ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
କ୍ରୀଡ଼ା

ପଞ୍ଚାୟତ ସ୍ତରୀୟ କ୍ରୀଡା ଉତ୍ସବକୁ ଉଦଘାଟନ କଲେ ବିଧାୟକ 

ବାଲେଶ୍ବର,୦୪/୦୧/୨୩- ବାଲେଶ୍ଵର ଜିଲ୍ଲା ଖଇରା ବ୍ଲକର ବିଭିନ୍ନ ପଞ୍ଚାୟତରେ ବିଶ୍ବ କପ୍ ହକି ପାଇଁ ରାଜ୍ୟ ସରକାରଙ୍କ ଦ୍ବାରା ଆୟୋଜିତ ପଞ୍ଚାୟତ ସ୍ତରୀୟ କ୍ରୀଡା ଉତ୍ସବକୁ ବିଧାୟକ ଜ୍ଯୋତି ପ୍ରକାଶ ପାଣିଗ୍ରାହୀ ମୁଖ୍ୟଅତିଥି ଭାବେ ଯୋଗଦେଇ ଉଦଘାଟନ କରିଛନ୍ତି । ପଞ୍ଚାୟତ ଗୁଡିକ ମଧ୍ୟରେ ମାଖନପୁର, ଗଗନଧୁଳି, ଡଗରପଡା, ଜଳଦା, ଶ୍ଯାମସୁନ୍ଦରପୁର, ଅମରିଆ-ଅଗ୍ନିପୁର ଓ ଗୋଳିହା ଅନ୍ତର୍ଭୁକ୍ତ । ଏହି ପରିପ୍ରେକ୍ଷୀରେ ଶ୍ଯାମସୁନ୍ଦରପୁର ପଞ୍ଚାୟତର ଶ୍ରୀରାମପୁର ଖେଳ ପଡିଆରେ ପଞ୍ଚାୟତ ସ୍ତରୀୟ କ୍ରୀଡ଼ା ଅନୁଷ୍ଠିତ ହୋଇଯାଇଛି । ଏହି ଖେଳରେ ଏମ୍ପିଆର ଓ ରେଫେରି ଥିଲେ ମଧୁସୂଦନ ଯେନା, ଭରତ ମହାରଣା ଓ ଅରୂପାନନ୍ଦ ନାୟକ । ଏଥିରେ ସମ୍ମାନିତ ଅତିଥି ଭାବେ ୫ ନମ୍ବର ଜୋନ ଜିଲ୍ଲାପରିଷଦ ସଦସ୍ୟ ମାନସ ଦାଶ, ସରପଞ୍ଚ ବନିତା ପ୍ରଧାନ, ସମିତିସଭ୍ଯା ବାସନ୍ତୀ ମହାନ୍ତି, ନାଏକ ସରପଞ୍ଚ ସଞ୍ଜିତା ପାଲ ଏବଂ ସମସ୍ତ ୱାର୍ଡ ମେମ୍ବର । ଏହାକୁ ଆୟୋଜନ କରିଥିଲେ ବିଶ୍ବଭୂଷଣ ପ୍ରଧାନ, ମନରଞ୍ଜନ ମୁଦୁଲି, ଶରତ ପରିଡା, ମାନସ ମୁଦୁଲି, ମଦନ ସାହୁ, ସୁଦାମ ସାହୁ, ଉପେନ୍ଦ୍ର ବାରିକ ଓ ଅକ୍ଷୟ ଦାସ । ଏଥିରେ ସମସ୍ତ ଖେଳାଳିଙ୍କୁ ନେଇ ଶିରାଦେବୀ ଓ ଲଙ୍କେଶ୍ବର ନାମରେ ୨ ଗୋଟି ଟିମ୍ ଗଠନ କରାଯାଇଥିଲା । ସମସ୍ତ ଖେଳାଳି ଖୁବ୍ ସୁନ୍ଦର ଖେଳ ପ୍ରଦର୍ଶନ କରିଥିଲେ । ଉକ୍ତ ଖେଳ ଦେଖିବାପାଇଁ ସଂପୃକ୍ତ ଅଞ୍ଚଳରୁ ବହୁ ଦର୍ଶକଙ୍କ ଭିଡ ହୋଇଥିଲା । ପରେ ପରେ ସ୍କୁଲ ଶିକ୍ଷକ, ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀଙ୍କ ଉପସ୍ଥିତ ଖେଳାଳି ମାନଙ୍କୁ ବହୁ ପରିମାଣରେ ଉତ୍ସାହିତ କରିଥିଲା । ଶେଷରେ ଶ୍ରୀରାମପୁର ଗ୍ରାମବାସୀଙ୍କୁ ଇଂରାଜୀ ନୂଆ ବର୍ଷର ଅଭିନନ୍ଦନ ଜଣାଇ ସଭାକାର୍ଯ୍ୟ ସମାପ୍ତ କରାଯାଇଥିଲା ।।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ସିନାପାଲି କ୍ରିକେଟ୍ କପ୍ କାଶୀବାହାଲ କୁ ହରାଇ କରଙ୍ଗାମାଲ ଚମ୍ପିୟାନ 

Sunil Chandra Nayak

କଳାହାଣ୍ଡି କପ ପାଇଁ ନବରଙ୍ଗପୁର କ୍ରିକେଟ ଦଳର କଟକ ଗସ୍ତ

Sunil Chandra Nayak

ଡ଼ୁମାଡ଼ଙ୍ଗର ଠାରେ DPL କ୍ରିକେଟ ଟୁର୍ନାମେଣ୍ଟ  

Leave a Comment

error: Content is protected !!