ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଉପଖଣ୍ଡ ସାମ୍ବାଦିକ ସଙ୍ଘ ବନମହୋତ୍ସବ

କାମାକ୍ଷାନଗର (ମ ନି ସ)୩୦/୧୨- କାମାକ୍ଷାନଗର ଉପଖଣ୍ଡ ସାମ୍ବାଦିକ ସଙ୍ଘ ପକ୍ଷରୁ କାନପୁରା ପଞ୍ଚାୟତର ଗୁଣ୍ଡିଚାନାଳି ଗ୍ରାମ ନିକଟ ବର୍ତ୍ତୀ ରାମିଆଳ ନଦୀ ତଟରେ ବନ ମହୋତ୍ସବ ଅନୁଷ୍ଠିତ ହୋଇ ଯାଇଛି l ଏଇ ଅବସରରେ ସଂଘର ସଭାପତି ଶୁଭମୟ ନନ୍ଦଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ବୈଠକରେ ଉପଖଣ୍ଡର ଚାରିଗୋଟି ବ୍ଲକ ର ସାମ୍ବାଦିକମାନେ ଯୋଗଦେଇ ବିଭିର୍ନ୍ନ ସମସ୍ୟା ଉପରେ ଆଲୋଚନା କରିଥିଲେ l ଏଥିରେ ମୁଖ୍ୟତଃ ଉପଖଣ୍ଡର ଚାରିଗୋଟି ବ୍ଲକକୁ ନେଇ ଜିଲ୍ଲା ଗଠନ ସକାଶେ ପ୍ରଶାସନିକ ସ୍ତରରେ ଦାବି ଉପସ୍ଥାପନ କରିବା, ଗୁଣ୍ଡିଚାନାଳି ଗ୍ରାମ ସନ୍ନିକଟ ରାମିଆଳ ନଦୀରେ ବ୍ୟାରେଜ ନିର୍ମାଣ କରିବା ସହିତ ବୋଟିଙ୍ଗ ବ୍ୟବସ୍ଥା କରିବା ଏବଂ ନଦୀର ଅପର ପାର୍ଶ୍ୱରେ ରହିଥିବା ରାଜୁଡା ଅମଳରୁ ହାତୀଖେଦା ର ଉର୍ନତି କରାଯାଇ ଏକ ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ସକାଶେ ଦାବି ଉପସ୍ଥାପନ, ଖରିଫ ଧାନ କ୍ରୟ ସମୟରେ ମିଲରମାନଙ୍କର ମନାମାନୀ ନେଇ ଉପୁଜିବାକୁ ଥିବା ସମସ୍ୟାର ସମାଧାନ କରିବା ଏବଂ ଉପଖଣ୍ଡ ସାମ୍ବାଦିକ ସଙ୍ଘ ଆହ୍ୱାନ କ୍ରମେ ବିଭିନ୍ନ ସଂଗଠନ ର ସହଯୋଗରେ ଭାରୀଯାନ ଚଳାଚଳରେ କଟକଣା ନେଇ ଦାବି କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଆଗାମୀ ଦିନରେ ଉପରୋକ୍ତ ସମସ୍ୟାକୁ ନେଇ ସଂଘ ପକ୍ଷରୁ ପଦକ୍ଷେପ ନେବାକୁ ପ୍ରସ୍ତାବ ଗୃହୀତ ହୋଇଥିଲା l ଏଥିରେ ବରିଷ୍ଠ ସଦସ୍ୟ ଅଲେଖ ଚନ୍ଦ୍ର ତ୍ରିପାଠୀ, ଲକ୍ଷ୍ମୀଧର ନାୟକ, ପ୍ରଣବ ରଞ୍ଜନ ରାଉତ, ମଧୁପରଞ୍ଜନ ନନ୍ଦ, କୃଷ୍ଣ ଚନ୍ଦ୍ର ନନ୍ଦ, ସୁମିତ୍ରା ମିଶ୍ର, ପ୍ରହ୍ଲାଦ ମୁଦୁଲି, ପଦ୍ମନାଭ ଦାସ, ସୋମ୍ୟରଞ୍ଜନ ନାୟକ, ପର୍ଶୁରାମ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ l ସଂଘର ଉପସଭାପତି ଚିତ୍ତରଞ୍ଜନ ଦିବେଦୀ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ସଂପାଦକ କରୁଣାକର ମଲ୍ଲିକ ବିବରଣୀ ପ୍ରଦାନ କରିଥିଲେ l ସାଧାରଣ ସଂପାଦକ ପ୍ରକାଶ କୁମାର ପାତ୍ର ଧନ୍ୟବାଦ ଦେଇଥିଲେ l

କାମାକ୍ଷାନଗରରୁ ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

ଧର୍ମଗଡ଼ ରେ ବିଶାଳ ହିନ୍ଦୁ ସମ୍ମିଳନୀ 

Sunil Chandra Nayak

୩ମାସର ଚାଉଳ ପାଇଁ ବିଡ଼ିଓଙ୍କ ଦ୍ୱାରସ୍ତ ସରପଞ୍ଚ ଓ ହିତାଧିକାରୀ

masiha

ମୋ ଢେଙ୍କାନାଳ ମାଟିର ବିଶିଷ୍ଟ ସାହିତ୍ୟିକ କବିଭୂଷଣ ରାଜକିଶୋର ପଟ୍ଟନାୟକଙ୍କର ୧୨୦ ତମ ଜୟନ୍ତୀ ପାଳିତ

Sunil Chandra Nayak

Leave a Comment

error: Content is protected !!