ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରର ଟିକେଟ କାଉଣ୍ଟର ଭିତରେ ସିକ୍ୟୁରିଟି କରୁଛି କଣ ?

ଦର୍ଶକବନ୍ଧୁ ଗୋଷ୍ଟୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଦୈନିକ ଶହଶହ ରୋଗୀ ଆସୁଥିବା ବେଳେ,ଡାକ୍ତରଙ୍କ ପରାମର୍ଶ କରିବାକୁ ଟିକେଟ ଘର ପାଖରେ ଧାଡି ବାନ୍ଧି ଟିକେଟଟିଏ କରିବାକୁ ପଡିଥାଏ ! ତାପରେ ଡାକ୍ତରଙ୍କ ସହିତ ସାକ୍ଷାତ କରି ବିଭିନ୍ନ ରୋଗର ଚିକିତ୍ସା ପାଇଁ ପରାମର୍ଶ କରାଯାଇ ଥାଏ ! ଭଲକରି ଦେଖନ୍ତୁ ପାଠକ ବନ୍ଧୁ, ଟିକେଟ ଘରେ ବସିଛନ୍ତି କିଏ ? ଜଣେ ସିକ୍ୟୁରିଟି ଗାର୍ଡ, ଟିକେଟ ଘରକୁ ଜଗି ନାହାନ୍ତି, ରୋଗୀଙ୍କ ପାଇଁ ଟିକେଟ କରୁଛନ୍ତି ! ଅବଶ୍ୟ ସେ ସ୍ଥାନରେ କେହି ବୋଧେ ନିଯୁକ୍ତି ହୋଇନାହାନ୍ତି ! ସିକ୍ୟୁରିଟି ଚଳାଉଛି କାମ ! ଜଗତସିଂହପୁର ଜିଲ୍ଲାର ତିର୍ତ୍ତୋଲ ବ୍ଲକ ଅଧୀନରେ ମଣିଜଙ୍ଗା ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ର ଅବସ୍ଥିତ ! ଯୋଉଠି ଆବଶ୍ୟକ ଅନୁସାରେ ଡାକ୍ତର, କମ୍ପାଉଣ୍ଡର, ନର୍ସ, ଓ ଅନ୍ୟାନ୍ୟ କର୍ମଚାରୀଙ୍କର ଅଭାବ ଏ ପର୍ଯ୍ୟନ୍ତ ଦୂର ହେଇ ପାରୁନି ! ଅନେକାଂଶରେ ଦେଖାଯାଏ ଯେ ବହୁତ ରୋଗୀ କଟକ ମେଡିକାଲକୁ ସ୍ଥାନାନ୍ତର ହୁଅନ୍ତି ! ହୁଏତ ଅଧା ବାଟରେ ସେମାନଙ୍କ ଜୀବନ ଯାଇଥିଲେ ବି ମେଡିକାଲର ଡାକ୍ତର ମୃତ ଘୋଷଣା କରିବା ପର୍ଯ୍ୟନ୍ତ ରୋଗୀର ସମ୍ପର୍କୀୟଙ୍କୁ ଅପେକ୍ଷା କରିବାକୁ ପଡିଥାଏ ! ତେବେ କଥା ଉଠୁଛି ରାଜ୍ୟରେ ମେଡିକାଲ କର୍ମଚାରୀଙ୍କର ଅଭାବ ରହିଛି ନା ନିଯୁକ୍ତିରେ ଢିଲା କାମ କରାଯାଉଛି ! ସ୍ୱାସ୍ଥ୍ୟ ହିଁ ସମ୍ପଦ ନାରା ଜୋରସେ ଚାଲିଥିବା ବେଳେ ସ୍ୱାସ୍ଥ୍ୟକେନ୍ଦ୍ରରେ କର୍ମଚାରୀଙ୍କ ଅଭାବ କଣ ପାଇଁ ? ଚର୍ଚ୍ଚା ହେଉଛି ଯେ ସିକ୍ୟୁରିଟି ଗାର୍ଡ ଯେବେ ପଞ୍ଜିକୃତ କର୍ମଚାରୀର ଡିଉଟି କରିବ, ତେବେ ସିକ୍ୟୁରିଟି କାମ କାହାର ? ପଞ୍ଜିକୃତ କର୍ମଚାରୀ ବିଭାଗରେ ଯେବେ ନିଯୁକ୍ତି ନାହିଁ ତେବେ ସେ ବିଭାଗଟି ରହିଛି କାହିଁକି ? ଦୟାକରି ଉପରିସ୍ଥ ଦାୟିତ୍ୱବାନ ବିଭାଗୀୟ ଅଧିକାରୀ ଏ ବିଷୟକୁ ଧ୍ୟାନ ଦେବାକୁ ସ୍ଥାନୀୟ ଜନସାଧାରଣ କ୍ୟାମେରା ସାମ୍ନାକୁ ନ ଆସି ଆପତ୍ତି କରିଛନ୍ତି ! ସରକାର ଓ 5T ସଚିବ ଶିକ୍ଷା ପରି ସ୍ୱାସ୍ଥ୍ୟକୁ ମଧ୍ୟ ଗୁରୁତ୍ୱ ଦେଉଛନ୍ତି ! କେବଳ ଯେ ଡାକ୍ତରଖାନା ଥିଲେ ହେବନି, ଆବଶ୍ୟକ କର୍ମଚାରୀ ଏବଂ ସମସ୍ତ ପ୍ରକାର ରୋଗର ନିରାକରଣ ପାଇଁ ଔଷଧ ମଧ୍ୟ ମହଜୁଦ ରହିଥିବା ଦରକାର ! କେହି ଦୀନ ଦରିଦ୍ର ଯେପରି ଚିକିତ୍ସା ଅଭାବରୁ ଜୀବନ ନ ହରାଏ ! କାରଣ ମଣିଜଙ୍ଗାରୁ କଟକର ଦୂରତା ପ୍ରାୟ 70 କିମିରୁ ଅଧିକ ! ଦେଖିବାକୁ ରହିଲା ଉକ୍ତ ଅଞ୍ଚଳରେ ଅନେକ ଟାଣୁଆ ରାଜନୈତିକ ନେତା ଓ ପ୍ରଶାସନିକ ଅଧିକାରୀ ଥିଲେ ବି ମଣିଜଙ୍ଗା ସ୍ୱାସ୍ଥ୍ୟକେନ୍ଦ୍ର ପ୍ରତି କି ପ୍ରକାର ପଦକ୍ଷେପ ନେଉଛନ୍ତି !

ତିର୍ତ୍ତୋଲ ଜଗତସିଂହପୁର ରୁ ଭାଗବତ ପ୍ରସାଦଙ୍କ ରିପୋର୍ଟ ମସୀହା news Odisha.

Related posts

ଜଳସେଚନ ଦାବି ରେ ପୁଣି ଧର୍ମଗଡ ଠାରେ ପ୍ରସ୍ତୁତି ବୈଠକ। ଆସନ୍ତାକାଲି ଉପଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ନିକଟରେ ଧାରଣା ନିଷ୍ପତ୍ତି….

masiha

ନବରଙ୍ଗପୁର ରେ ତୃତୀୟ ଜିଲ୍ଲା ସ୍ତରୀୟ ପେଞ୍ଚକ୍ ସିଲଟ ଚମ୍ଫିୟନସିପ ପ୍ରତିଯୋଗିତା ଅନୁଷ୍ଠିତ

କଳାହାଣ୍ଡି ର ଧାନ ମଣ୍ଡିରେ ପଡିଛି ଧାନ, ଶୀତ କାକରରେ ଜଗୁଛି ଚାଷୀ, ଶୋଷଣ ଚକ୍ରାନ୍ତରେ ମିଲର୍ସ  

Sunil Chandra Nayak

Leave a Comment

error: Content is protected !!