ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

ଲମ୍ବସରୀ ରେ ମାଁ ଚକରାପଥର ଦେବୀ ଙ୍କ ନିଶି ପୂଜା

ବୌଦ୍ଧ -୨୯|୧୨ -( ହୃଦାନନ୍ଦ ମେହେର )- ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଲମ୍ବଶରୀ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସେଲାମାଲ ଠାରେ ଆରିମୂଳ ପ୍ରଗଣାର ମା ଚକରାପଥର ଦେବୀ ଙ୍କ ଆଜି ନିଶି ପୂଜା ଅନୁଷ୍ଠିତ ହୋଇ ଯାଇଛି | ଆଦିବାସୀ ସଂପ୍ରଦାୟର ଏହି ପୂଜାରେ ଅଞ୍ଚଳର ଶତାଧିକ ଆଦିବାସୀ ଲୋକ ନିଜର ପାରମ୍ପରିକ ଅସ୍ତଶସ୍ତ୍ର ସହ ସାମିଲ ହୋଇଥିଲେ | ଆଜି ସେଲାମାଲ୍ ପୀଠରେ ଆଦିବାସୀଙ୍କ ପାରମ୍ପରିକ ରୀତିନୀତି ରେ ପୂଜାର୍ଚ୍ଚନା କରାଯାଇଥିଲା | ଆସନ୍ତା କାଲି ଏକ ବିରାଟ ଶୋଭାଯାତ୍ରା ରେ ଶତାଧିକ ଆଦିବାସୀ ଶେଲାମାଲ୍ ପୀଠରୁ ବାହାରି ବିଭିନ୍ନ ଗ୍ରାମ ପରିକ୍ରମା କରିବାର କାର୍ଯ୍ୟକ୍ରମ ରହିଛି | ଉକ୍ତ ଶୋଭାଯାତ୍ରାକୁ ପ୍ରତ୍ୟେକ ଗ୍ରାମରେ ପୂଜାର୍ଚ୍ଚନା ସହ ଧୂପ ଦୀପ ନୈବେଦ୍ୟ ଅର୍ପଣ କରିବାର କାର୍ଯ୍ୟକ୍ରମ ରହିଛି | ମା ଚକରାପଥର ଦେବୀ ବରୁଆ ଦେହରେ ଆବିର୍ଭାବ ହୋଇ ଡୋଳାପାଲି ଗ୍ରାମରୁ ବାହାରି ବେହେରାପଡା ଗ୍ରାମରେ ବନ୍ଦାପନା ସାରି ସେଲାମାଲ ସ୍ଥିତ ପୀଠ କୁ ପ୍ରତ୍ୟାବର୍ତ୍ତନ କରିବେ | ପ୍ରତ୍ୟେକ ଗ୍ରାମରେ ମା ଚକରାପଥର ଦେବୀ ଲୋକଙ୍କୁ ଦର୍ଶନ ଦେଇ ଲୋକଙ୍କୁ ଆଶୀର୍ବାଦ ଦେଇଥାନ୍ତି | ପୀଠ ଉପରକୁ ଯାଇ ଆରିମୂଳ ପ୍ରଗଣା ର ସମସ୍ତ ଆଦିବାସୀ ଲୋକେ ମାଁ ଙ୍କ ଆଶୀର୍ବାଦ ନିଅନ୍ତି |

Related posts

ସିଦ୍ଧି ବିନାୟକ ୟୁଥ୍ କ୍ଲବ୍ ପକ୍ଷରୁ ଶ୍ରୀ ଗଣେଶ ପୂଜା

Sunil Chandra Nayak

ଜୁନାଗଡ଼ ଗାୟତ୍ରୀଶକ୍ତି ପିଠରେ ଜିଲ୍ଲା ସ୍ତରୀୟ ବୈଠକ ଅନୁଷ୍ଠିତ

ଆଜି ପବିତ୍ର ମହା ଶିବରାତ୍ରି , ଧର୍ମଗଡର ପାରଦେଶ୍ୱର ମନ୍ଦିର ଆଜି ଚଳଚଞ୍ଚଳ

Sunil Chandra Nayak

Leave a Comment

error: Content is protected !!