ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ସାହିତ୍ୟ ଅଗଣା

ନଳିନୀ ପ୍ରଭା ମିଶ୍ର ଙ୍କ କବିତା// ହେ ! ନୂଆଁ ବରଷ

ହେ ! ନୂଆଁ ବରଷ

ନଳିନୀ ପ୍ରଭା ମିଶ୍ର

ହେ! ନବ ବରଷ ଆସ ଏ
  ଧରାରେ ନବୀନ ପୁଲକ ଭରି
ବିଗତ ଦିନର ଯେତେ ଦୁଃଖ
  କଷ୍ଟ ଯାଉ ସବୁ ଅପସରି।
ପ୍ରତୀକ୍ଷା ର ଅନ୍ତେ ନୂତନ ଦିଗନ୍ତେ
   ପ୍ରଚଳିତ ଧାରା ତୁମେ
ଆଶା , ବିଶ୍ବାସ ର ପେଟିକା ଧରି
  ଆଗମନ ଉପକ୍ରମେ।
ହେବ ନାହିଁ ତୁମେ ନୈରାଶ୍ୟ ର
  ରୂପ ପ୍ରତିଶ୍ରୁତି ହୀନ କଥା
ବେଡି ର ଉପରେ କୋରଡ଼ା
  ର ମାଡ଼ ମଣିଷ ନ ଲଭୁ ବ୍ୟଥା।
ତୁମରି ନାମରେ ପ୍ରସୂତ ଯୋଜନା
  ନେଉ ବାସ୍ତବରେ ରୂପ
ଶିକ୍ଷା ସ୍ବାସ୍ଥ୍ୟ ଆଦି ନବୀ କରଣରେ
  ଜଳିବ ବର୍ଷ ପ୍ରଦୀପ।
କେହି ନ ରହିବେ ଭୋକିଲା 
  ସମାଜେ ଶିଶୁ ଶ୍ରମିକ ର ପ୍ରଥା
ସମସ୍ତେ ପଢ଼ିବେ ନିଜକୁ ଗଢିବେ
  ହେବ ଉନ୍ନୀତ ତୁମ ମଥା।
ହସ ଖୁସି ଭରେ ସଭିଏଁ ଚଳିଵେ
  ଦୁରାରୋଗ୍ୟ ହେବ ଦୂର
ବିଗତ ବର୍ଷ ର ଆଶଙ୍କା ଓ କଷ୍ଟ
  ମନରୁ ହୋଇବ ଦୂର।
ଶାସନ ହୋଇବ ସୁ ଶାସନ କ୍ଷମ
  ହିଂସା, ଦ୍ୱେଷ ଭାବ ତେଜି
ଆଶା ଓ ବିଶ୍ବାସ ତେଇଶି ରଖିବ
  ନିଜର ସୁ କୀର୍ତ୍ତି ରାଜି।
କରୁଛୁ ସ୍ଵାଗତ ଆହେ! ନବାଗତ
  ତୁମ ପଦାର୍ପଣେ ଧରା
ହେଉ ଆଲୋକିତ ଆନଂଦ ଉଲ୍ଲାସେ
   ବିଚ୍ଛୁରିତ ନବ ଧାରା।

ମୁକୁନ୍ଦ ପୁର, ଆସ୍କା, ଗଞ୍ଜାମ

Related posts

ଦେବୀ ପ୍ରସାଦ ମିଶ୍ର ଙ୍କ କବିତା = ଗୋଟିଏ ସନେଟ୍ ନାରୀ ପାଇଁ

Sunil Chandra Nayak

କବିତା ସାହୁ   ଙ୍କ କବିତା // ଶିବରାତ୍ରୀ ଉଜାଗର 

Sunil Chandra Nayak

ସରୋଜ କୁମାର ସାହୁ ଙ୍କ କବିତା // ମଧୁ ରାତି

Sunil Chandra Nayak

Leave a Comment

error: Content is protected !!