ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ସାହିତ୍ୟ ଅଗଣା

ଚିତ୍ତ ରଞ୍ଜନ ଦେହୁରୀ ଙ୍କ କବିତା l l ନୂଆ ସକାଳ l l

l l ନୂଆ ସକାଳ l l

 ନୂଆ ସକାଳ ର ସୁନେଲି କିରଣ
ନୂଆ ଆଶା ଦିଏ ବୁଣି ।
କାଲି ହୁଡିଥିବା କର୍ମର ପଥ ଟି
ଆଜି ଆରମ୍ଭିବା ପୁଣି ।।
ଆଉ ଥରେ ପୁଣି ମଉକା ଦେଇଛି
ନୂଆ କିଛି କରି ଯିବା ।
ଆଜି ଯଦି କିଛି କରି ନ ପାରିଲେ
କାଲି ଯାଏଁ ଚାହିଁ ଥିବା ।।
ନୂଆ ସକାଳ ଟି ନୂଆ ଉଦ୍ଦୀପନା
ନୂଆ ସମ୍ଭାବନା ଧରି ।
କାଲି ଯାଇଥିଲା ମୁହଁ ମୋଡ଼ି ଦେଇ
ଆଜି ସେ ଆସିଛି ଫେରି ।।
ସାଙ୍ଗିତିକ କରି ଆଗମନ ତାର
 ପକ୍ଷୀ ଙ୍କ କୂଜନ ଶୁଭେ ।
ସର୍ବ ପ୍ରାଣୀ ଗଣ କରିବେ ଭ୍ରମଣ
ବାହାରି ପ୍ରଭାତୁ ଶୁଭେ ।।
ବର୍ଷ ଶେଷ ଦିନ ନୂଆ ସକାଳ ର
ନୂତନ ବାରତା ଏହି ।
ନୂଆ ବରଷ ର ନୂଆ ସକାଳ କୁ
ଯେମିତି ଭୁଲିବେ ନାହିଁ ।।
ଶୁଭଭିନନ୍ଦନ ଜଣାଇ ସଭିଙ୍କୁ
କରି ଦେବ ମନ ତୋଷ ।
ପୁରୁଣା ବର୍ଷ ର ରାଗ ୠଷା ଛାଡ଼ି
କ୍ଷମା କରିଦେବ ଦୋଷ ।।

ଚିତ୍ତ ରଞ୍ଜନ ଦେହୁରୀ

ଅନୁଗୋଳ

Related posts

ମହାସ୍ମିତା ଓଝା ଙ୍କ କବିତା ଏଇତ ସଂସାର ନାଟ

Sunil Chandra Nayak

ଚିତ୍ରା ରାଣୀ ପାତ୍ର ଙ୍କ କବିତା = ଗୋ ମାତା ସୁରକ୍ଷା

Sunil Chandra Nayak

ଉପେନ୍ଦ୍ର ବସ୍ତିଆ ଙ୍କ କବିତା l l ଚଳିତ ବରଷ ଅନ୍ତିମ  ଦିବସ l l

Sunil Chandra Nayak

Leave a Comment

error: Content is protected !!