ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନୂତନ ବର୍ଷ ଉପଲକ୍ଷେ ସମାଜସେବୀଙ୍କ ବିଭିନ୍ନ ସ୍ଥାନ ପରିଭ୍ରମଣ

ବାଲେଶ୍ଵର //   ୩୦/୧୨/୨୨- ପୁରୁଣା ବର୍ଷକୁ ବିଦାୟ ଓ ନୂତନ ବର୍ଷକୁ ସ୍ବାଗତ କରିବା ଉଦ୍ଦେଶ୍ୟରେ ବନ୍ଧୁ ମାନଙ୍କ ସହିତ ସମାଜସେବୀଙ୍କ ବିଭିନ୍ନ ସ୍ଥାନ ପରିଭ୍ରମଣ । ସୂଚନାରୁ ଜଣାଯାଇଛି ଯେ ବାଲେଶ୍ଵର ଜିଲ୍ଲା ଖଇରା ବ୍ଲକ ପଳସା ପଞ୍ଚାୟତ ପଳସା ଗ୍ରାମରେ ଥିବା ସରକାରୀ ପ୍ରାଥମିକ ବିଦ୍ୟାଳୟ, ପଳସାର ପ୍ରଧାନ ଶିକ୍ଷକ ତଥା ଖଇରା ବ୍ଲକର ଜଣେ ସୁ-ପରିଚିତ ସମାଜସେବୀ ଅସିତ୍ କୁମାର ଜେନା ଗତ ତା ୨୬/୧୨/୨୨ ରିଖ ସୋମବାର ନୂତନ ସ୍ଥାନ ପରିଭ୍ରମଣ ଉଦ୍ଦେଶ୍ୟରେ ଖଇରାରୁ ବାହାରି ଥିଲେ । ଏହାର ମୁଖ୍ୟ ଉଦ୍ଦେଶ୍ୟ ଥିଲା ପୁରୁଣା ବର୍ଷକୁ ହସିହସି ବିଦାୟ ଓ ନୂତନ ବର୍ଷକୁ ଆନନ୍ଦର ସହିତ ସ୍ବାଗତ କରିବା । ଶିକ୍ଷକ ତଥା ସମାଜସେବୀ ଶ୍ରୀ ଜେନାଙ୍କ ଉଦ୍ୟମରେ ବ୍ଲକର ବିଭିନ୍ନ ବିଦ୍ୟାଳୟର ଶିକ୍ଷକ ଓ ସେମାନଙ୍କ ସ୍ତ୍ରୀଙ୍କ ସମେତ ମୋଟ ୧୬ ଜଣଙ୍କୁ ସାଥିରେ ନେଇ ବାହାରିଥିଲେ । ଖୁବ୍ ଖୁସି ଓ ଆନନ୍ଦର ସହିତ ପ୍ରଥମେ ଚିଲିକା ହ୍ରଦ, କାଳିଜାଇ, ତାରାତାରିଣୀ, ନାରାୟଣୀ, ଭୈରବୀ, ଗୋପାଳପୁର ସମୁଦ୍ର ବେଳାଭୂମି ସମେତ ବିଭିନ୍ନ ଦର୍ଶନୀୟ ସ୍ଥାନ ଓ ମା’ଙ୍କ ପୀଠ ପରିଭ୍ରମଣ କରିଥିଲେ । ଶେଷରେ ପୁରୀ ଧାମକୁ ଯାଇ ଜଗତରନାଥ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କୁ ଦର୍ଶନ କରି ସେଠାରେ ଥିବା ବିଭିନ୍ନ ଦର୍ଶନୀୟ ସ୍ଥାନ ମଧ୍ୟ ପରିଭ୍ରମଣ କରିଥିଲେ । ଏହି ଭ୍ରମଣରେ ସମସ୍ତଙ୍କ ମନରେ ଖସି ଭରିଯିବା ସହିତ ସମସ୍ତେ ଆତ୍ମସନ୍ତୋଷ କରିଥିବାର ସଂଗୃହିତ ଖବରରୁ ଜଣାଯାଇଛି । ଏସବୁ ସମାଜସେବୀଙ୍କ ପାଇଁ ସମ୍ଭଵ ହୋଇ ପାରିଛି ବୋଲି ସାଥୀମାନେ ପ୍ରକାଶ କରିଛନ୍ତି । ଆଗାମୀ ଦିନରେ ଏଭଳି ଉଦ୍ୟମ ଜାରି ରଖିବା ନିମନ୍ତେ ଉତ୍ସାହିତ କରିବା ସହିତ ସମାଜସେବୀଙ୍କୁ ମଧ୍ୟ କୃତଜ୍ଞତା ଜଣାଇଛନ୍ତି । ପୁରାତନ ବର୍ଷକୁ ବିଦାୟ ଦେବା ଏବଂ ନୂତନ ବର୍ଷକୁ ସ୍ବାଗତ କରିବା ସମାଜସେବୀଙ୍କର ଏହା ଥିଲା ଅବିସ୍ମରଣୀୟ ମୁଖ୍ୟ ଉଦ୍ଦେଶ୍ୟ । ସମାଜସେବୀଙ୍କର ଉଦ୍ୟମ ସଫଳ ହୋଇଥିବାରୁ ସମ୍ପୃକ୍ତ ଅଞ୍ଚଳବାସୀ ପ୍ରଶଂସା କରୁଛନ୍ତି । ଏଥିରେ ମାନସ କୁମାର ବାରିକ, ନିବେଦିତା ଖିଲାର, କୃଷ୍ଣ ଚନ୍ଦ୍ର ବାରିକ, ସିପା ବାରିକ, ରେଖା ଜେନା, ମୂରଲୀ ପାଇକରାୟ, ଜାନକୀ ପାଇକରାୟ, ବିଶ୍ବନାଥ ନାୟକ, ଉଷାରାଣୀ ନାୟକ, ଅଶୋକ ପଣ୍ଡା, ପିତାମ୍ବର ମତଗଜ, ଦିବ୍ୟରଞ୍ଜନ ମତଗଜ, ବବି ମତଗଜ ଏବଂ ଡ୍ରାଇଭର ସମ୍ବୁଆ ଦାସ ଅନ୍ତର୍ଭୁକ୍ତ ଥିଲେ । ଶିକ୍ଷାଦାନ ସହିତ ଶ୍ରୀ ଜେନା ବ୍ଲକର ବିଭିନ୍ନ ସମାଜସେବା କାର୍ଯ୍ୟରେ ନିଜକୁ ନିୟୋଜିତ କରି ଲୋକମାନଙ୍କ ନିକଟତର ହୋଇ ଚାଲିଛନ୍ତି । ଲୋକଙ୍କ ସମସ୍ୟା କ୍ଷେତ୍ରରେ ମଧ୍ୟ ଛିଡ଼ା ହୋଇ ସମାଧାନ ଦିଗରେ ଆପ୍ରାଣ ଉଦ୍ଯମ କରି ଚାଲିଛନ୍ତି । ଯେଉଁଥିପାଇଁ ଜଣେ ସୁ-ସମାଜସେବକ ଭାବେ ବ୍ଲକରେ ସୁନାମ ଅର୍ଜନ କରିଚାଲିଛନ୍ତି ଏବଂ ଅବସରପ୍ରାପ୍ତ ପରେ ସମ୍ପୂର୍ଣ୍ଣ ରୂପେ ସମାଜସେବାରେ ନିୟୋଜିତ ରହି ଜନସାଧାରଣଙ୍କ ସେବା କରିବେ ବୋଲି ଗଣମାଧ୍ୟମ ଆଗରେ ପ୍ରକାଶ କରିଛନ୍ତି ।

        ସେହିପରି କିଛିଦିନ ପୂର୍ବରୁ ଶିକ୍ଷକ ତଥା ସମାଜସେବୀ ଶ୍ରୀ ଜେନା ଉକ୍ତ ବ୍ଲକ ନହଙ୍ଗ କ୍ଲଷ୍ଟରର ୫୬ ଜଣ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କୁ ନେଇ ନୂତନ ବର୍ଷ ଉପଲକ୍ଷେ ମୟୂରଭଞ୍ଜ ଜିଲ୍ଲାର ସିମିଳିପାଳ ଅଞ୍ଚଳକୁ ବୁଲିବାକୁ ଯାଇଥିଲେ । ସେଠାରେ ଖୁବ୍ ଶାନ୍ତି ଶୃଙ୍ଖଳାର ସହିତ ବିଭିନ୍ନ ସ୍ଥାନ ବୁଲି ଦେଖିଥିଲେ । ବଣ ଜଙ୍ଗଲ ଘେରା ସିମିଳିପାଳ ଅଭୟାରଣ୍ୟ ପରିବେଶ ସମସ୍ତଙ୍କ ମନରେ ଖୁବ୍ ଆନନ୍ଦ ଭରି ଦେଇଥିଲା । ଭ୍ରମଣ ସ୍ଥାନରେ ନିଜ ସାମର୍ଥ୍ୟ ଅନୁଯାୟୀ ସମସ୍ତଙ୍କୁ ଯଥାମାନ୍ଯ ସମ୍ମାନ ଜଣାଇଥିଲେ ଶ୍ରୀ ଜେନା । ଏଥିସହିତ ଶ୍ରୀ ଜେନା ବିଭିନ୍ନ ସାହିତ୍ୟ ଓ ସମାଜସେବା ଅନୁଷ୍ଠାନ ସହିତ ଜଡ଼ିତ ହୋଇ ସହାୟତା ପ୍ରଦାନ କରି ଆସୁଅଛନ୍ତି ।।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ବୈତରଣୀ ନଦୀରେ ଭାସିଗଲେ ମହିଳା

Sunil Chandra Nayak

ଏକତ୍ରିଂଶତମ ଜିଜ୍ଞାସା କର୍ମଶାଳା 

masiha

ଜୟପାଟଣା କଳାହାଣ୍ଡି ଉତ୍ସବ ଘୁମୁରା ପାଇଁ ପ୍ରସ୍ତୁତି ବୈଠକ

Sunil Chandra Nayak

Leave a Comment

error: Content is protected !!