ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସ୍ବାତିନକ୍ଷତ୍ର ର ଶାମୁକା ଓ ବଣମଲ୍ଲୀର ସ୍ବର ପୁସ୍ତକ ଲୋକାର୍ପିତ

ରାଉରକେଲା/ ଭଜକୃଷ୍ଣ ସାରସ୍ବତ ସ୍ମୃତି ସଂସଦ ରାଉରକେଲା ଓ ସରଳାଦେବୀ ଭାଗିରଥି ମହାପାତ୍ର ଟ୍ରଷ୍ଟ କଟକର ମିଳିତ ଆନୁକୂଲ୍ୟରେ ଆଲୋଚନାଚକ୍ର,ପୁସ୍ତକ ଉନ୍ମୋଚନ ଓ ସମ୍ବର୍ଦ୍ଧନା ସଭା ଛେଣ୍ଡ ସ୍ଥିତ ଧାମରା ସଂଘ ଠାରେ ଅନୁଷ୍ଠିତ ହୋଇଯାଇଛି । ଶିକ୍ଷାବିତ ତଥା ସଂସଦର ସଭାପତି ପ୍ରଶାନ୍ତ କୁମାର ପତିଙ୍କ ଅଧ୍ୟକ୍ଷତା ଓ ସରଳାଦେବୀ ସ୍ମୃତି ସଂସଦ ର ସଭାପତି ମୀନତି ଦେବତାଙ୍କ ଆବାହକତ୍ବ ତଥା ଅଲ୍ଇଣ୍ଡିଆର ରେଡିଓ ର ଉଦଘୋଷକ ଅଶୋକ କୁମାର ରାଉତ ଓ ସୁଚିସ୍ମିତା ରାଉତଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଭାରତ ସରକାରଙ୍କ ଭାରତୀୟ ଜଳ ପରିଚାଳନା ବିଭାଗର ପ୍ରଧାନ ବୈଜ୍ଞାନିକ ଡଃ ପ୍ରମୋଦ କୁମାର ପଣ୍ଡା, ସିଙ୍ଗାପୁର ଜାତୀୟ ବିଶ୍ବବିଦ୍ୟାଳୟର ବରିଷ୍ଠ ପ୍ରଶାସନିକ ଅଧିକାରୀ ଶରତ ମହାନ୍ତି, ସ୍ବସ୍ତିକ ଇଂଞ୍ଜିନିୟରିଂ ର ନିର୍ବାହୀ ନିର୍ଦ୍ଦେଶକ ଇଂ ଗୋପୀନାଥ ପଟ୍ଟନାୟକ ଓ ସରଳାଦେବୀ ଭାଗିରଥି ମହାପାତ୍ର ଟ୍ରଷ୍ଟ କଟକ ର ଟ୍ରଷ୍ଟି ଲକ୍ଷ୍ମୀପ୍ରକାଶ ମହାପାତ୍ର ଅତିଥି ଭାବେ ଯୋଗଦେଇ କବି କୁଞ୍ଜବିହାରୀ ରାଉତଙ୍କ କବିତା ସଂକଳନ ‘ ସ୍ବାତି ନକ୍ଷତ୍ରର ଶାମୁକା’ ଓ ଅକ୍ଷୟ କୁମାର ପଟ୍ଟନାୟକ ଙ୍କ କବିତା ସଂକଳନ ‘ ବଣମଲ୍ଲୀର ସ୍ବର ‘କୁ ଲୋକାର୍ପିତ କରିଥିଲେ।

ଏହି ଅବସରରେ ସ୍ବତନ୍ତ୍ର ଅତିଥି ଡଃ ପଣ୍ଡା ଭାଷା ସଂସ୍କୃତି ଓ ଜଗନ୍ନାଥ ସଂସ୍କୃତି ସଂପର୍କରେ ଆଲୋଚନା କରିଥିଲେ । ଅନ୍ୟତମ ସ୍ବତନ୍ତ୍ର ଅତିଥି ଶ୍ରୀ ମହାନ୍ତି ଓଡିଆ ଭାଷା ସଂସ୍କୃତିକୁ ବଂଚାଇରଖିବା ପାଇଁ ଅନୁଷ୍ଠାନର ଉଦ୍ୟମକୁ ପ୍ରଶଂସା କରିଥିଲେ । ସମ୍ମାନିତ ଅତିଥି ଇଂ ପଟ୍ଟନାୟକ ଓ ଟ୍ରଷ୍ଟି ଶ୍ରୀ ମହାପାତ୍ର ସରଳାଦେବୀ ଙ୍କ ଜୀବନୀ, ସୃଷ୍ଟି ଓ ବଳିଦାନ ସଂପର୍କରେ ଆଲୋଚନା କରିଥିଲେ । ସଭାପତି ଶ୍ରୀ ପତି କାର୍ଯ୍ୟକ୍ରମର ବିଭିନ୍ନ ଦିଗ ଓ ଅନୁଷ୍ଠାନର ପ୍ରତିବଦ୍ଧତା ସଂପର୍କରେ ଆଲୋଚନା କରିଥିଲେ । ପ୍ରାରମ୍ଭରେ ସରଳାଦେବୀ ସ୍ମୃତି ସଂସଦର ସଭାପତି ମୀନତି ଦେବତା ସ୍ବାଗତ ଭାଷଣ ସହ ମଦ ବିରୋଧୀ ସଂପର୍କରେ ବକ୍ତବ୍ଯ ରଖିଥିଲେ । କବି ଶ୍ରୀ ପଟ୍ଟନାୟକ ବଣମଲ୍ଲୀର ସ୍ବର ସଂପର୍କରେ ଅଭିମତ ରଖିବା ସହ ଜିଲ୍ଲା ପୁଲିସ ବିଜ୍ଞାନଗାରର ବିଷାରଦ ଡଃ ଅଚ୍ୟୁତ କୁମାର ରଥ ପୁସ୍ତକଟିକୁ ସମୀକ୍ଷା କରିଥିଲେ । ଦ୍ୱିତୀୟ ପର୍ଯ୍ୟାୟରେ ବିଭିନ୍ନ କ୍ଷେତ୍ରରେ ସ୍ବତନ୍ତ୍ର ଅବଦାନ ନିମନ୍ତେ ସମ୍ବର୍ଦ୍ଧନା ଦିଆଯାଇଥିଲା। ସ୍ତମ୍ଭକାର ଭାବେ ନଳିନୀକାନ୍ତ ଧର, ଶିକ୍ଷାବିତ ଭାବେ ଶିବପ୍ରସାଦ ମହାପାତ୍ର, ସବିତା ଭୋଇ,ସାରସ୍ବତ ସାଧକ ଭାବେ କନକଲତା ମିଶ୍ର, ସୁଶାନ୍ତ କୁମାର ନାୟକ, ସ୍ବର୍ଣ୍ଣମୟୀ ଦତ୍ତ,ପ୍ରତାପ କୁମାର ପଣ୍ଡା, ଗୀତାରାଣୀ ବେହେରା, ସମାଜସେବା ପାଇଁ ଗଣେଶ ଜୟସିଂହ, ଚନ୍ଦ୍ର ଦୀପ ସାହୁ, ସାମ୍ବାଦିକ ଶୈଳେଶ ତିୱାରୀ, ସଂଗଠକ ଭାବେ ବିଭୁ ନାୟକ,ବସନ୍ତ କୁମାର ନାୟକ, ଶମ୍ବୁନାଥ ପରିଡା, ଅଭିନୟ ପାଇଁ ବବିତା ମହାଳିକଙ୍କୁ ଅନୁଷ୍ଠାନ ତରଫରୁ ମାନପତ୍ର, ଉପଢୌକନ,ମେମୋଣ୍ଟୋ ଓ ପୁଷ୍ପଗୁଛ୍ଛ ଦିଆଯାଇ ସମ୍ବର୍ଦ୍ଧିତ କରାଯାଇଥିଲା। ଅସ୍ମିତ ଅନ୍ବେଷ ରାଉତ ପ୍ରାରମ୍ଭରେ ଶ୍ଳୋକ ପାଠ କରିଥିବାବେଳେ ସସ୍ମିତା ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ସର୍ବଶ୍ରୀ ନିରଞ୍ଜନ କରଣ, ଜଗନ୍ନାଥ ରାଉତ, ବିଶ୍ବଜିତା ମହାପାତ୍ର, ପ୍ରଣତୀ ପଣ୍ଡା, ସଞ୍ଜୟ ସାହୁ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିବା ବେଳେ ବିଶିଷ୍ଟ ବ୍ୟକ୍ତିଙ୍କ ମଧ୍ୟରେ ହରିହର ରାଉତରାୟ, ମନୋରଞ୍ଜନ ଦାଶ,ତାରିଣୀ ଚରଣ ସାହୁ, ପି ପି ରାୟ, ଅମୂଲ୍ୟ ଚରଣ ବରାଳ, ନୃସିଂହ ଚରଣ ବିଶ୍ବାଳ,ଅକ୍ଷୟ ଧଳ,ଡଃ ସୁମନ ଦତ୍ତ,କବିତା ମହାପାତ୍ର, ନୃସିଂହ ଚରଣ ବିଶ୍ବାଳ,ବିକ୍ରମ ଚନ୍ଦ୍ର ଆଚାର୍ଯ୍ୟ, ବସୁମତି ମହାନ୍ତି ଙ୍କ ସମେତ ସହରର ଶତାଧିକ ବ୍ୟକ୍ତି ଓ ସାମ୍ବାଦିକ, ସାହିତ୍ୟିକ ମାନେ ଯୋଗଦେଇ କାର୍ଯ୍ୟକ୍ରମକୁ ସଫଳ କରାଇଥିଲେ ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

Related posts

ଥୁଆମୂଳ ରାମପୁର ବ୍ଳକ : ସରକାରଙ୍କ ଦୃଷ୍ଟି ଆଢୁଆଳରେ ପର୍ଯ୍ୟଟନ ସ୍ଥଳୀ, ମାନ୍ଯତା ପାଇବାରେ ବଞ୍ଚିତ

Sunil Chandra Nayak

ଗୋଟିଏ ଦିନରେ ଦୁଇ ଶିଶୁଙ୍କ ମୃତ୍ୟୁ: ଯୁବାପଦର ଗାଁରେ ମେଡିକାଲ ଟିମ୍‌, ୨୦ରୁ ଊର୍ଦ୍ଧ୍ୱ ଜ୍ୱର ରୋଗୀଙ୍କ ଚିକିତ୍ସା

Sunil Chandra Nayak

ନୂଆପଡା ସଦର ତହସିଲ ଅଫିସ ସମ୍ମୁଖ ରେ ଯୁବକ ପେଟ୍ରୋଲ ଢାଳି ଆତ୍ମାହୁତି ଉଦ୍ୟମ

Sunil Chandra Nayak

Leave a Comment

error: Content is protected !!