ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
କ୍ରୀଡ଼ା

ରାୟଗଡା ବ୍ଲକ ସ୍ତରୀୟ କ୍ରୀଡା ଉତ୍ସବ ଅନୁଷ୍ଠିତ

ରାୟଗଡ଼ା ତା:୩୦.୧୨.୨୦୨୨.//   ପୁରୁଷ ହକି ବିଶ୍ୱ କପ୍ ୨୦୨୩ ଅବସରରେ ରାୟଗଡ଼ା ବ୍ଲକ ସ୍ତରୀୟ ଭଲିବଲ କ୍ରୀଡା ପ୍ରତିଯୋଗିତା ସ୍ଥାନୀୟ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଅଛି । ରାୟଗଡ଼ା ମାନ୍ୟବର ବିଧାୟକ ମକରନ୍ଦ ମୁଦୁଲି ମୁଖ୍ୟ ଅତିଥି ରୂପେ ଯୋଗଦେଇ ବ୍ଲକ ସ୍ତରୀୟ କ୍ରୀଡାର ଉଦଘାଟନ କରି ମୁଖ୍ୟମନ୍ତ୍ରୀଙ୍କ ଏହି ଅଭିନବ ପ୍ରୟାସକୁ ପ୍ରଶଂସା କରିଥିଲେ । ଅଧ୍ୟକ୍ଷା ସୁଶ୍ରୀ ଟୁନି ହୁଇକା ଉଦଘାଟନୀ ଉତ୍ସବରେ ଅଧ୍ୟକ୍ଷତା କରିଥିଲେ । ୨୮ ଗୋଟି ପଞ୍ଚାୟତରୁ ପଞ୍ଚାୟତ ସ୍ତରୀୟ କ୍ରୀଡ଼ାରେ କୃତୀ ୨୮ ଗୋଟି ଦଳ ଏଥିରେ ଅଂଶଗ୍ରହଣ କରିଥିଲେ ।ସେମି ଫାଇନାଲ ମ୍ୟାଚ ହାଲୁଆ ଓ କାରୁବାଇ, କାର୍ଲାକଣା ଓ ବୈରାଗୀ ହାଲୁଆ ମଧ୍ୟରେ ହୋଇଥିବା ବେଳେ ଫାଇନାଲ ମ୍ୟାଚ ହାଲୁଆ ଓ କାର୍ଲାକଣା ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଶେଷରେ ଏକ ସଙ୍ଘର୍ଷପୂର୍ଣ୍ଣ ମ୍ୟାଚରେ ହାଲୁଆ ୧୮ – ୬ ପଏଣ୍ଟ ରେ ବିଜୟୀ ହୋଇଥିଲା । ବିଡିଓ ଲକ୍ଷ୍ମୀନାରାୟଣ ସାବତ, ଏବିଡ଼ିଓ କାଳୁ ଚରଣ ନାୟକ, ସହକାରୀ ଯନ୍ତ୍ରୀ ଏ ସାନମୁଖା କୁମାର ପାତ୍ର, ୨୮ ଗୋଟି ପଞ୍ଚାୟତର ସରପଞ୍ଚ, ସମିତି ସଭ୍ୟ, ସଭ୍ୟା, ୱାର୍ଡ ସଭ୍ୟ, ସଭ୍ୟା, ପଞ୍ଚାୟତ ନିର୍ବାହୀ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ । ଏହି ପ୍ରତିଯୋଗିତା ଯୁବଗୋଷ୍ଠୀଙ୍କ ମଧ୍ୟରେ କ୍ରୀଡା ମନୋଭାବ ସୃଷ୍ଟି କରିବା ସହ ସମସ୍ତଙ୍କୁ ଏକ ରଜୁରେ ବାନ୍ଧିପାରିଥିବା ବିଡିଓ ଶ୍ରୀ ସାବତ ପ୍ରକାଶ କରିଛନ୍ତି । ଜିପିଇଓ ଗୋପାଳ ପଣ୍ଡା ଏହାର ପରିଚାଳନା କରିଥିଲେ ଓ ସମସ୍ତ ସରପଞ୍ଚ ଓ ନିର୍ବାହୀ ଅଧିକାରୀ ସହଯୋଗ କରିଥିଲେ ।

ରାୟଗଡା ରୁ ଗୌରୀ ପଟନାୟକ ଙ୍କ ରିପୋର୍ଟ 

Related posts

୨୨ତମ ଆମନ୍ତ୍ରଣ ନକଆଉଟ୍ ଫୁଟବଲ ଟୁର୍ଣ୍ଣାମେଣ୍ଟ ଆରମ୍ଭ 

masiha

ସମାପ୍ତ ହେଲା ସାନେ ମାଝୀ ସ୍ମାରକୀ ଫୁଟବଲ ପ୍ରତିଯୋଗୀତା

Sunil Chandra Nayak

ନବରଙ୍ଗପୁର ଏସିଆନ କରାଟେ ବିଦ୍ୟାଳୟ ପକ୍ଷରୁ ସମ୍ବର୍ଦ୍ଧନା ଉତ୍ସବ ପାଳିତ

Sunil Chandra Nayak

Leave a Comment

error: Content is protected !!