ସାହିତ୍ୟ ଅଗଣାରତିନାରାୟଣ ରାଉତ ଙ୍କ କବିତା // ନବବର୍ଷକୁ ସ୍ବାଗତ by Sunil Chandra NayakJanuary 1, 2023January 2, 20230125 Share0 ନବବର୍ଷକୁ ସ୍ବାଗତ ସମୟର ଚକ ଗଡ଼ି ଚାଲୁଅଛି ବିରାମ ତାହାର ନାହିଁ ବର୍ଷ ମାସ ଋତୁ ଦିବା ରାତ୍ର ହୁଏ ସବୁ ସୁତ୍ରଧର ସେହି ॥ ସମୟର ଆଦ୍ୟ ଅନ୍ତକେ ଜାଣିଛି କହିବା ବାହୁଲ୍ୟ ଏଇ ତଥାପି ମାନବ ପାଳୁଅଛି ନୂଆ ପୁରୁଣା ବିଦାୟ ଦେଇ ॥ ପୃଥିବୀ ଘୂରାଇ ସୂର୍ଯ୍ୟ ଚାରିପଟେ ଋତୁଚକ୍ର ଆସେ ଧରା ପଡ଼ ଋତୁ ମଧ୍ୟୁ ଖରାବର୍ଷା ଶୀତ ଅନୁମେୟ ହୁଏ ପରା ॥ ଏ ପ୍ରତିଟି ଶୀତରେ ନବବର୍ଷ ତୁମେ ଓହ୍ଲାଇ ଥାଅ ଧରାକୁ ପୁରୁଣା ବରଷ ହସକାନ୍ଦ ସ୍ମୃତି ରହେ ଯେ କାଳକାଳକୁ ॥ ଯାହା ଘଟିବାର ଥିଲା ସେ ସମୟେ ଚାଲିଗଲା ସବୁ ଭରି ଫେରି ଯାଅ ତୁମେ ପୁରୁଣା ବରଷ ନୂତନେ ସ୍ଵାରତ କରି ॥ ହିଂସାବାଦ କ୍ରୋଧ ଅହମିକା ଯୁଦ୍ଧ ଅନ୍ୟାୟ ଅନିତୀ ଯାଉ ଆସୁ ଶାନ୍ତି ମୈତ୍ରୀ ସୁଖର ସମୃଦ୍ଧି ନବବର୍ଷେ ପ୍ରାପ୍ତ ହେଉ ॥ ରତିନାରାୟଣ ରାଉତ (ପ୍ର.ଶି.) ହରିଚନ୍ଦନପୁର, କେନ୍ଦୁଝର,ଓଡିଶା