ଭବାନୀ ପାଟଣା -: କଳାହାଣ୍ଡି ଜିଲ୍ଲାର ଜଣେ କର୍ତ୍ତବ୍ୟରତ ସାମ୍ବାଦିକ ରୋହିତ ବିଶ୍ଵାଳ ମାଓବାଦୀଙ୍କ ଲ୍ୟାଣ୍ଡ ମାଇନ ବିସ୍ଫୋରଣରେ ଶହୀଦ ହୋଇଯାଇଛନ୍ତି। ଶହୀଦ ସାମ୍ବାଦିକଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଉଦ୍ଦେଶ୍ୟରେ ଗତ କାଳି ସନ୍ଧ୍ୟା ରେ କଳାହାଣ୍ଡି ସାମ୍ବାଦିକ ସମୁହ ପକ୍ଷରୁ ଏକ କ୍ୟାଣ୍ଡେଲ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା । ଏହା ଭବାନୀପାଟଣା ସ୍ଥିତ ଷ୍ଟାଚୁ ଛକ ଠାରୁ କ୍ୟାଣ୍ଡେଲ ଶୋଭାଯାତ୍ରା ବାହାରି ଗାନ୍ଧୀଛକ ରେ ଶେଷ ହୋଇ ଥିଲା ।
ଏଥିରେ ଭାଗ ନେଇଥିବା ବରିଷ୍ଟ ସାମ୍ବାଦିକ ମାନେ ରୋହିତ ଙ୍କ ପରିବାର କୁ ଉଚିତ୍ ଥଇଥାନ କରିବା ସହ ଅନ୍ୟୁନ ୫୦ ଲକ୍ଷ୍ୟ ଅନୁକମ୍ପା ରାଶି ପ୍ରଦାନ କରିବାକୁ ରାଜ୍ୟ ସରକାର ଙ୍କ ନିକଟ ରେ ଦାବୀ କରିଥିଲେ ।
ସେହିପରି ସହିଦ୍ ସାମ୍ବାଦିକ ରୋହିତ ବିଶ୍ଵାଳ ଙ୍କ ସ୍ମୃତି ଓ ଶ୍ରଧାଞଳୀ ପାଇଁ ମ, ରାମପୁର ଠାରେ ସାମ୍ବାଦିକ ଓ ବୁଦ୍ଧିଜୀବୀ ଙ୍କୁ ନେଇ ଏକ କ୍ୟାଣ୍ଡେଲ ଶୋଭା ଯାତ୍ରା ଏବଂ ଶୋକ ସଭା କରାଯାଇ ମୃତ ସାମ୍ବାଦିକ ଙ୍କୁ ଶହୀଦ୍ ଘୋଷଣା କରିବା ସହ ତାଙ୍କ ପରିବାର କୁ ସମସ୍ତ ସୁବିଧା ଯୋଗାଇ ଦେବା ପାଇଁ ଦାବି କରାଯାଇ ଥିଲା। ଭବାନୀ ପାଟଣା ରୁ କିସନ ଶର୍ମା