ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କର୍ଲାଗୁଡା ଖୁଦ୍ର ଜଳସେଚନ ପ୍ରକଳ୍ପରେ ଦୁଇ ଦିନିଆ କୃଷକ ତାଲିମ ଶିବିର ଅନୁଷ୍ଠିତ

ଗୋଳାମୁଣ୍ଡା/୨୯/୧୨/ପ୍ରଗତି ମସିହା/ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ଚାଷୀ ମାନଙ୍କ ପାଇଁ ଅନେକ ଗୁଡିଏ ଚାଷ ପଦ୍ଧତି ଆୟୋଜନ କରାଯାଇଛି, ସ୍ୱଳ୍ପ ସମୟରେ ଓ ସ୍ୱଳ୍ପ ଜଳରେ ଚାଷୀ କିପରି ଭାବରେ ଅଧିକରୁ ଅଧିକ ଲାଭବାନ ହୋଇ ପାରିବେ ସେଥିପାଇଁ କୃଷି ବିଭାଗ ପକ୍ଷରୁ ଅନେକ ସ୍ଥାନରେ ଚାଷୀଙ୍କୁ ତାଲିମ ଶିବିର ଆୟୋଜନ କରାଯାଉଛି,ଆଜି ଗୁରୁବାର ଦିନ ସେହି ଭଳି କୃଷକ ତାଲିମ ଶିବିର ଗୋଳାମୁଣ୍ଡା ବ୍ଲକ ଫରଙ୍ଗ ପଞ୍ଚାୟତର କର୍ଲାଗୁଡା ଖୁଦ୍ର ଜଳ ସେଚନ ପ୍ରକଳ୍ପରେ ସହକାରୀ ସଂସ୍ଥା ଆଇ ଆରଡ଼ି ଏମଏସ କୃଷି ବିଭାଗ କଳାହାଣ୍ଡି ଜିଲ୍ଲା ଦ୍ବାରା ଆୟୋଜନ କରାଯାଇଥିଲା।,ଏହି ତାଲିମ ଶିବିରରେ ତୈଳବିଜ ଜାତୀୟ ଫସଲର ଚାଷ ପଦ୍ଧତି ବିଷୟରେ ପୁଖାନୁପୁଙ୍ଖ ଭାବେ ଆଲୋଚନା କରିଥିଲେେ।, ଏହି ଶିବିର ଗୋଷ୍ଠୀ କୃଷି ଅଧିକାରୀ ଲିଙ୍ଗରାଜ ମେହେରଙ୍କ ନେତୃତ୍ବରେ     ହୋଇ ଥିବା ବେଳେ ଏଗ୍ରିକେଳଚେର ଜିଲ୍ଲାଏକ୍ସପୋର୍ଟ ଦିବ୍ୟ ପ୍ରସାଦ ନାୟକ ସମ୍ୟକ ସୂଚନା ପ୍ରଦାନ କରିଥିଲେ ଓ ତତ ସହିତ ଫରଙ୍ଗ VAW ଉର୍ମିଳା ନାଗ ଉପସ୍ଥିତ ଥିବା ଚାଷୀ ଥବିର ସା, ଶରତ ଭୋଇ, ଡମ୍ବରୁ ଭୋଇ, ଶ୍ୟାମ ନିଆଲ, ନୌକିଶୋର ପଧାନ, ରୁଦ୍ର ପଧାନ, ପଙ୍କଜ ଗୋପାଳ ପ୍ରମୁଖ ମାନଙ୍କୁ ତୈଳ ବୀଜଚାଷ ବୃଦ୍ଧି କରିବା ପାଇଁ ଅନେକ ପ୍ରକାର ବୁଝାଇ ଥିଲେ,। ଏହି ଶିବିରକୁ ଜୁନାଗଡ଼ ସିଏଫଟି ଦିନେସ ଚଲାଣ, ଆଶିଷନାଇକ, ଓ ଅନୀଲ ନାଗ, ପ୍ରମୁଖ ପରିଚାଳନା କରିଥିଲେ।

ଗୋଳାମୁଣ୍ଡା ବ୍ଲକରୁ ରାମକୁମାର ସେନାପତି ଙ୍କ ରିପୋର୍ଟ, ମସିହା 

Related posts

ସୁଭଦ୍ରାର ହିତାଧିକାରୀଙ୍କୁ ଶୀଘ୍ର ଆର୍ଥିକ ସହାୟତା ନିମନ୍ତେ ସାମନ୍ୱୟ ବୈଠକ 

masiha

ଦୁଇଦିନିଆ ମାଗଣା ଚେସ ତାଲିମ ଉଦଘାଟିତ 

Sunil Chandra Nayak

ପ୍ଲାଷ୍ଟିକ ମୁକ୍ତ ନୂଆପଡା ନିର୍ମାଣ ଦିଗରେ ଆଉ ଏକ ପଦକ୍ଷେପ l ଜିଲ୍ଲାର ଦ୍ଵିତୀୟ ଶିଆଳି ଖଲି ଦନା ନିର୍ମାଣ ୟୁନିଟ୍ କୁ ଉଦ୍ଘାଟନ କଲେ ଜିଲ୍ଲାପାଳ l ପ୍ରତି ପଞ୍ଚାୟତରେ ଏଭଳି କ୍ଷୁଦ୍ର ଶିଳ୍ପ ପ୍ରତିଷ୍ଠା ହେବ – ଜିଲ୍ଲାପାଳ 

Sunil Chandra Nayak

Leave a Comment

error: Content is protected !!