ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପୁଣି ଖଟିଆରେ ବୁହା ହେଲେ ଗର୍ଭବତୀ ମହିଳା

ଥୁଆମୂଳ ରାମପୁର:୨୯/୧୨ – ମ.ନି.ସ :- ସରକାରଙ୍କ ଘୋଷଣା ଅନୁସାରେ ପ୍ରତ୍ୟେକ ଗ୍ରାମପଞ୍ଚାୟତ ଠାରୁ ଗ୍ରାମାଞ୍ଚଳ ପର୍ଯ୍ୟନ୍ତ ପକ୍କା ସଡକ ସଂଯୋଗ କରିବା ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି।  କିନ୍ତୁ ଆଜି ମଧ୍ୟ ତାହା ସମାଧାନ କରିବା ଦିଗରେ ଅସମର୍ଥ ହୋଇଛନ୍ତି। ଏହାର ପ୍ରମାଣ ମିଳିଛି ୧୦୮ ଆମ୍ବୁଲାନ୍ସ ଗାଡି ଗ୍ରାମାଞ୍ଚଳରେ ଅପହଞ୍ଚ ରହିଯାଇଛି। ଏହା ଦ୍ବାରା ସରକାରଙ୍କ ଆମ୍ବୁଲାନ୍ସ ସେବାରୁ ଅନେକ ଗ୍ରାମବାସୀ ବାଦ ପଡିଛନ୍ତି। ଯାହା ଦ୍ଵାର ବିଭିନ୍ନ ସମୟରେ ଗର୍ଭବତୀ ମହିଳାଙ୍କୁ ଗ୍ରାମର କିଛି ଲୋକ ଖଟିଆରେ ବୋହିବା ଭଳି ଅଭାବନୀୟ ଘଟଣା ବାରମ୍ବାର ସାମ୍ମାକୁ ଆସିବାରେ ଲାଗିଛି। ପୁଣି ଗର୍ଭବତୀ ମହିଳାଙ୍କୁ ଖଟିଆରେ ବୁହାହେବା ଘଟଣା ଟି ଘଟିଛି କଳାହାଣ୍ଡି ଜିଲ୍ଲା ଆଦିବାସୀ ଅଧ୍ୟୁଷିତ ଥୁଆମୂଳ ରାମପୁର ବ୍ଳକ ତଳଝାପି ଗ୍ରାମପଞ୍ଚାୟତ ଅଧିନରେ ଥିବା ଖମନପଡା ସ୍ଥିତ ପବିତ୍ର ଗୌଡଙ୍କ ଧର୍ମ ପତ୍ନୀ ଦ୍ରୌପଦୀ ଗୌଡଙ୍କର ଜନନୀ ଯନ୍ତ୍ରଣା ହେବାରୁ ୧୦୮ ଆମ୍ବୁଲାନ୍ସ ଗାଡିକୁ ଯୋଗାଯୋଗ କରାଯାଇଥିଲା। ଦୁଃଖ ଓ ପରିତାପର ବିଷୟ ଏହା ଯେ, ଖମନପଡା ଗ୍ରାମକୁ ରାସ୍ତା ର ସୁବିଧା ନଥିବା ହେତୁ ଥୁଆମୂଳ ରାମପୁର ବ୍ଳକ ଓ କାଶୀପୁର ବ୍ଳକକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତାରେ ଗାଡିଟି ଅପେକ୍ଷା କରିଥିଲା। ଖମନପଡା ଗ୍ରାମର ସେହି ଗର୍ଭବତୀ ମହିଳାଙ୍କୁ ଖଟିଆରେ ବୋହି ୨/୩ କିଲୋମିଟର ଦୂରରେ ଅପେକ୍ଷା କରିଥିବା ଆମ୍ବୁଲାନ୍ସ ଗାଡି ପାଖକୁ ନିଆଗଲା। ସେଠାରୁ ଆମ୍ବୁଲାନ୍ସ ଯୋଗେ ଥୁଆମୂଳ ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର କୁ ପ୍ରସବ ପାଇଁ ନିଆଯାଇଥିଲା। ଗର୍ଭବତୀ ମହିଳା ଏକ ଶିଶୁ ପୁତ୍ର ଜନ୍ମ ଦେଇଥିବା ବେଳେ ଉଭୟ ମାଁ ଓ ଶିଶୁ ପୁତ୍ର ସୁସ୍ଥ ରହିଥିବା ଜଣାପଡିଛି। ଏଠାରେ ପ୍ରକାଶ ଥାଉକି ଯେ, ଖମନପଡାର ବାସିନ୍ଦା ତାଙ୍କର ନିଜସ୍ୱ ପରିଶ୍ରମ ବଳରେ ଏକ କାଠ ପୋଲ ନିର୍ମାଣ କରି ଯାତାୟତ କରୁଛନ୍ତି। ଗାଁକୁ ଯିବାକୁ ହେଲେ ନାଳ ପାରିହେବା କୁ ପଡୁଥିଲା ଏହାକୁ ଦୃଷ୍ଟିରେ ରଖି ଗ୍ରାମବାସୀ ଙ୍କ ମିଳିତ ସହଯୋଗରେ ଏକ ପୋଲ ତିଆରି କରି ଯିବାଆସିବା କରୁଛନ୍ତି। ତେବେ ସରକାର ଓ ବିଭାଗୀୟ ଅଧିକାରୀ ଙ୍କ ଟାଳଟୁଳ ନୀତି ଯୋଗୁଁ ଏମାନେ କଷ୍ଟ ଭୋଗୁଛନ୍ତି। ସରକାରଙ୍କ ସଡକ ଯୋଜନାରୁ ବଞ୍ଚିତ ରହିଛନ୍ତି ଗ୍ରାମବାସୀ।

ଥୁଆମୂଳ ରାମପୁର ବ୍ଳକରୁ ବଳଭଦ୍ର ବାଗଙ୍କ ରିପୋର୍ଟ

Related posts

‘ମୋନ୍ଥା’ ପ୍ରଭାବ ରେ ଓଷାଦେବୀ ହାଇସ୍କୁଲରଛାତ୍ରୀନିବାସ ପାଚେରୀ ଭାଙ୍ଗିଲା 

Sunil Chandra Nayak

ବାଂଲାଦେଶୀ ଅନୁପ୍ରବେଶକାରୀ ବିରୋଧରେ ନବରଙ୍ଗପୁର ଏସପି ଙ୍କୁ ଅଭିଯୋଗ ଦେଲା ହିନ୍ଦୁ ମହାସଂଘ

masiha

ଜୋତା ପିନ୍ଧି ଶ୍ରୀଜଗନ୍ନାଥଙ୍କୁ ଧୂପ ଦେଲେ ବିଦ୍ୟାଳୟ ଗ୍ରନ୍ଥାଗାରିକ

Sunil Chandra Nayak

Leave a Comment

error: Content is protected !!