ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ସାହିତ୍ୟ ଅଗଣା

ଶ୍ରୀମତୀ ସ୍ନେହ ମିଶ୍ର କବିତା l l ମଙ୍ଗଳର ବାର୍ତ୍ତା l l

l l ମଙ୍ଗଳର ବାର୍ତ୍ତା l l

      ଶ୍ରୀମତୀ ସ୍ନେହ ମିଶ୍ର

ଓଡିଶାର ଗର୍ବ ରୀତିପରମ୍ପରା
ସଂସ୍କାର ସଂସ୍କୃତି ପୂର୍ଣ୍ଣ |
 ଆହା ! କି ସୁନ୍ଦର ପ୍ରକୃତି ଆରାଧ୍ୟ
ପୂଜା ସୂର୍ଯ୍ଯ ଭଗବାନ ||
ପ୍ରାଚୀ ଗଗନରେ ଉଇଁଲେଣି ଉଷା
ସ୍ଵର୍ଣ୍ଣିମ କିରଣ ଆଭା 
ସିନ୍ଦୁରିଆ ଫାଟି ରକ୍ତିମ ଲାଲିମା
ଅରୁଣିମା ରଶ୍ମି ଶୋଭା
ଦୂର ଦିଗନ୍ତରୁ ଶଂଖ ହୁଳହୁଳି 
ଶୁଭ ମନ୍ତ୍ର ବେଦଧ୍ଵନି
ଶତବିଂଶ ପୂର୍ଣ୍ଣ ବିସ୍ମିତ ତେଇଶି
ମଙ୍ଗଳ ମହୁରୀ ଶୁଣି ||
ଓଡିଶାବାସୀଙ୍କୁ ଶୁଭ ଆଶୀଷରେ 
ଦୟାକର ଦିବାକର
ଇଂରାଜୀ ନବ ବର୍ଷ ଆଗମନେ
ନବ ଉନ୍ମାଦନା ସ୍ଵର ||
ଲୀଳାମୟଙ୍କର ଲୀଳା କେ ବର୍ଣ୍ଣିବ
ବିଶ୍ଵ ନିୟନ୍ତାଙ୍କ ଖେଳ
ମଙ୍ଗଳମୟଙ୍କ ମଙ୍ଗଳର ବାର୍ତ୍ତା
ବିଶ୍ଵରେ କରେ ଚହଳ ||

Related posts

ଜାନକୀ ମହାନ୍ତ ଙ୍କ କବିତା// ଇଂରାଜୀ ନବ ବରଷ-୨୦୨୩

Sunil Chandra Nayak

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା // ଜଣାଣ

Sunil Chandra Nayak

ବିଜୟ କୁମାର ଜେନା ଙ୍କ ସକାଳର ଜଣାଣ = କର୍ମ ପରିଣାମ

Sunil Chandra Nayak

Leave a Comment

error: Content is protected !!