିଖରୁ ୮ଦଫା ଦାବି ନେଇ ରାଜ୍ୟ ଏକ୍ସ କେଡର ଶିକ୍ଷକ ମହାସଂଘର ଡାକରାରେ ସାମିଲ ହେବାପାଇଁ କୋକସରା ବ୍ଲକ ଏକ୍ସ କେଡର ଶିକ୍ଷକ ମାନେ ଭୁବନେଶ୍ୱର ଯାତ୍ରା କରିଛନ୍ତି। ବ୍ଲକ ସଭାପତି ଗଗନ ବିହାରୀ ପଟ୍ଟନାୟକଙ୍କ ନେତୃତ୍ୱରେ ଉପ ସଭାପତି ପଞ୍ଚାନନ ମାଝୀ, ସୁଜାତା ଜାଲ, ସମ୍ପାଦକ ଦେବୀସିଂ ମାଝୀ, କାର୍ଯ୍ୟକାରୀ ସମ୍ପାଦକ ତ୍ରିନାଥ ବାଗ, କୋଷାଧକ୍ଷ୍ୟ ଈଶ୍ୱରୀ ପ୍ରସାଦ ଅଗସ୍ତି, କ୍ଷୀରୋଦ କୁମାର ପଣ୍ଡା, ଶରତ ଚନ୍ଦ୍ର ଭଇଁସାଲ, କ୍ଷୀରସିନ୍ଧୁ ଦାସ, ମାରଗୁଣିଆ ନାଗ, ଉପଦେଷ୍ଟା କମିଟିର ସନାତନ ପଣ୍ଡା, ଭାଗ୍ୟବାନ ବାଗ, ପରମେଶ୍ବର ପଟ୍ଟନାୟକ, ମନମୋହନ ଦାସ ପ୍ରସନ୍ନ ନାଏକ ଓ ତୁଳସିରାମ ପଟେଲଙ୍କ ସହ ଶତାଧିକ ଶିକ୍ଷକ ଏହି ଆନ୍ଦୋଳନରେ ସାମିଲ ହେବାପାଇଁ ଭୁବନେଶ୍ୱର ଯାଇଛନ୍ତି।

ମସିହା ନିଉଜ ସର୍ଭିସ୍ 

Related posts

ଜିଲ୍ଲାସ୍ତରୀୟ ୭୯ତମ ସ୍ଵାଧୀନତା ଦିବସ ପାଳନ ପ୍ରସ୍ତୁତି ବୈଠକ 

Sunil Chandra Nayak

ଡ଼ୁମେରବାହାଲ ନିକଟରେ ଭାରସ୍ୟାମ ହରାଇ ଓଲଟିଲା ବାଲି ବୋଝେଇ ଟ୍ରକ 

Sunil Chandra Nayak

ତୃଟିପୂର୍ଣ୍ଣ ପାଠ୍ୟପୁସ୍ତକ ଓ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଆଲୋଚନାଚକ୍ର 

Sunil Chandra Nayak

Leave a Comment

error: Content is protected !!