ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ବିବିଧ

ବେଣୁଧର ସୂତାର ଙ୍କ କବିତା l l ବିଶ୍ୱାସ l l

     l l ବିଶ୍ୱାସ l l

         ବେଣୁଧର ସୂତାର

ବିଶ୍ୱାସ ଅଟଇ ଦରଦୀ ହୃଦର
ପବିତ୍ର ପୀୟୂଷ ଧାର
ବିଶ୍ବାସ ଟି ସିନା ଜୀବନ ସତ୍ତାର
ଅଲିଖିତ ଇସ୍ତାହାର
ସମର୍ପିତ ଜୀବନର
ଜୀବନ ଜୀବିକା ଯୁଗଳ ବନ୍ଦୀର
ଭାବମୟ ଉପହାର ।।
ବିଶ୍ୱାସ ଅଟଇ ଜନ ଜୀବନର
ମଙ୍ଗଳ ଆଲୋକ ଦିଶା
ଜୀବନ ବେଦର ରସାଳ ନିର୍ଯ୍ୟାସ
ଅଭାବରେ ଭାବ ମିଶା
ଭିନ୍ନ ଏକ ଉପାଦାନ
ଜୀବନ ଚର୍ଯ୍ୟାର ପୁଣ୍ୟ ପରିଧିର
ମଧୁମୟ ମୂଲ୍ୟାୟନ ।।
ବିଶ୍ୱାସଟି ଦିବ୍ୟ ସୌଭାଗ୍ୟମଞ୍ଜରୀ
ମୁକୁଳା ହୃଦୟ ବନେ
ଅମୃତର ଧାରା ଆଶିଷ ପସରା
ଏ ସୃଷ୍ଟିର ଅନୁଦାନେ
ମିଠା ମିଠା ଅନୁରାଗ
ପରିଶୁଦ୍ଧ ମନ ମହତ ଚିନ୍ତନ
ହୃଦୟର ଭାବାବେଗ ।।
ସିଦ୍ଧି ସାଧନାର ଜୀବନ ଆଧାର
ଆତ୍ମ ବିଶ୍ୱାସର ସ୍ଥିତି
ବିଶ୍ବାସେ ମିଳଇ ଚିନ୍ମୟ ସତ୍ତାର
ଭାବମୟ ଭବ ଭୂତି
ବିଶ୍ବାସର ବେଦି ତଳେ
ପରମ ପ୍ରୀତିର ପବିତ୍ର ବିଭୂତି
ମିଳେ ସମ୍ବେଦନଶୀଳେ ।।
ବିଶ୍ବାସରେ ବନ୍ଧା ଏବିଶ୍ବ ଜୀବନ
ବିଧି ବିଧାନର ଛଳେ
ଅବିଶ୍ବାସୀ ସିନା ବିଚିତ୍ର ବେଭାରେ
ବିଶ୍ୱାସ ସାଥିରେ ଖେଳେ
ବଢଇ ତା ପାପରାଶି
ଅହଂକାରୀ ମନ ଅନଳ ସମାନ
କୁଳଧର୍ମ ଦିଏ ନାଶି. ।।

       କେଶଦୁରାପାଳ 

          କେନ୍ଦୁଝର

Related posts

ବେଣୁଧର ସୂତାର ଙ୍କ କବିତା//ଶେଷ ସପନର ରାତି

Sunil Chandra Nayak

ମାଆ ବୁଢ଼ୀ ଜାଗୁଳେଇ ୟୁଥ କ୍ଲବ ର 17ତମ ବାର୍ଷିକ କ୍ରିକେଟ ଟୁନାମେଣ୍ଟର ଉଦ୍ଘାଟନୀ ଉତ୍ସବ ଅନୁଷ୍ଠିତ

masiha

ହାଇ ସିକ୍ୟୁରିଟି ନମ୍ବର ପ୍ଲେଟରେ ଲୁଚିଛି ଅନେକ ରହସ୍ୟ

Leave a Comment

error: Content is protected !!