ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିଦ୍ୟୁତ ଆଘାତରେ କଳ୍ପେଶ୍ୱର ବେମାଲଙ୍କ ଗୁରୁତର ଘଟଣା ଡାକ୍ତର ଖାନାରେ ଜୀବନ ସହ ସଂଗ୍ରାମ ,  ସରକାରୀ ସହାୟତା ଶୁନ

 ଚିଲିଗୁଡା ( ମ ନି ସ )  କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ ଅନ୍ତର୍ଗତ ବଣି ଜରା ଗ୍ରାମ ପଞ୍ଚାୟତର ବାରବେସାଲ ଗ୍ରାମର ହରିଶ୍ଚନ୍ଦ୍ର ବେମାଲଙ୍କ ଏକ ମାତ୍ର ପୁତ୍ର କଳ୍ପେଶ୍ୱର ବେମାଲ ୩୫ ଗତ ୨୧ ତାରିଖ ଦିନ ୩୪ କେଭି ଇନକମିଙ୍ଗ ବିଦ୍ୟୁତ ମରାମତି ସମୟରେ ଦୁର୍ଘଟଣାର ଶିକାର ହୋଇଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରି ପ୍ରଥମେ ଧର୍ମଗଡ଼ ଉପଖଣ୍ଡ ଚିକିତ୍ସାଳୟ ତାପରେ ଭବାନୀ ପାଟଣା ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିଲା । ସେଠାରେ ଅବସ୍ଥା ଗୁରୁତର ହେବାରୁ ପୁଣି ତାଙ୍କୁ କଟକ ଅଶ୍ୱିନ ହସପିଟାଲରେ ଭର୍ତ୍ତି କରାଯାଇଛି ବୋଲି ପରିବାର ଲୋକେ ପ୍ରକାଶ କରିଛନ୍ତି । ଦୁର୍ଘଟଣାର ଅନେକ ଦିନ ବିତିଯାଇଥିଲେ ମଧ୍ୟ ବିଭାଗ ପକ୍ଷରୁ କୌଣସି ସହାୟତା ମିଳୁନାହିଁ ବୋଲି କହିଛନ୍ତି ।ମେଡିକାଲ ଚିକିତ୍ସା ସହାୟତା ଯୋଗାଇଦେବାକୁ ଅଶ୍ଵିନ ହସ୍ପିଟାଲ ସହିତ କଳ୍ପେଶ୍ୱରଙ୍କ ନିଯୁକ୍ତି ପ୍ରଦାନ କ।ରି ସଂସ୍ଥା ଓଡିଶା ଏଣ୍ଟରପ୍ରାଇଜେସ ଅନୁବନ୍ଧିତ ରହିଛି ।ଏଥି ପାଇଁ କଳ୍ପେଶ୍ୱର ସମେତ ଷ୍ଟେସନ ଅପରେଟର ଭାବେ କାର୍ଯ୍ୟ କରୁଥିବା କଳାହାଣ୍ଡି ଜିଲ୍ଲା ପୂର୍ବ ଏବଂ ପଶ୍ଚିମ ଡିଭିଜନ ର ସମସ୍ତ ଅପରେଟର ଠାରୁ ନିଯୁକ୍ତି ପ୍ରଦାନ କାରି ସଂସ୍ଥା ଓଡିଶା ଏଣ୍ଟର ପ୍ରାଇଜେସ ଇ ଏସ ଆଇ ବା କର୍ମଚାରୀ ବୀମା ଟଙ୍କା ଦରମାରୁ କାଟୁଛି । ଚାରି ବର୍ଷ ହେଲା ସଂସ୍ଥା ଏହି କର୍ମଚାରୀ ଙ୍କ ଠାରୁ ବୀମା ଟଙ୍କା କାଟୁଥିଲେ ମଧ୍ୟ ବିପଦ ସମୟରେ ସହାୟତା ନ କରିବାରୁ ପରିବାର ପକ୍ଷରୁ ଅସନ୍ତୋଷ ଦେଖାଦେଇଛି ।ଏପଟେ କଳ୍ପେଶ୍ୱର ଙ୍କ ଅବସ୍ଥା ଦିନକୁ ଦିନ ବିଗିଡିବାରେ ଲାଗିଛି । ପରିବାରର ଏକ ମାତ୍ର ରୋଜଗାର କ୍ଷମ ବ୍ୟକ୍ତି ଦୁର୍ଘଟଣାର ଶିକାର ହେଲାପରେ ସ୍ତ୍ରୀ ଭାଗ୍ୟ ଲଷ୍ମୀ ବେମାଲ ଦୁଃଖରେ ଭାଙ୍ଗି ପଡିଛନ୍ତି । ପରିବାରରେ ଆର୍ଥିକ ସମସ୍ୟା ଥିବା ବେଳେ କିପରି ଭାବରେ ସ୍ୱାମୀଙ୍କ ଚିକିତ୍ସା ଖର୍ଚ୍ଚ ବହନ କରିବେ ସେହି ଚିନ୍ତା ଏବେ ଘାରିଛି ସ୍ତ୍ରୀ ଙ୍କୁ । ପରିବାର କହିଲେ ବାପା ,ମା ଏବଂ ଚାରି ବର୍ଷର ଝିଅ ଚିନ୍ମୟୀ । ବର୍ତ୍ତମାନ କଳ୍ପେଶ୍ୱର ର ବାମ ଗୋଡ଼ କଟା ଯାଇ ଥିବା ପରିବାର ପକ୍ଷରୁ ସୂଚନା ମିଳିଛି ।ଏବେ ସେ ଦୀର୍ଘ ଦିନ ହେଲା ଆଇସିୟୁରେ ଭର୍ତ୍ତି ହୋଇଛନ୍ତି । ପ୍ରକାଶ ଥାଉକି କଳ୍ପେଶ୍ୱର ବିଦ୍ୟୁତ ବିଭାଗ ରେ ଦୀର୍ଘ ୫ ବର୍ଷ ହେଲା ଧର୍ମଗଡ଼ରେ ପ୍ରାଇମେରୀ ସବ ଷ୍ଟେସନ ଅପରେଟର ଭାବରେ କାର୍ଯ୍ୟ କରନ୍ତି। ବୁଧବାର ଦିନ ପ୍ରାୟ ୧୧ ଟା ସମୟରେ ସେ ୩୩ କେଭି ଜୁନାଗଡ଼ ଓ ଧର୍ମଗଡ଼ ଇନକମିଙ୍ଗ ପୋଲ କାମରେ ନିୟୋଜିତ ଥିଲେ । ଏହି କାମ ଯୋଗୁଁ ବେହେରା ସବ ଷ୍ଟେସନ ବିଦ୍ୟୁତ ସରବରାହ ବନ୍ଦ ରହିଥିଲା ।ବେହେରା ଫିଡର ଯନ୍ତ୍ରୀ -୨ ଶୈଳେଶ ମହାନ୍ତ ଙ୍କ ତତ୍ୱବାଧାନରେ ସେ ପୋଲ ଉପରେ ଚଢ଼ି କାମ କରୁଥିଲେ । ବିଦ୍ୟୁତ ସରବରାହ ବନ୍ଦ ସ୍ୱତେ ଏବଂ ଯନ୍ତ୍ରୀ ଙ୍କ ନିର୍ଦେଶରେ ଚାଲିଥିଲା କାମ ହେଲେ ହଠାତ ୧୧ ଟା ୪୦ ରେ ବିଦ୍ୟୁତ ସରବରାହ ଚାଲୁ ହେବା ଫଳରେ ସେ ବିଦ୍ୟୁତ ସଂପର୍ସରେ ଆସି ଗୁରୁତର ଆହତ ହୋଇଥିଲେ । ବିଭାଗୀୟ ଅଧିକାରୀ ଙ୍କ ଅବହେଳା ଯୋଗୁଁ ଗୋଟିଏ ପରିବାରର ରୋଜଗାର କ୍ଷମ ବ୍ୟକ୍ତି ଦୁର୍ଘଟଣାର ଶିକାର ହେବାକୁ ପଡିଲା ।ଏବେ କଳ୍ପେଶ୍ୱର ହସ୍ପିଟାଲ ରେ ଜୀବନ ସହ ସଂଗ୍ରାମ କରୁଥିବାବେଳେ ବିଭାଗୀୟ ସଂସ୍ଥା ପକ୍ଷରୁ କୌଣସି ସହାୟତା ମିଳୁ ନ ଥିବାରୁ ଚିନ୍ତାରେ ପରିବାର । ବିଭାଗୀୟ ଅଧିକାରୀ ଙ୍କୁ ସ୍ତ୍ରୀ ଭେଟିବାକୁ ଗଲେ ମଧ୍ୟ ତାଙ୍କୁ ଦେଖା କରି ପାରୁ ନ ଥିବା ସେ ଅଭିଯୋଗ କରିଛନ୍ତି । ନିଯୁକ୍ତି ପ୍ରଦାନ କାରି ସଂସ୍ଥା ପକ୍ଷରୁ କୌଣସି ସହାୟତା ମିଳିନାହିଁ ।ଏହି ସଂସ୍ଥା ସହାୟତା ନ କରେ ତେବେ ଆଗକୁ ତାଙ୍କ ଚିକିତ୍ସା ସମ୍ଭବ ନୁହେଁ ବୋଲି ପରିବାର ଲୋକେ କହିଛନ୍ତି । ଏ ନେଇ କଳ୍ପେଶ୍ୱର ଙ୍କ ସ୍ତ୍ରୀ ଭାଗ୍ୟ ଲଷ୍ମୀ ଧର୍ମଗଡ଼ ଥାନାରେ ଲିଖିତ ଅଭିଯୋଗ କରିଥିବା ଜଣା ପଡ଼ିଛି ।

ସୁନ୍ଦର ମୋହନ ଛତ୍ରିଆ ,ଚିଲିଗୁଡା

Related posts

ଭବାନୀପାଟଣା ଠାରେ ରଥଯାତ୍ରା ଓ ବାହୁଡା଼ ଯାତ୍ରା୨୦୨୩ ନିମନ୍ତେ ଜିଲ୍ଲା ପ୍ରଶାସନର ପ୍ରସ୍ତୁତି ବୈଠକ 

୭୪ ତମ ସାଧାରଣତନ୍ତ୍ର ଦିବସ ପାଳିତ ଓ ମାଁ ସରସ୍ଵତୀ ପୂଜା ମହୋତ୍ସବ

Sunil Chandra Nayak

ନିଜକୁ ଚାକିରି ଖୋଜୁଥିବା ବ୍ୟକ୍ତି ଭାବରେ ଭାବନ୍ତୁ ନାହିଁ ବରଂ ଚାକିରି ସୃଷ୍ଟିକାରୀ, ନବସୃଜନକାରୀ ଏବଂ ଉଦ୍ଯୋଗୀ ଭାବରେ ଭାବନ୍ତୁ : ଓଡିଶା ରାଜ୍ୟପାଳ

Sunil Chandra Nayak

Leave a Comment

error: Content is protected !!