ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
କ୍ରୀଡ଼ା

ଲଗାତାର ୨ୟ ଥର ବିଜୟ ର ମୁକୁଟ ପିନ୍ଧିଲା କନ୍ତିଓ ପୁଟସାହି

କାମାକ୍ଷାନଗର (ମ ନି ସ) ୨/୧୨_ପରଜଙ୍ଗ ବ୍ଲକ ସାଆନ୍ଦା ପଞ୍ଚାୟତ ତଳବେରଣା ଗ୍ରାମ ବିଶ୍ୱଭାରତୀ ଦ୍ଵାରା ଆୟୋଜିତ କ୍ରିକେଟ ଟୁର୍ଣ୍ଣlମେଣ୍ଟ ଶନିବାର ରେ ଉଦଯାପିତ ହୋଇଛି । ଫାଇନାଲ ମ୍ୟାଚ୍ ଉଡସିଙ୍ଗା ଓ କନ୍ତିଓ ପୁଟସାହି ମଧ୍ୟରେ ହୋଇଥିଲା ।ପ୍ରଥମେ କନ୍ତିଓ ପୁଟସାହି ବ୍ୟାଟିଂ କରି ନିର୍ଦ୍ଧାରିତ ୧୬ ଓଭର ରେ ୧୮୬ ରନ୍ କରିଥିଲା। ଜବାବରେ ଓଡାସିଙ୍ଗା ୧୫ଓଭର ତିନୋଟି ବଲ୍ ୧୪୫ ରନ୍ ରେ ଅଲଆଉଟ୍ ହୋଇଯାଇଥିଲେ ଓ ଏହି ମ୍ୟାଚ୍ କନ୍ତିଓ ପୁଟ ସାହିର ଚନ୍ଦନ ରେ ଶତକ ପାଳି ଖେଳିଥିଲେ। ଉଦଯାପନୀ ଉତ୍ସବ ରେ ମୁଖ୍ୟ ଅତିଥି ଭାବେ ସାଆନ୍ଦା ଗ୍ରାମ ପଞ୍ଚାୟତ ର ସରପଞ୍ଚ ଜୟନ୍ତୀ ଦାସ , ସମ୍ମାନିତ ଅତିଥି ଭାବେ ସାଆନ୍ଦା ମହାବିଦ୍ୟାଳୟ ର ଅଧ୍ୟାପକ ଶିଶିର କୁମାର ପଣ୍ଡା ଓ ସାଆନ୍ଦା ପଞ୍ଚାୟତ ର ସମିତି ଅଧ୍ୟକ୍ଷା ସୁଲୋଚନା ବେହେରା ପହଞ୍ଚି ଉଭୟ ଦଳ କୁ ପୁରସ୍କୁତ କରିଥିଲେ । ବନବିହାରି ପଣ୍ଡା ଓ ବନଜା ପ୍ରସାଦ ପଣ୍ଡା ଧାରା ବିବରଣୀ ପ୍ରଦାନ କରିଥିଲେ। ଏହି ମ୍ୟାଚ୍ କୁ ପରିଚାଳନା କରିଥିଲେ ମଳୟ ସାହୁ ଓ ଅମରେଶ୍ ପଣ୍ଡା l ଟୁର୍ଣ୍ଣlମେଣ୍ଟ କୁ ସୁଚାର ରୂପେ ପରିଚାଳନା କରିଥିଲେ ବିଶ୍ୱଭାରତୀ ର ସମ୍ପାଦକ ରାକେଶ ପଣ୍ଡା ଓ ମହେଶପଣ୍ଡା l

କାମାକ୍ଷାନଗରରୁ ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

ରାଜପୁର ସ୍କୁଲରେ ରାଣୀଲଷ୍ମୀବାଇ ପ୍ରଶିକ୍ଷଣ ଶିବିର

masiha

କୁଜଙ୍ଗ ବ୍ଲକର ପଙ୍କପାଳ ଠାରେ ବିକାଶ ମେମୋରିଆଲ କ୍ରିକେଟ ଟୁର୍ନାମେଣ୍ଟ ଅନୁଷ୍ଠିତ

Sunil Chandra Nayak

33 ତମ ଦେବେନ୍ଦ୍ର ମେମୋରିଆଲ କ୍ରିକେଟ ଟୁର୍ନାମେଣ୍ଟ 

masiha

Leave a Comment

error: Content is protected !!