ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସଞ୍ଚାର ବାୟକ ସଦନ ପ୍ରଗଣିଆଙ୍କୁ ‘କଳାହାଣ୍ଡି ବରପୁତ୍ର ସମ୍ମାନ ୨୦୨୩’ ରେ ସମ୍ମାନିତ କରିବାକୁ ବିଭିନ୍ନ ଅନୁଷ୍ଠାନ ତରଫରୁ ଅନୁରୋଧ

ରୁପ୍ରା, ୪/୧ (ମନିସ ) : କଳାହାଣ୍ଡି ଜିଲ୍ଲା ନର୍ଲାବ୍ଲକ୍ ଗିଗିନା ଗ୍ରାମ ପଞ୍ଚାୟତ ଅଧିନ ସିନାଙ୍ଗ ଗ୍ରାମର ବାସିନ୍ଦା ହେଉଛନ୍ତି ସଦନ ପ୍ରଗଣିଆ। ସଦନ କମ୍ ଶିକ୍ଷିତ ହୋଇଥିଲେ ମଧ୍ୟ କଳା କ୍ଷେତ୍ରରେ ବେସ୍ ସଫଳତା ହାସଲ କରି ପାରିଛନ୍ତି। ପଶ୍ଚିମ ଓଡ଼ିଶାର ଲୁପ୍ତପ୍ରାୟ ସାଂସ୍କୃତିକ ସମ୍ପଦ ସଞ୍ଚାର କଳାକୁ ଲୋକପ୍ରିୟ ତଥା ଉଜ୍ଜୀବିତ ରଖିବା ସହ ଅନେକ ମଞ୍ଚରେ ନିଜର କଳା ପରିବେଷଣ କରି ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରି ପାରୁଛନ୍ତି। ନିଜର ପିତା ସ୍ୱର୍ଗତ ଲଛମନ ପ୍ରଗଣିଆ ଯିଏକି ଏକାଧାରରେ ଗୀତିକାର, ଜ୍ୟୋତିଷଶାସ୍ତ୍ର ବିଶାରଦ ତଥା କବି ଭାବରେ ଅଞ୍ଚଳରେ ବେଶ୍ ପରିଚିତ ଥିଲେ। ନିଜ ପିତାଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ୧୯୮୬ ମସିହାରୁ ତାଙ୍କ ଠାରୁ ଶିକ୍ଷା ଲାଭ କରି ଜଣେ ସୁନାମଧନ୍ୟ ସଞ୍ଚାର ବାୟକ ରୁପେ ପଶ୍ଚିମ ଓଡ଼ିଶାରେ ଅନେକ ଖ୍ୟାତି ଅର୍ଜନ କରିଛନ୍ତି। ସେଥିପାଇଁ ରାଜ୍ୟ ସ୍ତରରେ ଭୁବନେଶ୍ବର, ସମ୍ବଲପୁର ତଥା ଜିଲ୍ଲା ମଧ୍ୟରୁ ବହୁତ ଅନୁଷ୍ଠାନ ପକ୍ଷରୁ ସମ୍ମାନୀତ ହୋଇଛନ୍ତି। ସେହିପରି ୨୦୨୨ – ୨୩ ରେ ବରଗଡ଼ ଠାରେ ଅନୁଷ୍ଠିତ ହେଉଥିବା ୭୫ତମ ଧନୁଯାତ୍ରା ମହୋତ୍ସବର ହୀରକ ଜୟନ୍ତୀ ଅବସରରେ ସଞ୍ଚାର ବାୟକ ଭାବରେ ଉକ୍ତ ମଞ୍ଚରେ ସଦନ ପ୍ରଗଣିଆଙ୍କୁ ସମ୍ମାନିତ କରାଯାଇଛି। କଳାହାଣ୍ଡି ଜିଲ୍ଲା ସଂସ୍କୃତି ପରିଷଦ ଭବାନୀପାଟଣା ତରଫରୁ ମଧ୍ୟ DWO କଳାହାଣ୍ଡିଙ୍କୁ ସଞ୍ଚାର ବାୟକ ସଦନ ପ୍ରଗଣିଆଙ୍କୁ ‘କଳାହାଣ୍ଡି ବରପୁତ୍ର ସମ୍ମାନ’ ରେ ସମ୍ମାନିତ କରିବାକୁ ପତ୍ର ଲେଖିଥିବା ଜଣାପଡିଛି। ଏଣୁ କଳାହାଣ୍ଡି ଉତ୍ସବ ଘୁମୁରା ଅବସରରେ ସଞ୍ଚାର ବାୟକ ସଦନ ପ୍ରଗଣିଆଙ୍କୁ କଳାହାଣ୍ଡି ବରପୁତ୍ର ସମ୍ମାନରେ ସମ୍ମାନିତ କରିବାକୁ ବିଭିନ୍ନ ଅନୁଷ୍ଠାନ ତରଫରୁ ଅନୁରୋଧ ହେଉଛି।

ରୁପ୍ରା ରୁ ପ୍ରଦୀପ ସେନାପତି ଙ୍କ ରିପୋର୍ଟ 

Related posts

ପଞ୍ଚଭୂତରେ ବିଲୀନ ହେଲେ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ, ମୁଖାଗ୍ନି ଦେଲେ ପୁଅ ଵିଶାଳ

Sunil Chandra Nayak

ବିଞ୍ଝୁଆ ଗ୍ରାମର ବିବି କ୍ଲବ ତରଫରୁ ପୁଲଓ୍ବାମାର ଶହୀଦ ମାନଙ୍କୁ ଶ୍ରଦ୍ଧାଞ୍ଜଳୀ

Sunil Chandra Nayak

୯ମ ଇଣ୍ଡିଆ ହେଲ୍‌ଥ ଆଣ୍ଡ ୱେଲନେସ୍ ଆଓ୍ବାର୍ଡସ୍ ୨୦୨୪ ରେ ଉତ୍କଳ ହସପିଟାଲ ସମ୍ମାନିତ

masiha

Leave a Comment

error: Content is protected !!