ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କୋଇଲା ବୋଝେଇ ଟ୍ରକ ସହ ଫରଚ୍ୟୁନର କାର ଧକ୍କା, ତିନି ଆହାତ

କାମାକ୍ଷାନଗର (ମ ନି ସ)29/12// ଟ୍ରକ-କାର ଧକା,ତିନି ଜଣ ହେଲେ ଆହତ। ଆହତ ମାନେ ହେଲେ ପରଜଙ୍ଗ ଥାନା ଗଡପଳାଶୁଣି ଗ୍ରାମର ମନୋଜ ସେଠ ,ଦିପୁ ସେଠ ଓ ସତ୍ୟଜିତ ସେଠ। ସୁଚନା ମତାବକ ଏମାନେ ତିନିଜଣ ଏକ ଫରଚ୍ୟୁନର କାର ଯୋଗେ ଅପରାହ୍ନରେ ଗଡପଳାଶୁଣିରୁ କୌଣସି ଏକ କାମପାଇଁ କାମାକ୍ଷାନଗର ଆସୁଥିଲେ। ଆସିବା ବାଟରେ କାମାକ୍ଷାନଗର NH ୫୩ ବାଇପାସ ଜିରିଡାମାଳି ଛକ ଠାରେ ଏକ କୋଇଲା ବୋଝେଇ ଟ୍ରକ ଫରଚ୍ୟୁନର କରର ପଛପଟୁ ଧକାଦେଇଥିଲା। ଫଳରେ କାରରେ ଥିବା ତିନିଜଣ ଯାକ ଆହାତ ହୋଇଥିଲେ। ଆହତ ମାନଙ୍କୁ ସ୍ଥାନୀୟ ଲୋକଙ୍କ ସହାୟତାରେ ଉଦ୍ଧାର କରି କାମାକ୍ଷାନଗର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତିକରିଥିଲେ। ସମସ୍ତଙ୍କ ସ୍ବାସ୍ଥ୍ୟ ଅବସ୍ଥା ବର୍ତମାନ ସ୍ଥିର ଅଛି। ଖବରପାଇ କାମାକ୍ଷାନଗର ପୋଲସି ପହଞ୍ଚି ଦୁର୍ଘଟଣା ଘଟାଇଥିବା ଟ୍ରକଟିକୁ ଅଟକ ରଖି ତଦନ୍ତ ଚଳାଇଛି।

କାମାକ୍ଷାନଗରରୁ ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

ଆପେକ୍ସ ଆଇ.ଟି.ଆଇର ଦ୍ୱିତୀୟ ବାର୍ଷିକ ଛାତ୍ରଙ୍କୁ ବିଦାୟ ସମ୍ବର୍ଦ୍ଧନା 

Sunil Chandra Nayak

ସଂଯୋଗୀ ସଜଫୁଲ ର ପୂର୍ବ – ଦକ୍ଷିଣାଞ୍ଚଳ ବିଶେଷାଙ୍କ ନିମନ୍ତେ ଲେଖା ଆବଶ୍ୟକ 

masiha

ସାବେତ୍ରୀ ବାଇ ଫୁଲେ ଜୟନ୍ତୀ ପାଇଁ ଜୁନାଗଡ଼ ରେ ପ୍ରସ୍ତୁତି ବୈଠକ 

masiha

Leave a Comment

error: Content is protected !!