ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିଶ୍ବ ହକି କପ୍ ଟ୍ରଫି କୁ ଟାଟା ଷ୍ଟିଲ ପକ୍ଷରୁ ଭବ୍ୟ ସମ୍ବର୍ଦ୍ଧନା

ଢେ଼ଙ୍କାନାଳ(ମ ସୀ ହା)୦୫/୦୧/୨୩// ହକି ବିଶ୍ୱ କପ ଟ୍ରଫି ରାଜ୍ଯ ସାରା ଗ୍ରସ୍ତ କରି ହିନ୍ଦୋଳ ନିର୍ବାଚନ ମଣ୍ଡଳୀର କଣ୍ଟାବଣିଆ ଛକ ନିକଟରେ ଟାଟାଷ୍ଟିଲ କମ୍ପାନୀ , ମେରା ମଣ୍ଡଳୀ ମୂଖ୍ୟ ଫାଟକ ସମ୍ମୁଖରେ ସନ୍ଧ୍ୟା ୬ ଘ.ରେପହଞ୍ଚିବା ପରେ ଏହି ହକି ବିଶ୍ୱକପର ସହ ପ୍ରାୟୋଜକ ଟାଟା କମ୍ପାନୀ ପକ୍ଷରୁ ଆୟୋଜିତ ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ ହିନ୍ଦୋଳ ବିଧାୟିକା ଶ୍ରୀମତୀ ସୀମାରାଣୀ ନାୟକ ପୁଷ୍ପମାଲ୍ଯ ଦେଇ ସ୍ବାଗତ ସମ୍ବର୍ଦ୍ଧିତ କରିଥିଲେ l ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ବିଶ୍ଵ କପ ହକି ଆୟୋଜନ କରି ଓଡିଶାକୁ ଗୌରବାନ୍ବିତ କରିଥିବା କଥା ତାଙ୍କ ଅଭିଭାଷଣରେ କହିଥିଲେ।

ଏହି ସୁନ୍ଦର କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ରୂପେ ଢେଙ୍କାନାଳ ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ଉଦୟ କୁମାର ମହାପାତ୍ର ମହୋଦୟ,ହିନ୍ଦୋଳ ଉପଜିଲ୍ଲାପାଳ ଶ୍ରୀଯୁକ୍ତ ଶିବାନନ୍ଦ ସ୍ୱାଇଁ,ହିନ୍ଦୋଳ ତହସିଲଦାର ଶ୍ରୀଯୁକ୍ତ ସୁଶାନ୍ତ ମିଶ୍ର,ବିଡିଓ ଶ୍ରୀଯୁକ୍ତ ଶିବ ଶଙ୍କରମିଶ୍ର, ବ୍ଲକ୍ ଅଧ୍ୟକ୍ଷା ସସ୍ମିତାରାଣୀ ନାୟକ, ଏନଏସି ଅଧ୍ୟକ୍ଷ ଶ୍ରୀଯୁକ୍ତ ଟିମା ବେହେରା,ଏନଏସି ନିର୍ବାହୀ ଅଧିକାରୀଙ୍କ ସମେତ, ଟାଟା ଷ୍ଟିଲ କମ୍ପାନୀର ସମସ୍ତ ଉଚ୍ଚପଦସ୍ଥ କର୍ମକର୍ତ୍ତା,ସରପଞ୍ଚ, କାଉନସିଲର,ଜିଲ୍ଲାପରିଷଦ, ସମିତିସଭ୍ଯ, ବହୁ ସଂଖ୍ୟରେ କ୍ରୀଡାବିତ, ମହିଳା,ସମାଜସେବୀ,ବୁଦ୍ଧିଜୀବୀ ଉପସ୍ଥିତ ରହି ଗୌରବାନ୍ବିତ କରିଥିଲେ।

ଢେ଼ଙ୍କାନାଳ ରୁ ନାୟକ ଅକ୍ଷୟ ରାଜହସ୍ତୀ ଙ୍କ ରିପୋର୍ଟ୍

Related posts

ଓ, ଏ,ଭି ପ୍ରବେଶିକା ପରୀକ୍ଷାରେ ବ୍ଲକ ରେ ସର୍ବାଧିକ ନୋ ରଖିଲେ ଅଭିପ୍ସା ମହାପାତ୍ର

Sunil Chandra Nayak

ପଞ୍ଚାୟତ ସମିତିର ସାଧାରଣ ବୈଠକ ଅନୁଷ୍ଠିତ

masiha

କଳିକା କେନ୍ଦ୍ରର ତ୍ରିଦିବସୀୟ କର୍ମୀ ସମ୍ମିଳନୀ

Sunil Chandra Nayak

Leave a Comment

error: Content is protected !!