ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ସାହିତ୍ୟ ଅଗଣା

ଜୟ କୁମାର ମିଶ୍ର ଙ୍କ କବିତା “ନବ ବରଷ, ନବ ସନ୍ଦେଶ”-2023

“ନବ ବରଷ,

ନବ ସନ୍ଦେଶ”-2023

ଜୟ କୁମାର ମିଶ୍ର 

ଶେଷ ବସନ୍ତର,ଝାଡା ପତର ପରି 
ସବୁ ଗଲେ ଝଡି, ପଡି, 
ମାସ ବର୍ଷ, ଦିନ, କାଳ, ଦଣ୍ଡ ମାନ
କାଳ କବଳିତେ ପଡି ll
ଗଛଟି ରହିଛି, ସବୁକୁ ଦେଖୁଚି 
ପରଖୁଚି ସବୁ କଥା, 
ଅତୀତ ବର୍ତ୍ତମାନ, କେତେ ବ୍ୟବଧାନ 
କରୁଛି ତାହାକୁ ଚିନ୍ତା ll
କଳୁଷିତ କଥା , ଆତ୍ମଘାତି ପନ୍ଥା 
ଭଣ୍ଡ, ଭଣ୍ଡାମୀ ଓ ମିଛ, 
ନୁଆଁ ବରଷରେ, ପ୍ରଭାବ ଶୂନ୍ୟରେ 
ହେଉନି ସେ ମୂଳପୋଛ ll
ପୁରୁଣା ଘରଟି, ଦିଶୁଚି ଚହଟି 
ନୁଆଁ ରଙ୍ଗ, ନୁଆଁ ରୂପେ, 
ପୋତମୟ ଗନ୍ଧ, କଦର୍ଯ୍ୟ ଦୁର୍ଗନ୍ଧ 
ଭାଷି ଆସେ ଆପେ ଆପେ ll
ନୁଆଁ ନୁଆଁ ଦିଶେ, ବିକଟାଳ ହସେ 
କଥା ଭାଷାର ଚାତୁରୀ, 
ପୁରୁଣା ତରିକା, ଦେଉଅଛି ଧୋକା 
ନବକଳେବର ହୋଇ, 
କେଲେଣ୍ଡର ଅଙ୍କ, ବଦଳେ ଶୀର୍ଷକ 
ପ୍ରବୃତ୍ତିତ ନୁଆଁ ନାହିଁ, 
ନୁଆଁ ନୁଆଁ ବୋଲି, ହୋ ହାଲ୍ଲା ଖାଲି 
ବୃଥା ବାହାସ୍ପଟ ପାଇଁ ll
ଧରଣୀ ରହିଛି, ସବୁ ଦେଖୁଅଛି 
ହୋଇଛି ସେ ମୂକ ସାକ୍ଷ,  
ପରିଶ୍ରମ କାତର, ମନ ହରଵର 
ରାତାରାତି ଖୋଜେ ସୁଖ ll
ପ୍ରୀତି ପ୍ରତାରଣା, ନିତି ମରା ହଣା 
ଗୁଣ୍ଡାଙ୍କ ରାଜୁତି ଖେଳ, 
ହେଉନି ସେ ନୁଆଁ, ଶାନ୍ତରେ ଠିଆ 
ପ୍ରବଳ ତ ବେଳୁବେଳ ll
ଧର୍ଷଣ କଷଣ, ଶୋଷଣ ପେଶଣ 
ଦୂଷଣର ଚରା ଭୁଇଁ, 
ହେଉଛି ଟାଙ୍ଗରା, ଉଦାସୀଆ ଭରା 
ଶାନ୍ତ ସବୁଜିମା ନାହିଁ ll
କଳୁଷିତ ମନ, କଦର୍ଯ୍ୟ ସେ ହୀନ 
ହିଂସ୍ର ପଶୁଠାରୁ ବଳେ, 
ମାନବିକତା ଭୁଲି, ରୁଧିରରେ ହୋଲି 
ଦିବାଲୋକେ ନିତି ଖେଳେ ll
ପ୍ରାଚୁର୍ଯ୍ୟ କ୍ଷମତା, ଲାଭ ଲୋଭ ରାସ୍ତା 
ସଡରୀପୁ ମାୟା ଜାଲ, 
ମନ, ବିବେକରୁ, କରି କବଳିତ 
ଜରୁଛି ସେ କଲବଲ ll
ବୃଥା ଆସ୍ପlଳନ, ବୃଥା ପ୍ରବଚନ 
ବୃଥା ଧର୍ମ, କର୍ମ, ରୀତି,
ଦାଣ୍ଡ ଦେଖାଣିଆ, ବାହାବା ପଣିଆ 
ନୁଆଁଟି କରେନି ଇତି ll
କେତେ ଯେ ବସନ୍ତ, କେତେ ବୈଶାଖ 
କେତେ ବରଷାର କାଳ, 
ଦୁଃଖସୁଖ କେତେ , ଝଡଝଞ୍ଜା ସତେ 
ଅସଭ୍ୟ ମଣିଷ ଖେଳ ll
ନୁଆଁ ବରଷରେ, ଅତି ହରଷରେ 
ଉଲ୍ଲାସରେ ହସି ହସି, 
କିଏ ଖାଏ ଖାସି,କୁକୁଡ଼ାକୁ ରସି
ମଦ ମଦିରାରେ ଭାଷି ll
କେତେ ଭୋଜି ଭାତ, ମଉଜ ସହିତ 
ସଭା ସମିତି, ଆସର, 
ନୁଆଁ ନୁଆଁ ହୁରି, ସଜବାଜ ଭାରି 
ଅଭିନନ୍ଦନ କାରବାର ll
କର୍ପୁର ଚନ୍ଦନ, ଦିଅଁଙ୍କୁ ଶୋଭନ 
ଦଇତ୍ୟଙ୍କୁ ଅଶୋଭା ପାଏ, 
ନୁତନ ବରଷ,ଦେଇ ନବ ସନ୍ଦେଶ 
ନୁଆଁ ସକାଳକୁ ଚାହେଁ ll

ଜୟ କୁମାର ମିଶ୍ର, ଗ୍ରାମ-ବୁଦୁରା 

ଡାକି -ଗୋରିବନ୍ଧା, ମାଧ୍ୟମ-କାଶୀନଗର,
ଜିଲ୍ଲା-ଗଜପତି ଓଡିଶା, 761206, 

Related posts

ସୁଧୀର କୁମାର ପଂଡା ଙ୍କ କବିତା // ସୁଖର୍‌ ମଂତର୍‌

Sunil Chandra Nayak

ସୁଶାନ୍ତ ରଣା  ଙ୍କ କବିତା = ଆ’ ପଢ଼ିଯିମା ପାଠ୍

Sunil Chandra Nayak

ଉପେନ୍ଦ୍ର କୁମାର ବସ୍ତିଆ ଙ୍କ କବିତା l l ବିରହି ଭାଷା l l

Sunil Chandra Nayak

Leave a Comment

error: Content is protected !!