ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ହିନ୍ଦୋଳ ନିର୍ବାଚନ ମଣ୍ଡଳୀରେ ଆମ୍ ଆଦମୀ ପାର୍ଟିର ସାଂଗଠନିକ ବୈଠକ

ଢେ଼ଙ୍କାନାଳ(ମସୀହା) ହିନ୍ଦୋଳ ନିର୍ବାଚନ ମଣ୍ଡଳୀ ଓଡ଼ାପଡ଼ା ବ୍ଲକ କଳାଙ୍ଗ ପଞ୍ଚାୟତର ମହାଦେବଙ୍କ ମନ୍ଦିର ପ୍ରାଙ୍ଗଣରେ ଆମ୍ ଆଦମୀ ପାର୍ଟିର ସାଂଗଠନିକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଢେଙ୍କାନାଳ ଜିଲ୍ଲା ଆପ୍ ଉପସଭାପତି ରମେଶ ଚନ୍ଦ୍ର ପଣ୍ଡାଙ୍କ ଅଧ୍ୟକ୍ଷତାରେ ବୈଠକରେ ଘଟିପିରି, କୋତ୍ତମ, କଳାଙ୍ଗ ଓ ଗୋବିନ୍ଦ ପ୍ରସାଦ ପଞ୍ଚାୟତର ସକ୍ରିୟ କାର୍ଯ୍ୟକର୍ତ୍ତା ଭାଗ ନେଇଥିଲେ। ଦିଲ୍ଲୀ ଓ ପଞ୍ଜାବରେ ଆମ୍ ଆଦମୀ ପାର୍ଟିର ଲୋକାଭିମୁଖୀ ଯୋଜନା ସମ୍ପର୍କରେ ଶ୍ରୀ ପଣ୍ଡା ଉପସ୍ଥାପନା କରିଥିଲେ। ପ୍ରାରମ୍ଭରେ ଯୁବନେତା ତଥା ଏହି ଜୋନର ସଭାପତି ବ୍ରହ୍ମାନନ୍ଦ ନାୟକ ସ୍ବାଗତ ଭାଷଣ ଦେଇଥିଲେ। ଏହି ବୈଠକରେ ସଦର ବ୍ଲକ ସଭାପତି ରାଜକୁମାର ପ୍ରଧାନ, କଳାଙ୍ଗ ପଞ୍ଚାୟତର ସଭାପତି ଧର୍ମାନନ୍ଦ ସାମଲ, କୋତ୍ତମ ପଞ୍ଚାୟତର ଚିତ୍ତରଞ୍ଜନ ନାୟକ, ଘଟିପିରିର ମହନ୍ତ ସାହୁ, ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ସନାତନ ନାଏକ, ଗୋବିନ୍ଦ ନାଏକ, ବିଜୟ ନାଏକ, ମହିଳା ନେତ୍ରୀ ରମା ସେଠୀ, ପ୍ରମୁଖ ଉପସ୍ଥିତ ଥିଲେ। ଆମ୍ ଆଦମୀ ପାର୍ଟିର ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ଝୁନୁବାଳା ଦାସ, ସଜନୀ ବେହେରା, ପ୍ରଭାତୀ ବେହେରା, ଅଶାନ୍ତି ଡେଙ୍ଗ, ବରୁଣ ନାଏକ, ସୁଶିଳ ନାଏକ, ସତ୍ୟବାଦୀ ବେହେରା ଦଳରେ ସଦସ୍ୟତା ଗ୍ରହଣ କରିଥିଲେ।ଜିଲ୍ଲା ସୋସିଆଲ ମିଡ଼ିଆ ପ୍ରଭାରୀ ଜିତେନ୍ଦ୍ର ବେହେରା ସ୍ଥାନୀୟ ଲୋକମାନଙ୍କ ସମସ୍ୟା କିପରି ସମାଧାନ କରିବାରେ ସଂଗଠନ ପକ୍ଷରୁ ସହଯୋଗ ମିଳିବ ସେ ବିଷୟରେ ଆଲୋଚନା କରିଥିଲେ। ପରିଶେଷରେ କଳାଙ୍ଗ ପଞ୍ଚାୟତ ସଭାପତି ଧର୍ମାନନ୍ଦ ସାମଲ ଧନ୍ୟବାଦ ଅର୍ପଣ କରିଥିଲେ।

ଢେ଼ଙ୍କାନାଳ ରୁ ନାୟକ ଅକ୍ଷୟ ରାଜହସ୍ତୀ ଙ୍କ ରିପୋର୍ଟ୍

Related posts

ବାଲିଗୁଡାରେ ନିର୍ବାଚନକୁ ନେଇ ଚଳଚଞ୍ଚଳ :ବିଭିନ୍ନ ଦଳର ଅସନ୍ତୋଷ କର୍ମୀ ଓ ନେତାଙ୍କ ଉପରେ ସମସ୍ତଙ୍କ ନଜର 

masiha

ଜିଲ୍ଲା ଯୁବକଂଗ୍ରେସ ପୂର୍ଣ୍ଣାଙ୍ଗ କମିଟିରେ ତେନ୍ତୁଳିଖୁଣ୍ଟି ରୁ ଦୁଇ ଜଣ : ବ୍ଲକ ଯୁବକଂଗ୍ରେସ ହେଲେ ପଙ୍କଜ

Sunil Chandra Nayak

ଆଜି ଭାରତୀୟ ଜନତା ପାର୍ଟି, ଚନ୍ଦାହାଣ୍ଡି କାର୍ଯ୍ୟାଳୟରେ ଚନ୍ଦାହାଣ୍ଡି ମଣ୍ଡଳର ପୂର୍ଣ୍ଣାଙ୍ଗ ମଣ୍ଡଳ କମିଟି ଚୟନ କାର୍ଯ୍ୟ ସଫଳତାର ସହିତ ହେଲା ସମ୍ପନ୍ନ 

Sunil Chandra Nayak

Leave a Comment

error: Content is protected !!