ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଅବସରପ୍ରାପ୍ତ ପୋଲିସ ଅଫିସରଙ୍କ ତରଫରୁ ବୁଦ୍ଧିଜିବୀ ସମ୍ମେଳନ

ରାଉରକେଲା/ଅବସର ପରେ ନିଜ ଶରୀର ଓ ସଂଚିତ ଅର୍ଥକୁ ସୁରକ୍ଷିତ ରଖିଲେ ଅବଶିଷ୍ଟ ଜୀବନ ନିରାମୟ ଓ ସୁଖମୟ ହୋଇପାରିବ ” ବୋଲି ରାଉରକେଲା ଅବସରପ୍ରାପ୍ତ ପୋଲିସ ଅଫିସର୍ସ କଲ୍ୟାଣ ଆସୋସିଏସନ ତରଫରୁ ଆୟୋଜିତ ବୁଦ୍ଧିଜୀବି ସମ୍ମେଳନରେ ମୁଖ୍ୟଅତିଥି ଭାବେ ଯୋଗ ଦେଇଥିବା ବିଶିଷ୍ଟ ଅର୍ଥନୈତିଜ୍ଞ ପ୍ରଫେସର ଶଙ୍କର ପ୍ରସାଦ ତ୍ରିପାଠୀ ପ୍ରକାଶ କରିଥିଲେ l ରାଉରକେଲା କଳିଙ୍ଗବିହାରର ଉମାଶଙ୍କର ପୀଠର ସମ୍ମେଳନ କକ୍ଷରେ ଆୟୋଜିତ ହୋଇଥିବା ଏହି ବୁଦ୍ଧିଜିବୀ ସମ୍ମେଳନରେ ପ୍ରଫେସର ତ୍ରିପାଠୀ ଅବସର ପରେ ନିଜ ନିଜର ସ୍ୱାସ୍ଥ୍ୟର ଯତ୍ନ ରଖିବା ସହ ସମାଜ ପ୍ରତି ଅଙ୍ଗୀକାରବଦ୍ଧତା ବଜାୟ ରଖିବାକୁ ଆହ୍ୱାନ ଦେଇଥିଲେ l ସମ୍ମାନିତ ଅତିଥି ହିସାବରେ ଇସ୍ପାତ ସାହିତ୍ୟ ସଂସଦର ସଂପାଦକ ବିଶିଷ୍ଟ କବି ନୃସିଂହ ଚରଣ ବିଶ୍ୱାଳ ସମାଜରେ ବରିଷ୍ଠ ନାଗରିକ ମାନଙ୍କ ସହ ଘଟୁଥିବା ଘଟଣାକୁ କବିତା ମାଧ୍ୟମରେ ପ୍ରକାଶ କରି ଏକ ସଚେତନତାର ବାର୍ତ୍ତା ପ୍ରଦାନ କରିଥିଲେ l ଅବସରପରେ ନିଜର ସଂଚିତ ଅର୍ଥକୁ ସୁଚିନ୍ତିତ ଉପାୟରେ ସୁବିନିଯୋଗ କରିବା ପାଇଁ କୋଟକ ମହିନ୍ଦ୍ରା ଲାଇଫ ଇନ୍ସୁରାନ୍ସ କମ୍ପାନୀର ଶାଖା ପରିଚାଳକ ଅମୀୟ ମଲ୍ଲିକ ବିସ୍ତୃତ ଆଲୋଚନା କରିଥିଲେ l ସାଧାରଣ ସମ୍ପାଦକ ଡ଼କ୍ଟର ସୁମନ ଦତ୍ତ ସଭା ପରିଚାଳନା କରିବା ସହ ଆସୋସିଏସନର ଆଭିମୁଖ୍ୟ, ଆଗାମୀ କାର୍ଯ୍ୟକ୍ରମ ବିଷୟରେ ବିସ୍ତୃତ ଆଲୋଚନା କରି ରାଉରକେଲାକୁ ଗୌରାବାନ୍ୱିତ କରୁଥିବା ହକି ବିଶ୍ୱକପ ସମୟରେ ପ୍ରଶାସନକୁ ସମ୍ପୂର୍ଣ୍ଣ ସହଯୋଗ କରିବାକୁ ଆହ୍ୱାନ ଦେଇଥିଲେ l ଆସୋସିଏସନର ସଭାପତି ବିଶ୍ୱମୋହନ ପଟ୍ଟନାୟକ ସଭାରେ ସଭାପତିତ୍ୱ କରି ସମସ୍ତଙ୍କୁ ନୂଆବର୍ଷର ଶୁଭକାମନା ଜଣାଇଥିଲେ l ଉପ ସଭାପତି ରଞ୍ଜିତ କୁମାର ଭୋଇ ଆସୋସିଏସନର ପଞ୍ଜିକରଣ କରି ଏକ ନିଜସ୍ୱ ଅଫିସଗୃହ ପାଇଁ ରାଉରକେଲା ଇସ୍ପାତ କାରଖାନା କର୍ତ୍ତୃପକ୍ଷଙ୍କୁ ଅନୁରୋଧ କରିବା ପାଇଁ ପ୍ରସ୍ତାବ ଦେଇଥିଲେ l ଅନ୍ୟମାନଙ୍କ ମଧ୍ୟରେ କୀର୍ତ୍ତନ ଚରଣ ସାମଲ, ବାବାଜୀ ଚରଣ ବେହେରା, ପିତାମ୍ବର ପଣ୍ଡା, ଗୋଲଖ ଚନ୍ଦ୍ର ସେନାପତି, ନାରାୟଣ ଦଳାଇ,, ପିତାମ୍ବର କୁଅଁର, ଭରତ ରାଉତ, ମଦନ ମୋହନ ନାୟକ, ପ୍ରମୋଦ କୁମାର ବେହେରା, ଶରତ ଚନ୍ଦ୍ର ରାଉତରାୟ, ଅଭୟ କୁମାର ଦାସ, ବସନ୍ତ ଜେନା, ବେଣୁଧର ମଲ୍ଲ,ରବିନାରାୟଣ ଜେନା, ରାଜକିଶୋର ଜେନା ଓ ଅନ୍ୟମାନେ ଯୋଗ ଦେଇ ସମାଜର ଉନ୍ନତିକଳ୍ପେ ଅନ୍ୟାନ୍ୟ କାର୍ଯ୍ୟକ୍ରମ ହାତକୁ ନେବାକୁ ମତ ପ୍ରକାଶ କରିଥିଲେ l ଶେଷରେ ଶ୍ରୀନିବାସ ଦାସ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ l

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

Related posts

ମେଗା ରକ୍ତଦାନ ଶିବିର ଅନୁଷ୍ଠିତ, ୬୩ ୟୁନିଟ୍ ରକ୍ତ ସଂଗ୍ରହ

masiha

ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ଆଇନ ସଚେତନତା ଶିବିର 

Sunil Chandra Nayak

Youth Icon of India:Ashirbad Mahapatra(Anup).

Sunil Chandra Nayak

Leave a Comment

error: Content is protected !!