ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ସାହିତ୍ୟ ଅଗଣା

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା ଏକତା ମନ୍ତ୍ରରେ

ଏକତା ମନ୍ତ୍ରରେ

 

 ମାନଗୋବିନ୍ଦ ସ୍ବାଇଁ

ମୋଦେଶ ସଂଗୀତ ଜାତୀୟ ଏକତା
      ଆର୍ଯ୍ୟଭୂମି ମୋ ଭାରତ
ଗାଇ ମୁକ୍ତ କଣ୍ଠେ ମଧୁର ସ୍ବରରେ
   ମିଳଇ ଦେଶ ଅମୃତ।
ଜାତି ଧର୍ମ ବର୍ଣ୍ଣ ଗୁନ୍ଥା ଏକ ମାଳା
     ବେଶ ପୋଷାକ ଭିନ୍ନତା
ମିଶି ରହିଥାଏ ଦେଶର ଭାବନା
        ସଭିଏଁ ଗଢ଼ା ଏକତା।
ବିଶ୍ୱେ ପରିଚିତ ମୋ ଦେଶ ଭାରତ
     ଶାନ୍ତି ମୈତ୍ରୀ ବନ୍ଧୁ ଦେଶ
ସଂପର୍କ ରହିଛି ଦେଶ ଦେଶ ମଧ୍ୟେ
        ପ୍ରଗତି ଆମର ଦେଶ।
ସବୁଜ ଫସଲ ଶିଳ୍ପ କାରିଗର
    ବିଶେଷ ବିଜ୍ଞାନ ଜ୍ଞାନ
କ୍ଷେତ୍ରରେ ପ୍ରୟୋଗ ଶସ୍ୟ ଉତ୍ପାଦନ 
    ଦେଶ ହୋଇବ ମହାନ।
ଗୀତା ଭାଗବତ ଆଦି ରାମାୟଣ
     ବେଦ ପଣ୍ଡିତ ସଂହିତା
ଦେବତା ରୂପରେ ପୂଜା ପାଉଅଛି
     ଦେଶ ମାତୃଭୂମି ମାତା।

ଗୋଜାବନ୍ଧ ମହାକାଳପଡ଼ା

କେନ୍ଦ୍ରାପଡ଼ା

Related posts

ଜୟ କୁମାର ମିଶ୍ର ଙ୍କ କବିତା _ ମାୟା ବଜାର _

Sunil Chandra Nayak

ଅମରନାଥ ବାରିକ୍ ଙ୍କ କବିତ ଭୂମି’ର ଶୁଭ ଜନ୍ମଦିନେ

masiha

ଉପେନ୍ଦ୍ର କୁମାର ବସ୍ତିଆ ଙ୍କ କବିତା // ଅବୁଝା ରାଈ

Sunil Chandra Nayak

Leave a Comment

error: Content is protected !!