ସାହିତ୍ୟ ଅଗଣାଅପର୍ତ୍ତି ସେଠୀ ଙ୍କ କବିତା// ହାଏ ହାଏ ନୂଆ ବର୍ଷ by Sunil Chandra NayakJanuary 1, 20230111 Share0 ହାଏ ହାଏ ନୂଆ ବର୍ଷ ଅପର୍ତ୍ତି ସେଠୀ (ରମ୍ୟ କବିତା) ଦିନଟି ଲାଗୁଛି ନୂଆ ନୂଆ ଆଜି ମନ ବି ଲାଗୁଛି ନୂଆ, ବାଇଶି ବିଦାୟ ନେଇଗଲା ବନ୍ଧୁ ତେଇଶିକୁ ଟିକେ ଚାହାଁ। ଭାବିଥିଲି ହସ ମିଠା ପୁଡ଼ିଆଟା ଆଣିଥିବ ଆମ ପାଇଁ, କିନ୍ତୁ ମିଠା ନାହିଁ ତେଇଶି ଆସିଛି ମାସ୍କ ଉପହାର ନେଇ। ଓଠେ ହସ ନାହିଁ ମୁହଁକୁ ଶୁଖେଇ କହୁଛି ସତର୍କ ବାଣୀ, ହେ ପ୍ରିୟ ମଣିଷ ହୁସିଆର ହୁଅ ଆସୁଛି କରୋନା ପୁଣି। ଦୁଇ ବର୍ଷ କାଳ ଆମଠୁଁ ଯେମିତି କଲିଜାକୁ କାଢ଼ିନେଲା, କଏଦୀଟି ଭଳି କବାଟ କୋଣରେ ଆମକୁ ପକେଇ ଥିଲା। ନେଇଗଲା ଲକ୍ଷ ଲକ୍ଷ ଜୀବନ ସେ ଦେଇଗଲା ଖାଲି ଦୁଃଖ, ପ୍ରଭୁ ତୁଳସୀଶ କରନ୍ତୁ ଆଶିଷ ନ ଆସୁ ସେହି ରାକ୍ଷସ। ନୂଆ ବର୍ଷ ପାଇଁ କବିମାନେ କେତେ କବିତା ଲେଖି ଦେଲେଣି, ମୁଁ ଆଉ କେଉଁ କବିତା ଲେଖିବି ଶବ୍ଦଟି ଖୋଜି ପାଉନି। ଆମ ପିଲାବେଳ ଆଜି କାହିଁ ମୋର ବେଶୀ ବେଶୀ ମନେ ପଡେ, ନୂଆ ବର୍ଷ ଆସେ ଗ୍ରିଟିନିସ୍ ଆଉ ଡାକ ଚିଠି ଲଫାପାରେ। “One glass water two glass bear, O’my dear Happy New year. “ଓ୍ଵାନ୍ ଓ୍ଵାନ୍ ଟୁ, I love you, ଟୁ ଟୁ ଫୋର୍, Happy New Year”. ଏମିତି ଅନେକ ସାହିରୀ ଲେଖାରୁ ନୂଆ ବର୍ଷ ବାସୁଥାଏ, ଭଳିକି ଭଳି ସେ କାଟୁନୁ ଚିତ୍ରରେ ଲଫାପାଟା ଭରିଯାଏ। “You are my ସାଙ୍ଗ not କରିବ ରାଗ, ଯଦି କରିବ ରାଗ, that is my ଭାଗ୍ୟ” “ଅରୁଆ ଚାଉଳ କାନ୍ଥରେ ଚିତା ଯେଉଁଠି ବସିଲେ ତୁମରି ଚିନ୍ତା”, “ଶିବଙ୍କ ମୁଣ୍ଡରେ ଫୁଲ ଚନ୍ଦନ ସାଙ୍ଗକୁ ମୋର ଅଭିନନ୍ଦନ”। “ପତର ପତର ପାନ ପତର ପତର ଉପରେ ଗୁଆ, ପୁରୁଣା ବର୍ଷକୁ ବାଏ ବାଏ ପୁଣି ହାଏ ହାଏ ସାଙ୍ଗ ନୂଆ”। “ଆସ ଆସ ଡିଅର୍ ଫ୍ରେଣ୍ଡ୍ କର ନାହିଁ ଲେଟ୍, ତୁମ ପାଇଁ ଖୋଲା ଅଛି ମୋ ହୃଦୟ ଗେଟ୍”। ଏଇଥିରେ ଥିଲା ନୂଆ ବରଷର ଖୁସି ବୋଳା ହସଟିଏ, ଆଜି ଏ ମାଇକି ଡିଜେ ସାଉଣ୍ଡରେ ମନ ମୋ ବୁଝୁ ନ ଥାଏ। ଛାତିରେ ବ୍ୟାନର ହାପି ନିୟୁ ଇୟର ମାରି କିଛି ଲାଭ ନାହିଁ, ସେ ଅଭିନନ୍ଦନ ଲାଗେ ମୂଲ୍ୟହୀନ ଯଦି ମନେ ସ୍ନେହ ନାହିଁ। ହାଏ ହାଏ ହାପି ନିୟୁ ଇୟରରେ ଓଡ଼ିଆ ମର୍ଯ୍ୟାଦା ତୁଟେ, ଜୟ ଜଗନ୍ନାଥ କହିବାକୁ କିଆଁ ଆମ ଜିଭ ନ ଓଲଟେ ? ହସ ଖୁସି ଶାନ୍ତି ଆନନ୍ଦରୁ ବୋଧେ ଆଜି କିଏ କାଢି ନିଏ, ଫେସବୁକ୍ ଫ୍ରେଣ୍ଡ୍ ଲକ୍ଷେଥାଉ ପଛେ ପ୍ରକୃତ ସାଙ୍ଗଟି କିଏ? ଦେଖି ବାକୁ ଗଲେ ମୋ ଓଡ଼ିଶାର ଭାବଟି କା’ ପାଖେ ଅଛି, ପଣା ସଂକରାନ୍ତୀ ଦିନଟିକୁ କିଏ ନୂଆବର୍ଷ ପାଳୁଅଛି ? ଆଜି ଏ ଇଂରାଜୀ ନବବର୍ଷ ଆସେ ଅର୍ଦ୍ଧ ନଗ୍ନ ଝିଅ ଭଳି, ଆଜି ଏ ଦୁନିଆଁ ହେଉଛି ବାଇଆ ତା’ ମିଛ ପ୍ରେମରେ ପଡି। ଛେଳି କୁକୁଡ଼ାଙ୍କ ବିକଳ ଚିତ୍କାର ଚାରିଆଡେ ଶୁଭିଯାଏ, ଜାନୁଆରୀ ଏକ ବଡ଼ ଦୁର୍ବିପାକ ତାଙ୍କ ପାଇଁ ଆଣୁଥାଏ। ଯଦି ନବ ବର୍ଷ ପାଳୁଛ ପାଳୁଥା ଦିନଟିର ସ୍ମୃତି ନେଇ, ଗଛଟିଏ ଆଜି ଲଗାଅ ଭାଇରେ ଜଗତ ଉଦ୍ଧାର ପାଇଁ। ନିଜ ପିତାମାତା ଲକ୍ଷ୍ମୀ ଜଗନ୍ନାଥ ତାଙ୍କ ପଦ ରେଣୁ ପାଅ, ଦୁଃଖୀ ଦରିଦ୍ରଙ୍କୁ ପାରୁଅଛ ଯଦି ଆଡ ନେତ୍ରେ ବାରେ ଚାହଁ। ପାଳକଣା, କୋରୋ, କେନ୍ଦ୍ରାପଡ଼ା