ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ସାହିତ୍ୟ ଅଗଣା

ମାମି ପାତ୍ର ଙ୍କ କବିତା// ନୂଆବରଷ ଖୁସିରେ ଆସ କରୁଛି ତୁମକୁ ସ୍ୱାଗତ

ନୂଆବରଷ ଖୁସିରେ ଆସ

କରୁଛି ତୁମକୁ ସ୍ୱାଗତ

ବଦଳୁଛି ଦିନ
ବଦଳୁଛି ମାସ
ବଦଳିଛି ବର୍ଷ ଆଉ ମୂହୁର୍ତ୍ତ
କେତେ ଆଶା ଆକାଙ୍କ୍ଷା
ବଦଳିଯାଏ ଜୀବନରେ ମୋଡ଼
କାହା ପାଇଁ ଦିନ କାହା ପାଇଁ ରାତି
ଆସିବ ନେଇ ବରଷଯାକ
ସୁଖ ଦୁଃଖ ଜୀବନ ଜଞ୍ଜାଳ
ବିତିଯିବ ତିନିଶହ ପଞ୍ଚଷଠି ଦିନ
କାହାକୁ ଜଣା ନପଡେ
କାହା ଆଖିରେ ଲୁହ
କାହା ଓଠରେ ହସ
ବିତିଯାଏ ଦିବସ ମାସ
ନୂଆ ବର୍ଷ ନୂଆ ମନ
କଅଁଳିଆ ଘାସ ଗାଲିଚାରେ
ବସିଛି ଏକ ଖୁସିମନ
ନୂଆ ସକାଳ ଆକାଶ ଆଜି
ଦିଶୁଛି କେଡ଼େ ସୁନ୍ଦର
ବିହଙ୍ଗମାନେ ସୁନୀଳ ଗଗନେ
ଡେଣା ଝାଡି ଝାଡି ସ୍ବାଗତ କରନ୍ତି
ନୂଆବରଷ କିଚିରି ଭିତିରି ଶବଦ କରି
ରଙ୍ଗୀନ କରନ୍ତି ମେଲାଣି ନେଇ
ହେ ନବବର୍ଷ ତୁମରି ଆଗମନେ
ବଗିଚାରେ ଫୁଟିଛି ରଙ୍ଗବେରଙ୍ଗର 
ଫୁଲ ଆଉ କଢ
ବାସ୍ନାରେ ମହକି ଯାଉଛି ଚୁତୁର୍ଦ୍ଦିଗ ଚଉପାଶ
ତୋଲିବାକୁ ଇଛା ହେଉନି ଦେଖି 
ଲାଖିଯାଏ ମନ।
ଭଅଁର ମାନେ ଚୁମି ନିଅନ୍ତି
ଫୁଲ ପାଖୁଡ଼ାର ମନ
ଥିରି ଥିରି ସୁଲୁସୁଲୁଆ ପବନରେ
ଖେଳିଯାଏ ତାର ମହକ
କିଛି ମୂହୁର୍ତ୍ତ ପାଇଁ ଦେଇଥାଏ
ସଭିଙ୍କୁ ଆନନ୍ଦ ଆଉ ଉଲ୍ଲାସ
ନବବର୍ଷକୁ ସୁସ୍ଵାଗତ କରି
ମନ୍ଦିର ବେଢ଼ାରେ ଲାଗିଥାଏ ଭକ୍ତଭିଡ
ହାତେ ଧରି ନୂଆ ନୂଆ ଦୀପାଳି ମାନ
କର ଯୋଡ଼ି ଗୁହାରି କରନ୍ତି ବିଭୁ ପାଦେ ପଡି
ହେ ପ୍ରଭୂ ତବ ଚରଣାରବିନ୍ଦ
ରକ୍ଷା କର ତୁମରି ସଂସାର
ହସି ଉଠୁ ସଭିଙ୍କ ମୁଖେ
ଖିଲି ଖିଲି ହସ 

ମାମି ପାତ୍ର

 ତିହିଡି ଭଦ୍ରକ

Related posts

ଭାବଗ୍ରାହୀ ତ୍ରିପାଠୀ ଙ୍କ କବିତା – ଅପୂର୍ବ ତାଙ୍କ ଘୋଷ ଯାତ

Sunil Chandra Nayak

ସଫଳା ପୁଷଲତା ଦାସ ଙ୍କ କବିତା = ମୁଁ ବି ନାଉରୀ ତୁମେ ବି ନାଉରୀ 

Sunil Chandra Nayak

ଜଗ ମୋହନ ପଟ୍ଟନାୟକ ଙ୍କ କବିତା = ସତ୍ୟ ପଥ

Leave a Comment

error: Content is protected !!