ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
କ୍ରୀଡ଼ା

ଗଦବା ଗୁଡା ଟି-10 ଟୁର୍ଣ୍ଣାମେଣ୍ଟ ଉଦଯାପିତ: ନବରଙ୍ଗପୁର ଦଳ ଚମ୍ପିୟାନ

ତେନ୍ତୁଳିଖୁଣ୍ଟି-04.01.2023 ଆଜି ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ଦିଗି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଗାଦବା ଗୁଡା ଗ୍ରାମରେ ନବରଙ୍ଗପୁର ଜିଲ୍ଲା ଗଦବା ଗୁଡା ଟି 10 କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି। ଏହି ଟୁର୍ଣାମେଣ୍ଟ ଶୋହଳ ଟି ଦଳକୁ ନେଇ ଖେଳା ଯାଇଥିବା ବେଳେ ନବରଙ୍ଗପୁର ଓ ଇନ୍ଦ୍ରାବତୀ ମଧ୍ୟରେ ଫାଇନାଲ ମୁକାବିଲା ହୋଇଥିଲା।ନବରଙ୍ଗପୁର ପ୍ରଥମ ବ୍ୟାଟିଙ୍ଗ କରି ୧୦ ଓଭର ରେ ୧୨୪ ରନ କରିଥିବା ବେଳେ ଇନ୍ଦ୍ରାବତୀ ଦଳ ମାତ୍ର ୯୧ ରନ କରିଥିଲା । ଏଥିରେ ନବରଙ୍ଗପୁର ଦଳ ବାଜିମାରି ଚମ୍ପିୟାନ ହୋଇଥିଲେ।ମୂଖ୍ୟ ଅତିଥି ଭାବେ ନବରଙ୍ଗପୁର ଜିଲ୍ଲା କଂଗ୍ରେସ ସଭାନେତ୍ରୀ ପି ନାଗରତ୍ନମ୍, ଜିଲ୍ଲା କଂଗ୍ରେସ ଆଦିବାସୀ ସେଲ ସଭାପତି ଦିଲୀପ ପ୍ରଧାନୀ, ଜିଲ୍ଲା କଂଗ୍ରେସ ସାଧାରଣ ସମ୍ପାଦକ ଭୀମ ସେନ ପାଣିଗ୍ରାହୀ, କାମତା ପଞ୍ଚାୟତ କଂଗ୍ରେସ ସଭାପତି ହରି ବେପାରୀ, ବୁଦ୍ଧିଜୀବୀ ତଥା ଶିକ୍ଷକ ଦାଶରଥି ନାୟକ ପ୍ରମୁଖ ମଞ୍ଚାସୀିନ ରହି ବିଜୟୀ ଖେଳାଳି ମାନଙ୍କୁ ଉତ୍ସାହିତ କରିବାସହ ଟ୍ରଫି ଦେଇ ପୁରସ୍କୃତ କରିଥିଲେ।ଏଥିରେ ଷୋହଳ ଟି ଦଳ କୁ ନେଇ ଟୁର୍ଣାମେଣ୍ଟ ହୋଇଥିବା ଆୟୋଜକ ମାନେ ସୂଚନା ଦେଇଛନ୍ତି।ଏହି ପରିପ୍ରେକ୍ଷୀରେ ରାମ ଗଦବା, ଲାଲୁ, ହିରନ୍, ଚିତ ରଞ୍ଜନ କର୍କରା, ବାବୁଲା ହରିଜନ, ନାମ ଦେବ,ଅଶୋକ, ଶାମୁୟେଲ, ଆଶିଷ ନାଗ, ପିଣ୍ଟୁ, ବିଶ୍ଵନାଥ, ଅଭିମନ୍ୟୁ ଅମନାତ୍ୟ, ବାବୁ, ପ୍ରଶାନ୍ତ, ସୁରେଶ, ପ୍ରତାପ, ହରି, ତପନ, ଈଶ୍ୱର, ଅନନ୍ତ, ବଳରାମ, ରୀଙ୍କୁ, କୁଷ, କବି, ପ୍ରମୂଖ ଟୁର୍ଣ୍ଣାମେଂଟ ପରିଚାଳନା କରିଥିଲେ।ବିଜୟୀ ଦଳ କୁ ଅଠର ହଜାର ଟଙ୍କା ସହ ଟ୍ରଫି ଦିଆ ଯାଇଥିଲା। ରନର ଅପ ଦଳ ଇନ୍ଦ୍ରାବତୀ 12 ହଜାର ଟଙ୍କା ସହ ରନର ଅପ ଟ୍ରଫି ରେ ପୁରସ୍କୃତ ହୋଇଛନ୍ତି। 

                 ଗୋବର୍ଦ୍ଧନ ସାହୁ ,ତେନ୍ତୁଳିଖୁଣ୍ଟି

Related posts

ମା ଠାକୁରାଣୀ ଭଳିବଲ ଟୁର୍ନାମେଣ୍ଟ ଉଦଯାପିତ 

Sunil Chandra Nayak

ଅକ୍ଷୟ ପୁଝାରୀ ମେମୋରିଆଲ ଆନ୍ତଃ ଜିଲ୍ଲା କ୍ରୀକେଟ , ଚିଚିଆ କୁ ହରାଇ ଧିଙ୍ଗିଆମୁଣ୍ଡା ଚମ୍ପିୟାନ

masiha

ରୋଟାରୀ ସନ୍ତରଣ ପ୍ରତିଯୋଗିତା ୨୦୨୬

Sunil Chandra Nayak

Leave a Comment

error: Content is protected !!