ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପୋଲିସ ଗାଡି ଧକ୍କାରେ ଆଦିବାସୀ ମହିଳାଙ୍କ ମୃତ୍ୟୁ ଘଟଣା , କଳାହାଣ୍ଡି ଏସ୍ ପି ଓ ପୋଲିସ ଡିଜିଙ୍କୁ ନୋଟିସ ଜାରି କଲେ ଏନ୍,ଏଚ୍,ଆର,ସି

ଭବାନୀପାଟଣା:୩୧/୧୨ – ୧ ଜୁଲାଇ ୨୦୨୨ ରଥଯାତ୍ରା ଅବସରରେ ନିଜ ଝିଅ ଘରକୁ ଯାଇଥିବା ସମୟରେ କନ୍ଦାଗଡ ଗାଁ ର କୃଷ୍ଣଚନ୍ଦ୍ର ମାଝୀଙ୍କ ମୋଟର ସାଇକଲକୁ ଭୂର୍ଷାଗୁଡା ଛକରେ ଧକ୍କା ଦେଇଥିଲା ଆମପାଣି ଥାନାର ପୋଲିସ ଗାଡି ଯାହାର ନମ୍ବର 0D.05.Y. 4881। ଏହି ଘଟଣାରେ କୃଷ୍ଣଚନ୍ଦ୍ର ଙ୍କ ପତ୍ନୀ କିଆମାଝୀ ମୃତ୍ୟୁବରଣ କରିଥିବା ବେଳେ କୃଷ୍ଣଚନ୍ଦ୍ର ଓ ତାଙ୍କ ଝିଅ ଗୁରୁତର ଆହତ ହୋଇଥିଲେ। ଏହି ଘଟଣା ବାବଦରେ ୩୦ ଡିସେମ୍ବର ୨୦୨୨ ରେ କଳାହାଣ୍ଡି ଆରକ୍ଷୀ ଅଧିକ୍ଷକ ଓ ଓଡିଶା ପୋଲିସ ମହାନିର୍ଦ୍ଦେଶକ ଙ୍କୁ ନୋଟିସ ଜାରିକରି ୪ ସପ୍ତାହ ମଧ୍ୟରେ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଜାତୀୟ ମାନାଧିକାର କମିଶନ।

୧ ଜୁଲାଇ ୨୦୨୨ ରେ ଏହି ଘଟଣା ଘଟିବା ପର ଦିନ ୨ ଜୁଲାଇ ୨୦୨୨ ରେ ମାନବ ଅଧିକାର କର୍ମୀ ଦିଲ୍ଲୀପ କୁମାର ଦାସ ମାନବ ଅଧିକାର କମିଶନଙ୍କ ନିକଟରେ ଅଭିଯୋଗ ଦାଖଲ କରି ସମ୍ପୃକ୍ତ ପୋଲିସ କର୍ମଚାରୀଙ୍କ ବିରୁଦ୍ଧରେ ହତ୍ଯା ମାମଲା ରୁଜୁ କରିବା ସହିତ ପୀଡିତ କୃଷ୍ଣଚନ୍ଦ୍ର ମାଝୀ ଙ୍କ ପରିବାର କୁ କ୍ଷତିପୂରଣ ଦେବା ପାଇଁ ନିର୍ଦ୍ଦେଶ ଦେବାକୁ କମିଶନଙ୍କ ନିକଟରେ ଦାବି ରଖିଥିଲେ। ଏହି ଅଭିଯୋଗକୁ କେସ ନମ୍ବର ୩୨୫୦/୧୮/୬/୨୦୨୨ ଭାବରେ ପଞ୍ଜିକରଣ କରି ମାନବ ଅଧିକାର କମିଶନ ଉପରୋକ୍ତ ନୋଟିସ ଜାରି କରି ୪ ସପ୍ତାହ ମଧ୍ୟରେ ରିପୋର୍ଟ ତଲବ କରିଥିବା ଜଣାପଡିଛି।

ମସିହା ନିଉଜ ସର୍ଭିସ୍ 

Related posts

ଜାତୀୟ କୃମନାଶକ ଦିବସ ନିମନ୍ତେ କୃମି ନାଶକ ବଟିକା ସେବନ କାର୍ଯ୍ୟକ୍ରମ 

Sunil Chandra Nayak

ବ୍ରହ୍ମପୁର ଆଇଟିଆଇ ସମ୍ମୁଖରେ ବିଜୁ ବାବୁଙ୍କ ପ୍ରତିମୂର୍ତ୍ତିରେ ଭଙ୍ଗାରୁଜା – ତୁରନ୍ତ ମରାମତି ଦାବି

Sunil Chandra Nayak

ବିଦ୍ୟାର୍ଥୀ ସମ୍ବର୍ଦ୍ଧନା ସମାରୋହ କଠିନ ପରିଶ୍ରମ ହିଁ ସଫଳତାର ଚାବିକାଠି…

masiha

Leave a Comment

error: Content is protected !!