ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନାମ ସଙ୍କିର୍ତ୍ତନ ସହିତ ଧୁମଧାମରେ ନୂଆବର୍ଷ ପାଳିଲେ ଗ୍ରାମବାସୀ

ବାଲେଶ୍ଵର,୦୩/୦୧/୨୨- ହରିନାମ ସଂକିର୍ତ୍ତନରେ ଦୁଲୁକିଲା ଗ୍ରାମ, ବହୁ ଆଡମ୍ବରରେ ଇଂରାଜୀ ନୂଆବର୍ଷ ପାଳନ କଲେ ଗ୍ରାମବାସୀ । ଏମିତି ଏକ ଦୃଶ୍ୟ ଦେଖିବାକୁ ମିଳିଛି ବାଲେଶ୍ଵର ଜିଲ୍ଲା ଖଇରା ବ୍ଲକ ଡାଲଙ୍ଗ ପଞ୍ଚାୟତ ଡାଲଙ୍ଗ ଗ୍ରାମରେ । ପ୍ରତ୍ୟେକ ବର୍ଷ ହରିନାମ ସଂକିର୍ତ୍ତନ ସହିତ ବିଭିନ୍ନ ସାଜସଜ୍ଜା ଓ ଆଲୋକ ମାଳାରେ ଗ୍ରାମର କୀର୍ତ୍ତନ ମଞ୍ଚ ମୁଖରିତ ହୋଇଉଠିଥାଏ । ମାତ୍ର ସରକାରଙ୍କ କୋଭିଡ କଟକଣା ଯୋଗୁଁ ୨ ବର୍ଷ ବନ୍ଦ ଥିଲା । ଇଂରାଜୀ ନୂଆବର୍ଷ ପୂର୍ବଦିନରୁ ଆରମ୍ଭ ହୋଇ ୪ଦିନ ଧରି ହରିନାମ ସଂକିର୍ତ୍ତନ ଓ ଅଷ୍ଟମ ପ୍ରହରୀ ନାମଯଜ୍ଞରେ ଗ୍ରାମ ଦୁଲୁକିଥାଏ । ସମସ୍ତ ଗ୍ରାମବାସୀ ଏଥିରେ ପୂର୍ଣ୍ଣ ସହଯୋଗ କରିଥାନ୍ତି । ପ୍ରତ୍ୟେକ ବର୍ଷ ବିଭିନ୍ନ ସଂକିର୍ତ୍ତନ ମଣ୍ଡଳୀ ଦ୍ବାରା ୪ ଦିନ ଧରି ପାଳନ ହେଉଥିବା ଇଂରାଜୀ ନୂଆବର୍ଷକୁ ଉପଭୋଗ କରିବା ପାଇଁ ଶହ ଶହ ଦର୍ଶକଙ୍କ ଗହଳି ଲାଗିଥାଏ । ଏଥର ୪ ଗୋଟି ଦଳ ଯଥା- ଡାଲଙ୍ଗ ତୋଷିକାନ୍ତ ପାଢୀଙ୍କ ଦଳ, ରଫାୟତପୁର ବିଦ୍ୟାଧର ସାହୁଙ୍କ ଦଳ , ଜ‍ହ୍ନିଆପଦା ମହେଶ୍ୱର ଓଝାଙ୍କ ଦଳ ଓ ଝାଟିଆ ରବି ପୁଥାଳଙ୍କ ଦଳ ସାମିଲ ହୋଇଥିଲେ । ହେଲେ ସବୁଠାରୁ ଆଗରେ ଓ ଚର୍ଚ୍ଚାରେ ଥିଲା ରଫାୟତପୁର ବିଦ୍ୟାଧର ସାହୁଙ୍କ ଦଳ । ଏହି ଷୋଡ଼ଶ ପ୍ରହରୀ ନାମ ସଂକୀର୍ତ୍ତନ ଓ ଗୀତି ନାଟ୍ଯ ସାଙ୍ଗକୁ ବିଭିନ୍ନ ପ୍ରକାରର ସାଜସଜା ଓ ଭଳିକି ଭଳି ଲାଇଟ୍ ଏବଂ ବାଦ୍ୟ ଯନ୍ତ୍ର ଦର୍ଶକ ମାନଙ୍କୁ ବେଶ୍ ଆକର୍ଷିତ କରିଥିଲା । ଦୀର୍ଘ ୨୪ ବର୍ଷ ଧରି ଏଭଳି ଢଙ୍ଗରେ ଡାଲଙ୍ଗ ଗ୍ରାମବାସୀ ମାନେ ଇଂରାଜୀ ନୂଆବର୍ଷ ପାଳନ କରି ଆସୁଥିବାରୁ ସମ୍ପୃକ୍ତ ଅଞ୍ଚଳବାସୀ ଗ୍ରାମବାସୀଙ୍କୁ ବହୁ ପ୍ରଶଂସା କରିଛନ୍ତି । ଏହା ବାବା ମାଧବାନନ୍ଦ ଜୀଉଙ୍କ ତତ୍ତ୍ଵାବଧାନରେ ଅନୁଷ୍ଠିତ ହୋଇଥିଲା । ପ୍ରତ୍ୟେକ ଦିନ ଶହ ଶହ ଲୋକ ହରିନାମ ସଂକିର୍ତ୍ତନରେ କିଛି ସମୟ ମଜ୍ଜି ରହିଥାନ୍ତି ଏବଂ ଶେଷରେ ପ୍ରସାଦ ସେବନକରି ଘରକୁ ଫେରିଥାନ୍ତି ଯାହା ଏଥର ଦେଖିବାକୁ ମିଳିଥିଲା । ୨ ବର୍ଷ ବନ୍ଦ ଥିବାରୁ ଏବର୍ଷ ପ୍ରାୟ ୬ ହଜାରରୁ ଉର୍ଦ୍ଧ୍ବ ଭକ୍ତଙ୍କ ସମାବେଶ ହୋଇଥିବାର ପରିଲକ୍ଷିତ ହୋଇଥିଲା ।।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ଗାନ୍ଧିଜୀ ଏବଂ ଶାସ୍ତ୍ରିଜୀଙ୍କ ଜନ୍ମତିଥି ପାଳନ କଲା ଢେଙ୍କାନାଳ ଥିଙ୍କର୍ସ ଫୋରମ 

Sunil Chandra Nayak

ଭୁବନେଶ୍ୱରରେ ସମ୍ମାନିତ ହେଲେ ଖଇରା ବ୍ଲକ୍ ସମାଜସେବୀ

masiha

ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର, ଖଡ଼ିଆଳ ଠାରେ ଗୁରୁ ଦିବସ ପାଳନ

masiha

Leave a Comment

error: Content is protected !!