ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମେଦିନୀପୁର ଠାରେ ପଞ୍ଚାୟତ ସ୍ତରୀୟ କଳାହାଣ୍ଡି ଉତ୍ସବ ଘୁମୁରା -୨୦୨୩ ପାଳିତ

ଭବାନୀପାଟଣା.:- ଭବାନୀପାଟଣା ବ୍ଲକ ଅନ୍ତର୍ଗତ ମେଦିନୀପୁର ଗ୍ରାମ ରେ ପଞ୍ଚାୟତ ସ୍ତରୀୟ କଳାହାଣ୍ଡି ଉତ୍ସବ ଘୁମୁରା 2023 ପାଳିତ ହୋଇ ଯାଇଛି। ଗ୍ରାମ ପଞ୍ଚାୟତ ସରପଞ୍ଚ ଗୌରୀ କୁମାର ମିଶ୍ର ଙ୍କ ଅଧକ୍ଷତା ରେ ଆୟୋଜିତ ଉକ୍ତ ଉତ୍ସବ ରେ ମୂଖ୍ୟ ଅତିଥି ଭାବେ ପ୍ରକୃତି ବନ୍ଧୁ ମେଦିନୀପୁର ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ତଥା ଜିଲ୍ଲାସ୍ତରୀୟ କଳାହାଣ୍ଡି ଉତ୍ସବ ଘୁମୁରା -୨୦୨୩ ଅଭ୍ୟର୍ଥନା ଉପ କମିଟୀ ର ସହ ଅଧ୍ୟକ୍ଷ ପ୍ରଦୀପ କୁମାର ସାହୁ ଯୋଗଦାନ କରି କଲାହାଣ୍ଡି ଉତ୍ସବ ର ସୁଦୂର ପ୍ରସାରୀ ଲକ୍ଷ – ବୀରମାଟି କଲାହାଣ୍ଡି ର ଐତିହ୍ୟ -ସଂସ୍କୃତି ଓ ପରମ୍ପରା ର ଗାଥା ଉପସ୍ଥାପନ କରିଥିଲେ ।

ଉକ୍ତ ଉତ୍ସବରେ ବିଭିନ୍ନ ପ୍ରତିଯୋଗିତା ମାନ ଅନୁଷ୍ଠିତ କରାଯାଇଥିଲା ଯଥା ଝୋଟି , ମୁରୁଜ , ଗୀତ-ସଂଙ୍ଗିତ , ହୁଳହୁଳି । ଅନ୍ୟାନ୍ୟ ଅତିଥି ମାନଙ୍କ ମଧ୍ୟରେ ସମାଜ ସେବି ଆଶିଷ କୁମାର ପଣ୍ଡା ,ଶୁଶାନ୍ତ କୁମାର ବଣିଆ, ଦେବେନ୍ଦ୍ର କୁମାର ସାହୁ ପ୍ରମୁଖ ଯୋଗଦାନ ଦେଇ କାର୍ଯ୍ୟକ୍ରମ କ୍ରମକୁ ସାଫଲ୍ୟ କରିଥିଲେ । କାର୍ଯ୍ୟକ୍ରମ ଶେଷ ରେ କୃତି ପ୍ରତିଯୋଗି ମାନଙ୍କୁ ମୁଖ୍ୟଅତିଥି ପୁରସ୍କାର ବିତରଣ କରିଥିଲେ । ଲକ୍ଷ୍ମୀ ପ୍ରିୟା ଦାଶ , ସୁନ୍ଦର ନାଏକ , ସୂର୍ଯ୍ୟକାନ୍ତ୍ ମିଶ୍ର , ନବୀନ କୁମାର ଗଉଡ ପ୍ରମଖ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ ଜିଆରଏସ୍‌ ଦେବେନ୍ଦ୍ର ବାବୁ ଧନ୍ୟବାଦ୍ ଅର୍ପଣ କରିଥିଲେ ।

ମସିହା ନିଉଜ ସର୍ଭିସ୍ 

Related posts

ଅତିରିକ୍ତ ଜିଲ୍ଲାପାଳ ରାମେଶ୍ୱର ପ୍ରଧାନଙ୍କ କୋଲନରା ତହସିଲ ପରିଦର୍ଶନ

masiha

ତେଣ୍ଡରା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ବାର୍ଷିକ ଉତ୍ସବ 

masiha

ଜାତୀୟ ହାମରା ବଲ୍ ଚମ୍ପିୟାନ ସିପରେ ବିଶ୍ବଜିତ୍ ସାହୁ

masiha

Leave a Comment

error: Content is protected !!