ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଗୁଳି ଫୁଟିଲା ଢେଙ୍କାନାଳରେ, ଅଳ୍ପକେ ବର୍ତ୍ତିଲେ ଠିକାଦାର

ଢେ଼ଙ୍କାନାଳ (ମ ସୀ ହା) ୨୯/୧୨ ସହର ଏବେ ଅଶାନ୍ତ, କାମାକ୍ଷା ନଗରର ଏକ ଠିକାଦାର ଙ୍କୁ କିଛି ଦୁବୃର୍ତ୍ତ ଢେ଼ଙ୍କାନାଳ ପୂର୍ତ୍ତ ବିଭାଗ ଅଫିସ୍ ସମ୍ମୁଖ ରୁ ଅପହରଣ କରିବା କୁ ଉଦ୍ୟମ କରୁଥିବା ବେଳେ କୌଶଳ କ୍ରମେ ଖସି ଆସୁଥିଲା ସତ୍ତ୍ୱେ ଦୂର୍ବୁର୍ତ୍ତ୍ ଙ୍କ ଗୁଳି ର ଶିକାର ହୋଇ ମୃତ୍ୟୁ ମୁଖ ରୁ ଅଳ୍ପକେ ବର୍ତ୍ତିଛନ୍ତି ଠିକାଦାର l ସୁଚନା ଯୋଗ୍ୟ ଯେ ଠିକାଦାର ଜଣଙ୍କ ହେଉଛନ୍ତି କାମାକ୍ଷା ନଗର ଅଞ୍ଚଳ ର କାହ୍ନୁ ସାହୁ, ସେ ବିଜେଡି ଦଳର ଜଣେ ଆଗ ଧାଡ଼ି ର ନେତା l ସେ ଗତ କାଲି କାର ଯୋଗେ ପୂର୍ତ୍ତ ବିଭାଗ କୁ ନିଜ କାମ ସଂକ୍ରାନ୍ତରେ ବୁଝିବାକୁ ଆସିଥିଲା ବେଳେ ୪ଜଣ ଦୂର୍ବୁର୍ତ ଅପହରଣ କରିବା ଉଦ୍ୟମ ରୁ ବିଫଳ ହେବା ପରେ ଗୁଳି ଚାଳନା କରି ଘଟଣା ସ୍ଥଳ ରୁ ଫେରାର ହୋଇ ଯାଇଛନ୍ତି। ମାତ୍ର ୪ ଜଣ ଦୂର୍ବୁର୍ତ୍ତ କେଉଁ ଗାଡ଼ି ରେ ଆସିଥିଲେ ଓ କାହିଁକି ଆସିଥିଲେ ସେ ବିଷୟ ରେ କିଛି ଜାଣି ନାହାନ୍ତି ବୋଲି କାହ୍ନୁ ପ୍ରକାଶ କରିଛନ୍ତି। ପୋଲିସ୍ ଖବର ପାଇ ତଦନ୍ତ ଜାରି ରଖିବା ସହ ଘଟଣା ସ୍ଥଳ ରୁ ଏକ ଖୋକା ଜବତ କରିଛି lଏହି ଆକ୍ରମଣ ର କାରଣ ଜଣା ପଡୁ ନ ଥିଲା ବେଳେ ଗତ ଅକ୍ଟୋବର ମାସ ୧୮ ତାରିଖ ରେ କାମାକ୍ଷାନଗର ବାସଭବନ ଠାରେ ଫ୍ରିଜା କାର ଉପରକୁ ଗୁଳି ଚାଳନା ହୋଇ ଥିଲା l ଏ ସଂପର୍କ ରେ କାମାକ୍ଷା ନଗର ଥାନା ରେ ଏକ ମାମଲା ରୁଜୁ ହୋଇଥିଲେ ମଧ୍ୟ ସି ସି ଟିଭି ରେ କଏଦ୍ ହୋଇଥିବା ଦୁଇ ମୁଖାଧାରୀ ଦୁବୁର୍ତ କୁ ଏ ଯାଏ ପୋଲିସ ଧରି ପାରିନାହିଁ l ବାର ବାର ଗୁଳି କାଣ୍ଡ ର କାରଣ ଏବେ ବି ଅସ୍ପଷ୍ଟ। ଢେ଼ଙ୍କାନାଳ ଟାଉନ୍ ପୋଲିସ୍ ଘଟଣାର ଛାନଭିନ ଜାରି ରଖିଛି।

ଢେ଼ଙ୍କାନାଳ ରୁ ନାୟକ ଅକ୍ଷୟ ରାଜହସ୍ତୀ ଙ୍କ ସହ ପ୍ରହଲ୍ଲାଦ ମୁଦୁଲି ରିପୋର୍ଟ୍

Related posts

ସଟା ଚଢ଼ାଉ,୧ଗିରଫ

Sunil Chandra Nayak

ପେଟ୍ରୋଲ ପିଡିତା ସୁଭଦ୍ରା କଟକ ମେଡ଼ିକାଲରେ ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଲେ

ନିର୍ମମ ଭାବେ ସ୍ତ୍ରୀ କୁ ହତ୍ୟାକଲା ସ୍ବାମୀ !!!!:

Sunil Chandra Nayak

Leave a Comment

error: Content is protected !!