ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ଜିଲ୍ଲା ଯୁବକଂଗ୍ରେସ ପୂର୍ଣ୍ଣାଙ୍ଗ କମିଟିରେ ତେନ୍ତୁଳିଖୁଣ୍ଟି ରୁ ଦୁଇ ଜଣ : ବ୍ଲକ ଯୁବକଂଗ୍ରେସ ହେଲେ ପଙ୍କଜ

ତେନ୍ତୁଳିଖୁଣ୍ଟି 30/12/22 ଆଗାମୀ ସାଧାରଣ ନିର୍ବାଚନ ରେ ଯୁବକଂଗ୍ରେସ ର ଭୂମିକା ଗୁରୁତ୍ୱପୂର୍ଣ୍ଣ ରହିବ । ଏଣୁ ଯୁବକଂଗ୍ରେସ କୁ ତୃଣମୂଳ ସ୍ତରରୁ ସୁଦୃଢ଼ କରିବା ଉଦେଶ୍ୟରେ ଜିଲ୍ଲା ଯୁବକଂଗ୍ରେସ ର ପୂର୍ଣ୍ଣାଙ୍ଗ କମିଟି ଗଠନ କରାଯାଇଛି। ଏହି କମିଟିରେ ତେନ୍ତୁଳିଖୁଣ୍ଟି ବ୍ଲକ ରୁ ଦୁଇ ଜଣ ଯୁବକଂଗ୍ରେସ ଜିଲ୍ଲା ସମ୍ପାଦକ ଭାବେ ସ୍ଥାନ ପାଇଛନ୍ତି। ସେମାନେ ହେଲେ ଦିଗି ପଂଚାୟତ ସରପଞ୍ଚ କିଶୋର ନାୟକ ଓ ଦଶା ମାଝୀ । ସେହିଭଳି ନବରଙ୍ଗପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ଯୁବ କଂଗ୍ରେସ ସଭାପତି ଭାବେ ନିର୍ମଳ ଖଣ୍ଡ ପାନ ଓ ବ୍ଲକ ଯୁବକଂଗ୍ରେସ ସଭାପତି ପଙ୍କଜ ଖରା ମନୋନୀତ ହୋଇଛନ୍ତି। ଜାତୀୟ କଂଗ୍ରେସ ଦଳର ଆଦର୍ଶ କୁ ତୃଣମୂଳ ସ୍ତର ରେ ଯୁବ ମାନସ ରେ ପହଞ୍ଚାଇ ଜାତୀୟତା କୁ ମନ୍ତ୍ର କରି ଦଳକୁ ସଂଗଠିତ କରିବା ମୂଳମନ୍ତ୍ର ହେବ ବୋଲି ଚୟନ ହୋଇଥିବା କର୍ମକର୍ତ୍ତା ଙ୍କୁ ଜିଲ୍ଲା ଯୁବକଂଗ୍ରେସ ସଭାପତି ଦ୍ଵାରିକା ମହାପାତ୍ର ସେମାନଙ୍କୁ ବାର୍ତ୍ତା ଦେଇଛନ୍ତି। ଜିଲ୍ଲା କଂଗ୍ରେସ ସଭାପତି ମୁନ୍ନା ତ୍ରିପାଠୀ , ପୂର୍ବତନ ବିଧାୟକ ଭୁଜବଳ ମାଝୀ, ବରିଷ୍ଠ ନେତା ସଦନ ନାୟକ ଜିଲ୍ଲା କଂଗ୍ରେସ ର ଆଦିବାସୀ ସେଲ ସଭାପତି ଦିଲିପ ପ୍ରଧାନୀ ପ୍ରମୂଖ ଙ୍କୁ ମନୋନୀତ କର୍ମକର୍ତ୍ତା କୃତଜ୍ଞତା ଜଣାଇଛନ୍ତି।

ଗୋବର୍ଦ୍ଧନ ସାହୁ ତେନ୍ତୁଳିଖୁଣ୍ଟି

Related posts

ବିଜେଡି ଛାଡି ବିଜେପିରେ ମିଶିଲେ ଭଣ୍ଡାରୀଗୁଡା ସମିତି ସଭ୍ୟ 

masiha

ନବରଙ୍ଗପୁର ବିଧାନସଭା ମଣ୍ଡଳୀ କଂଗ୍ରେସ ପ୍ରାର୍ଥୀ ଙ୍କ ପ୍ରଚାର ଆରମ୍ଭ :ବିଜେଡି ର ଶତାଧିକ କର୍ମୀ କଂଗ୍ରେସ ରେ ଯୋଗ ଦେଲେ

masiha

ନିର୍ବାଚନୀ ପ୍ରଚାରରେ ଶିଶୁ  ଆଦର୍ଶ ଆଚରଣ ବିଧି ଉଲଘଂନ ଅଭିଯୋଗ

masiha

Leave a Comment

error: Content is protected !!