ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
କ୍ରୀଡ଼ା

ଭୂବନ କପ୍ ର ଅନ୍ତିମ ଲିଗ୍ ମ୍ୟାଚ ଅନୁଷ୍ଟିତ

କାମାକ୍ଷାନଗର (ମ ନି ସ) ୨୯/୧୨_ଭୁବନ କପ୍ ର ଗତ କାଲି ଥିଲା ଅନ୍ତିମ ଲିଗ୍ ମ୍ୟାଚ୍ । ଯେଉଁଥିରେ କି ସ୍ଥାନୀୟ ଭୁବନ କ୍ରିକେଟ୍ କ୍ଲବ୍ ଭାଇଜାକ କ୍ରିକେଟ କ୍ଲବ୍ ( ବିଶାଖାପାଟଣା ) ବିପକ୍ଷରେ ଏକ ରୋମାଞ୍ଚକର ବିଜୟ ହାସଲ କରିଛି । ଏହି ମ୍ୟାଚ୍ ରେ ନିର୍ଦ୍ଧାରିତ ୨୭ ଓଭର୍ ରେ ଭାଇଜାକ୍ ତାର ୭ ଗୋଟି ୱିକେଟ୍ ହରାଇ ୨୨୯ ରନ୍ କରିଥିଲା ।

ପ୍ରତି ବଦଳରେ ଭୁବନ କ୍ରିକେଟ୍ କ୍ଲବ୍ ନିଜର ୬ ଗୋଟି ୱିକେଟ୍ ହରାଇ ଗୋଟିଏ ବଲ୍ ବାକି ଥାଇ ବିଜୟ ଲକ୍ଷ୍ୟ ଅତିକ୍ରମ କରିଥିଲା । ବିଜୟୀ ଦଳର ମୋହନ ସାହୁଙ୍କୁ ତାଙ୍କ ଉନ୍ନତ ଖେଳ ପାଇଁ ମ୍ୟାନ ଅଫ ଦି ମ୍ୟାଚ୍ ବିବେଚିତ କରାଯାଇଥିଲା ।

କାମାକ୍ଷାନଗର ରୁ ପ୍ରହଲ୍ଲାଦ ମୁଦୁଲି ଙ୍କ ରିପୋର୍ଟ୍

Related posts

ଇନ୍ଦ୍ରାବତୀ ପ୍ରିମୀୟର ଲିଗ ବ୍ରହ୍ମପୁରକୁ ହରାଇ ନବରଙ୍ଗପୁର କ୍ବାଟରରେ

Sunil Chandra Nayak

ଦକ୍ଷିଣ ସମ୍ଭାଗ ଶିଶୁ ମନ୍ଦିର ଖେଳକୁଦ ସମାରୋହ ଅନୁଷ୍ଠିତ

Sunil Chandra Nayak

କଳାହାଣ୍ଡି ଉତ୍ସବ ଘୁମୁରା ୨୦୨୩ ଉପଲକ୍ଷେ ମହୁଲପାଟଣା ଠାରେ ଜିଲ୍ଲା ସ୍ତରୀୟ ନୌକା ଚାଳନା ଓ ତୀର ଚାଳନା ପ୍ରତିଯୋଗିତା

Sunil Chandra Nayak

Leave a Comment

error: Content is protected !!