ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ସାହିତ୍ୟ ଅଗଣା

ଡ.ପ୍ରଶାନ୍ତ କୁମାର ଶତପଥୀ ଙ୍କ କବିତା  l l ସାମ୍ବ ଦଶମୀ l l

 l l ସାମ୍ବ ଦଶମୀ l l

ଚାଲ ମିତ ଆଜି ଅର୍କ କ୍ଷେତ୍ର ଯିବା 
ସୂର୍ଯ୍ୟ ରଥଯାତ୍ରା ଦେଖି, 
କୋଣାର୍କ ମନ୍ଦିର ଅତ୍ୟନ୍ତ ସୁନ୍ଦର 
ପବିତ୍ର ହୋଇବ ଆଖି l
ପଉଷ ମାସର ଶୁଳ୍କ ପକ୍ଷ ଆଜି 
ଦଶମୀର ଅଟେ ତିଥି, 
ସାମ୍ବ ଦଶମୀରେ ବ୍ରତ ପାଳିଥିଲେ 
ପାଇବା ପରମ ଗତି l
ଦୁଃସାଧ୍ୟ ରୋଗରୁ ଆରୋଗ୍ୟ ହୋଇବା 
ଭକ୍ତି ସହକାରେ ପାଳି, 
ଶ୍ରୀକୃଷ୍ଣଙ୍କ ପୁତ୍ର ସାମ୍ବ ପାଳିଥିଲେ 
ଅର୍କ କ୍ଷେତ୍ରେ ସେହି ଚଳି l
ଉଦୟ ଭାନୁରେ ବାଳଭୋଗ ପୂଜା 
କ୍ଷୀର ଚାଉଳକୁ ଦେଇ, 
ଝୋଟି ମୁରୁଜର ଅଷ୍ଟଦଳ ପଦ୍ମ 
ହୁଳହୁଳି ଶୋଭା ପାଇ l
ସୁସ୍ୱାଦୁ ବ୍ୟଞ୍ଜନ ପିଠା ପଣା ଅନ୍ନ 
ମଧ୍ୟାହ୍ନ ଧୂପର ପୂଜା, 
ଏକକୁ ଆରେକ କି ବର୍ଣ୍ଣିପରିବା 
ଖାଇଲେ ଜାଣିବା ମଜା l
ଅସ୍ତଗାମୀ ରବି ପଶ୍ଚିମ ଆକାଶେ 
ଲୁଚିବା ସମୟ ଦେଖି, 
ବୁଢ଼ା ଚକୁଳିରେ ସନ୍ତୁଷ୍ଟ ହୁଅନ୍ତି 
ପୂଜା ସ୍ଥାନେ ଥିଲେ ରଖି l
ଦେବାଦେବୀ ପୂଜା ସଂସ୍କୃତିରେ ସଜ୍ଜା 
ପବିତ୍ରତା ମନେ ଭରେ, 
ନିଶ୍ୱାସରେ ଏଠି ରହିଛି ବିଶ୍ୱାସ 
ଶରୀର ଆରୋଗ୍ୟ କରେ l
ସକଳ ଶକ୍ତିର ଆଧାର ଅଟନ୍ତି 
ଦିନମଣି ଦୀନନାଥ, 
ବିଶ୍ଵ ମହାମାରୀ ଦୂର ହୋଇଯିବ 
ପୂର୍ଣ୍ଣ ହେବ ମନୋରଥ l

ଡ.ପ୍ରଶାନ୍ତ କୁମାର ଶତପଥୀ 

ଛତ୍ରପୁର, ଗଞ୍ଜାମ

Related posts

ସଫଳ। ଦାସ ଙ୍କ କବିତା // ଶୀତ ର ସ୍ବପ୍ନ

Sunil Chandra Nayak

ଅପର୍ତ୍ତି ସେଠୀ ଙ୍କ କବିତା // ମୋ ହଜିଲା ଦିନ

Sunil Chandra Nayak

ପ୍ରଶାନ୍ତ କୁମାର ନାଥ ଙ୍କ କବିତା // ମହାଶିବରାତ୍ରୀ

Sunil Chandra Nayak

Leave a Comment

error: Content is protected !!