ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ସାହିତ୍ୟ ଅଗଣା

ରତିନାରାୟଣ ରାଉତ ଙ୍କ କବିତା//ପୁଷୁପୂନେଇ

   l l ପୁଷୁପୂନେଇ l l

ଆମ ଧରମରେ ସୌର ଗଣନାରେ
            ମାସାରମ୍ଭ ସଂକ୍ରାନ୍ତିରେ
ଚନ୍ଦ୍ରଙ୍କ କଳାରେ ପୂର୍ଣ୍ଣମୀ ଆସଇ
           ମାସର ଅନ୍ତ କାଳରେ ॥ ୧॥
ବାର ମାସେ ପଡ଼େ ସଂକ୍ରାନ୍ତି ପୂର୍ଣ୍ଣମୀ
          ଭିନ୍ନ ଭିନ୍ନ ନାମ ନେଇ
ବାର ରାଶି ନାମେ ସଂକ୍ରାନ୍ତି ନାମିତ
           ପୂର୍ଣ୍ଣମୀ ମାସାନୁଯାଇ ॥୨॥
ପୌଷମାସ ଶୁକ୍ଳ ପୂର୍ଣ୍ଣମୀ ତିଥିଟି
           ପଉଷ ପୂର୍ଣ୍ଣିମା ପରା
ଅନ୍ୟ ନାମ ତାର ଦେବାଭିଷେକ ଟି
           ସାକମ୍ବରୀ ,ଛେର ଛେରା ॥୩॥
ଏଦିନେ ରାମଙ୍କ ଅଭିଷେକ ଥିଲା
           ରାବଣ ନାଶିବା ପରେ 
ପୁଷୁ ପୁନେଇ ରେ ଅଭିଷେକ ହୁଏ
          ରାଜାଙ୍କ ନିଜ ରାଜ୍ୟରେ ॥୪॥ 
କାଳିଆ ରାଜାଙ୍କ ଦ୍ୱାଦଶ ଯାତରା
            ମଧ୍ୟରୁ ଏହା ଗୋଟିଏ 
ରତ୍ନ ମଣ୍ଡପରେ ଶ୍ରୀଜୀଉ ମାନଙ୍କୁ
            ସୁନାବେଶେ ସଜା ଯାଏ ॥୫॥ 
ରାମଙ୍କ ବେଶରେ ରାଜା ରାଜେଶ୍ଵର
             ବେଶ ମନ କିଣି ନିଏ
ପୁଷ୍ପ ଧନୁ ହାତେ ଦରଶନ କଲେ
             ପାପ ନାଶ ହୋଇ ଯାଏ ॥ ୬॥
ଗଜପତିଙ୍କର ଶାଢୀ ବନ୍ଧା ନୀତି
          ଶ୍ରୀନଅରେ ପାଳିଥାନ୍ତି
ପ୍ରତିନିଧି ରୂପେ ମୁଦିରସ୍ତ ସବୁ
          ନୀତି କାନ୍ତି କରିଥାନ୍ତି ॥୭॥
ସମୁଦ୍ର ଆଳତୀ କରନ୍ତି ଭକତେ
         ପୌଷ ପୂର୍ଣ୍ଣିମାର କାଳେ
ମହୋଦଧି କୂଳ ଉଛୁଳି ଉଠଇ
         ଭକତଙ୍କ କୋଳାହଳେ ॥୮॥
ଆମ ପରମ୍ପରା ଅତିବ ମହାନ
          ପ୍ରେମ ପ୍ରୀତି ବାଣ୍ଟିବାରେ
ଭାଇ ଚାରା ଆଉ ସଦଭାବନାର
           ବିଶ୍ୱ ମୈତ୍ରୀ ପ୍ରଚାରରେ ॥୯॥

ରତିନାରାୟଣ ରାଉତ 

ହରିଚନ୍ଦନପୁର , କେନ୍ଦୁଝର, ଓଡ଼ିଶା

Related posts

ସୁଜାତା ଦାସ  ଙ୍କ କବିତା// କିଛି ବ୍ୟଥା କିଛି କଥା 

Sunil Chandra Nayak

ଦିଲ୍ଲୀପ କୁମାର ନନ୍ଦୀ ଙ୍କ କବିତା // ପ୍ରିୟା ପାଇଁ ପଦେ

Sunil Chandra Nayak

ଜାନକୀ ମହାନ୍ତ ଙ୍କ କବିତା = କଳାଜହ୍ନ ର ମହାସ୍ନାନ

Leave a Comment

error: Content is protected !!