ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସାବିତ୍ରୀ ବାଈ ଫୁଲେଙ୍କ ଜନ୍ମ ଦିବସ ପାଳିତ

ନର୍ଲା :(ମନୀସ)କେସିଙ୍ଗା ବ୍ଳକ ଅନ୍ତର୍ଗତ ନିମଗାଁ ଠାରେ ନାଗରିକ ବିକାଶ ସଂଗଠନ ପକ୍ଷରୁ ସ୍ଵର୍ଗତ ରାଷ୍ଟ୍ରମାତା ସାବିତ୍ରୀବାଈ ଫୁଲେଙ୍କ ଜନ୍ମ ଦିବସ ପାଳିତ ହୋଇଯାଇଛି। ମହିଳା ମାନେ କିପରି ସମାଜର ବହୁବିଧ ଉନ୍ନତିରେ ନିଜକୁ ସାମିଲ କରି ପାରିବେ ଏବଂ ସମଗ୍ର ଭାରତ ବର୍ଷରେ ସର୍ବାଙ୍ଗୀନ ଉନ୍ନତି ପଥେ ନିଜକୁ ଉଚ୍ଚ ପ୍ରତିଷ୍ଠିତ କରି ପାରିବେ ତାହା ଥିଲା ମୁଖ୍ୟ ଆଲୋଚନା ପ୍ରସଙ୍ଗ। ଏ‌ହି ଅବସରରେ ସାବିତ୍ରୀ ବାଈ ଫୁଲେଙ୍କ ଜୀବନକୁ ଆଧାର କରି ତାଙ୍କର କାର୍ଯ୍ୟକଳାପ ଉପରେ ଆଲୋଚନା ହୋଇଥିଲା। ଏଥିରେ ଉର୍ମୀ ସଭ୍ୟା ଅହଲ୍ୟା ସାହୁ, ତରୁଲତା ନାଗ,ଦୀପାରାଣୀ ଗଡତିଆ ସର୍ବୋପରି ଗ୍ରାମର ଭଦ୍ର ଲୋକ ଓ ବହୁ ସଂଖ୍ୟାରେ ମହିଳା ମାନେ ଉପସ୍ଥିତ ରହି ସାବିତ୍ରୀ ବାଈ ଫୁଲେଙ୍କ ଜନ୍ମ ଦିବସଟିକୁ ପାଳନ କରିଥିଲେ।

ପ୍ରଦୀପ କୁମାର ଗଉଡ ନର୍ଲା ମସୀହା ପ୍ରତିନିଧି

Related posts

ମା ପାଇଁ ଗଛ ଟିଏ’ କାର୍ଯ୍ୟକ୍ରମ , କଳାହାଣ୍ଡି ଜିଲ୍ଲା ଗ୍ରୀନ ଆର୍ମି କମାଣ୍ଡାଣ୍ଟ ଭାବରେ ମୋହନ ଚରଣ ବିଶି ସମ୍ବର୍ଦ୍ଧିତ

ନର୍ଲା ଇନଡୋର ଷ୍ଟାଡିୟମ ଉଦଘାଟନ ସହ ନର୍ଲାରୁ ଭୁବନେଶ୍ୱର ଯାଏଁ ବସସେବାର ଶୁଭାରମ୍ଭ

masiha

ଉମରକୋଟ ବ୍ଲକ ସେମେଲା ଗ୍ରାମ ପଞ୍ଚାୟତରେ ଡାହାଣୀ ପ୍ରଥା, ଅନ୍ଧବିଶ୍ୱାସ ଓ ତଦଜନିତ ହିଂସା ନିବାରଣ ନିମନ୍ତେ ସଚେତନତା କର୍ମଶାଳା

Sunil Chandra Nayak

Leave a Comment

error: Content is protected !!